ସୋନୁଙ୍କୁ ରେମଡିସିଭିର ମାଗିଲେ ହରଭଜନ

ମୁମ୍ବାଇ: ସାରା ଦେଶରେ ଆତଙ୍କ ଖେଳାଇଛି ମହାମାରୀ କରୋନା । ଚାରିଆଡେ ଏହି ମାରାତ୍ମକ ଭାଇରସକୁ ନେଇ ହାହାକାର ଲାଗି ରହିଛି । କେଉଁଠି ହସ୍ପିଟାଲରେ ବେଡ୍ ଅଭାବ ତ ଆଉ କେଉଁଠି ଅକ୍ସିଜେନ । ଏଭଳି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଆଗକୁ ଆସି ଅନେକ ଲୋକଙ୍କ ସହାୟତା କରୁଛନ୍ତି । ଲୋକେ ତାଙ୍କୁ ସହାୟତା ମଧ୍ୟ ମାଗୁଛନ୍ତି । ଏହି ତାଲିକାରେ ଏବେ କ୍ରିକେଟର ହରଭଜନ ସିଂହଙ୍କ ନାଁ ସାମିଲ ହୋଇଛି । […]

Sonu-Sood-and-Harbhajan-Singh

Sonu-Sood-and-Harbhajan-Singh

Madhupriya Mistry
  • Published: Thursday, 13 May 2021
  • Updated: 13 May 2021, 01:55 PM IST

ମୁମ୍ବାଇ: ସାରା ଦେଶରେ ଆତଙ୍କ ଖେଳାଇଛି ମହାମାରୀ କରୋନା । ଚାରିଆଡେ ଏହି ମାରାତ୍ମକ ଭାଇରସକୁ ନେଇ ହାହାକାର ଲାଗି ରହିଛି । କେଉଁଠି ହସ୍ପିଟାଲରେ ବେଡ୍ ଅଭାବ ତ ଆଉ କେଉଁଠି ଅକ୍ସିଜେନ । ଏଭଳି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଆଗକୁ ଆସି ଅନେକ ଲୋକଙ୍କ ସହାୟତା କରୁଛନ୍ତି । ଲୋକେ ତାଙ୍କୁ ସହାୟତା ମଧ୍ୟ ମାଗୁଛନ୍ତି । ଏହି ତାଲିକାରେ ଏବେ କ୍ରିକେଟର ହରଭଜନ ସିଂହଙ୍କ ନାଁ ସାମିଲ ହୋଇଛି ।

ହରଭଜନ ଟୁଇଟ୍ କରି ସୋନୁଙ୍କୁ ରେମଡିସିଭିର ମାଗିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, “ଗୋଟିଏ ରେମଡିସିଭିର ଇଞ୍ଜେକସନର ଆବଶ୍ୟକତା ରହିଛି । ହସ୍ପିଟାଲର ନାଁ ବସପ୍ପା ଏବଂ ଏହା କର୍ଣ୍ଣାଟକରେ ଅବସ୍ଥିତ ।”

ହରଭଜନଙ୍କ ଏହି ଟୁଇଟ୍ କିଛି ଘଣ୍ଟା ମଧ୍ୟରେ ହିଁ ଟ୍ରେଣ୍ଡ କରିବାକୁ ଲାଗିଥିଲା । ଏହା ପରେ ଅନେକ ଲୋକେ ଇଞ୍ଜେକସନ ଯୋଗାଡ କରିବା ପାଇଁ ପ୍ରୟାସ କରୁଥିବା ଉତ୍ତର ଦେଇଥିଲେ । କିନ୍ତୁ ସୋନୁ ସୁଦ ପୁଣି ଥରେ ସେ ରିଆଲ ହିରୋ ବୋଲି ପ୍ରମାଣିତ କରିଦେଇଛନ୍ତି । ହରଭଜନଙ୍କ ଟଇଟ୍‌ର ପ୍ରତିକ୍ରିୟା ଦେଇ ସୋନୁ କହିଛନ୍ତି, “ଭଜି... ଡେଲିଭର ହୋଇଯିବ ।” ସୋନୁଙ୍କ ଏହି ସହାୟତା ପାଇଁ ହରଭଜନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମହାମାରୀ ସମୟରେ ସୋନୁ ସୁଦ ଲଗାତାର ଲୋକଙ୍କ ପାଇଁ ଅକ୍ସିଜେନ, ବେଡ୍ ଓ ରେମଡିସିଭିର ଇଂଜେକସନ ଉପଲବ୍ଧ କରାଇବାରେ ଲାଗିପଡିଛନ୍ତି । ଅନେକ ଆବଶ୍ୟକତା ଥିବା ଲୋକଙ୍କୁ ସହାୟତା କରିଚାଲିଛନ୍ତି । ଲୋକେ ସୋନୁଙ୍କ ସହାୟତା ପାଇଁ ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଉଛନ୍ତି ।

https://twitter.com/harbhajan_singh/status/1392467715340734466?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos