Advertisment

ମହିଳା ପ୍ରିମିୟର ଲିଗ: ବିକ୍ରି ହେଲେ ୧୫ ବିଦେଶୀଙ୍କ ସହ ୩୪ ଖେଳାଳି

ରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି ଭାବେ ୩ କୋଟି ୪୦ ଲକ୍ଷରେ ବିକ୍ରି ହୋଇଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରିସିବି ପକ୍ଷରୁ ଖେଳିବେ।

WPL

WPL

Advertisment

ମହିଳା ପ୍ରିମିୟର ଲିଗ(WPL) ୨୦୨୩ର ପ୍ରଥମ ସଂସ୍କରଣ ପୂର୍ବରୁ ଆଜି ଖେଳାଳି ନିଲାମୀ ହୋଇଛି। ଏହି ମେଗା ଅକ୍ସନରେ ଅନେକ ଷ୍ଟାର ଖେଳାଳି ଭାଗ ନେଇଛନ୍ତି। ପ୍ରଥମ ସଂସ୍କରଣରେ ଭାଗ ନେବାକୁ ଥିବା ୫ ଟିମ ଖେଳାଳିମାନଙ୍କୁ କିଣିଛନ୍ତି। ପ୍ରଥମେ ସେଟ୍‌ ଅକ୍ସନରେ ମୋଟ ୩୪ ଜଣ ଖେଳାଳି ବିକ୍ରି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୫ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏବେ ସବୁ ଟିମ୍‌କୁ ୪୫ ମିନିଟର ବ୍ରେକ ଦିଆଯାଇଛି। ଏହାପରେ ବାକି ଖେଳାଳିଙ୍କୁ ଅକ୍ସନରେ ସାମିଲ କରାଯିବ।

Advertisment

ବର୍ତ୍ତମାନ ସୁଦ୍ଧା ହୋଇଥିବା ଅକ୍ସନରେ ଯୁବ ଓ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି ଭାବେ ୩ କୋଟି ୪୦ ଲକ୍ଷରେ ବିକ୍ରି ହୋଇଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରିସିବି ପକ୍ଷରୁ ଖେଳିବେ। ସେହିପରି ଦାମୀ ବିଦେଶୀ ଖେଳାଳି ଭାବେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଲଶେ ଗାର୍ଡେନର ୩.୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ଗୁଜରାଟ ଜିଆଣ୍ଟସ କିଣିଛି।

ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। ତାଙ୍କୁ ମୁମ୍ବାଇ ୧.୮ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ଅଷ୍ଟ୍ରେଲିଆର ଏଲିସ ପେରୀ ୧.୮ କୋଟି ଟଙ୍କାରେ ଆରିସିବି, ଇଂଲଣ୍ଡର ସୋଫିଆ ଏସ୍କେଲଷ୍ଟୋନ ୧.୮ କୋଟି ଟଙ୍କାରେ ୟୁପି ୱାରିଅରଜ୍‌ ଓ ନ୍ୟୁଜିଲ୍ୟାଣ୍ଡର ସୋଫିଆ ଡେଭାଇନ ୫୦ ଲକ୍ଷ ଟଙ୍କାରେ ଆରସିବିକୁ ଯାଇଛନ୍ତି।

Advertisment

ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୨.୬ କୋଟି ଟଙ୍କାରେ କିଣି ଥିବା ବେଳେ ଆରସିବି ୧.୫ କୋଟି ଟଙ୍କାରେ ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ ନିଜ ପାଖକୁ ନେଇଛି।

ଭାରତର ଏସ୍‌ ୟାଶାଶ୍ରୀ ୧୦ ଲକ୍ଷ ଓ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପର ଷ୍ଟାର ବ୍ୟାଟର ଶ୍ୱେତା ସେରାୱତଙ୍କୁ ମଧ୍ୟ ୪୦ ଲକ୍ଷ ଟଙ୍କାରେ ୟୁପି କିଣିଛି। ଅଣ୍ଡର ୧୯ ବିଶ୍ୱକପର ଅନ୍ୟତମ ସଫଳର ସ୍ପିନ ବୋଲର ତଥା ୧୬ ବର୍ଷୀୟ ପାରଶଭୀ ଚୋପ୍ରା ୧୦ ଲକ୍ଷ ଟଙ୍କାରେ ୟୁପିକୁ ଯାଇଛନ୍ତି। ୧୮ ବର୍ଷୀୟ ତିତାସ ସାଧୁଙ୍କୁ ୨୫ ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି।

ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ମାରିଜାନେ କାପ୍ପା ୧.୫ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଯାଇଛନ୍ତି। ଭାରତର ଅଫସ୍ପିନର ସ୍ନେହ ରାଣାଙ୍କୁ ଗୁଜରାଟ ୭୦ ଲକ୍ଷ ଟଙ୍କାରେ କିଣିଛି। ଦ୍ରୁତ ବୋଲର ଶିକ୍ଷା ପାଣ୍ଡେଙ୍କୁ ୬୦ ଲକ୍ଷ ଓ ବାମହାତୀ ଅଲରାଉଣ୍ଡର ରାଧା ଯାଦବଙ୍କୁ ୪୦ ଲକ୍ଷ ଟଙ୍କାରେ ଦିଲ୍ଲୀ ନିଜ ସହ ସାମିଲ କରିଛି। ଏହା ପୂର୍ବରୁ ଦିଲ୍ଲୀ ଶେଫାଳୀ ବର୍ମା ଓ ଜେମିମା ରୋଡ୍ରିଗ୍ସଙ୍କୁ କିଣିଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରକର ଓ ନାଟ ସ୍କିଭର ବ୍ରଣ୍ଟ ଓ ଆମେଲିଆ କେରଙ୍କୁ କିଣିଛି।

Women Cricketers WPL Women Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe