Advertisment

ଭୟଭୀତ ହେଲେ ବିରାଟ୍ କୋହଲି, କହିଲେ ବଡ଼ କଥା

ମୁମ୍ବାଇ: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଏହାରି ଭିତରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋହଲି କହିଛନ୍ତି ଯେ ଆସନ୍ତା କିଛି ଦିନ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ। ଟିମ୍ ଇଣ୍ଡିଆ ନୂଆ କୋଚ୍ ରାହୁଲ ଦ୍ରାବିଡ୍ ଗସ୍ତକୁ […]

ଅଦ୍ୟତନ ହୋଇଛି
ଭୟଭୀତ ହେଲେ ବିରାଟ୍ କୋହଲି, କହିଲେ ବଡ଼ କଥା

virat-kohli

Advertisment

ମୁମ୍ବାଇ: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଏହାରି ଭିତରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋହଲି କହିଛନ୍ତି ଯେ ଆସନ୍ତା କିଛି ଦିନ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ।

Advertisment

ଟିମ୍ ଇଣ୍ଡିଆ ନୂଆ କୋଚ୍ ରାହୁଲ ଦ୍ରାବିଡ୍ ଗସ୍ତକୁ ନେଇ ଟିମ୍ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି। ପ୍ରଶାସନିକ ସ୍ତରରେ ଯାହା କିଛି ବି ନିଷ୍ପତ୍ତି ନିଆଯାଉଛି, ସେ ସମ୍ବନ୍ଧରେ ଦ୍ରାବିଡ୍ ଖେଳାଳିମାନଙ୍କୁ ଅବଗତ କରାଉଛନ୍ତି। ଆସନ୍ତା ୯ ତାରିଖରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏବେ ସୂଚନା ମିଳିଛି ଯେ ଏହି ଗସ୍ତ ସପ୍ତାହକ ପାଇଁ ଘୁଞ୍ଚାଇ ଦିଆଯାଇପାରେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପୂର୍ବଦିନ ଅର୍ଥାତ୍ ଗୁରୁବାର ଗଣମାଧ୍ୟମ ସହ ସାକ୍ଷାତକାର ବେଳେ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ‘ଆମେ ଏ ନେଇ ବିସିସିଆଇ ସହ ଆଲୋଚନା କରୁଛୁ। ତେବେ ଆମକୁ ଏଥିରେ ଆହୁରି ସ୍ପଷ୍ଟତା ଦରକାର ଏବଂ ଆଶା କରୁଛୁ ଆଗାମୀ କିଛି ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ। ଦ୍ରାବିଡ୍ ସବୁ ସିନିୟର ଖେଳାଳିଙ୍କ ସହ କଥା ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଆମେ କୌଣସି କନଫ୍ୟୁଜନରେ ନାହୁଁ। ଆମେ ସାଧାରଣ ପରିବେଶରେ ଖେଳୁନାହୁଁ। ଆମେ ଟିମର ସମସ୍ତ ସଦସ୍ୟଙ୍କ ସହ କଥା ହୋଇଛୁ। ଯେ କୌଣସି ପରିସ୍ଥିତି ହେଉ ନା କାହିଁକି, ଟେଷ୍ଟ ମ୍ୟାଚ୍ ଉପରୁ ଆମର ଫୋକସ୍ ହଟିବ ନାହିଁ। କିନ୍ତୁ ଆମକୁ ଏସବୁ ଉପରେ ସ୍ପଷ୍ଟତା ଦରକାର। ବାହାରେ ଯାହା କିଛି ବି ଘଟୁଛି, ସେସବୁ ଆମକୁ ଅବଗତ କରାଯିବା ଦରକାର।’

Advertisment

କୋହଲି ଆହୁରି କହିଛନ୍ତି, ଆମକୁ ଏବେ ବାସ୍ତବତାକୁ ବୁଝିବାକୁ ପଡ଼ିବ। ଆମକୁ ସେସବୁକୁ ଅଣଦେଖା କରିପାରିବୁ ନାହିଁ, ଯାହା ଆମକୁ ଆଗକୁ ସମସ୍ୟାରେ ପକାଇପାରେ। କେହିବି ଏଭଳି କରିବାକୁ ଚାହିଁବେ ନାହିଁ। କିଛି ଖେଳାଳି ଏବେ ଟିମରେ ନାହାନ୍ତି। ସେମାନଙ୍କୁ ଟିମର ବାୟୋ-ବବଲରେ ସାମିଲ୍ ହେବା ପାଇଁ କ୍ୱାରେଣ୍ଟାଇନ୍ ପିରିୟଡ କାଟିବାକୁ ପଡ଼ିବ ଏବଂ ପରେ ଚାର୍ଟାର୍ଡ ପ୍ଲେନରେ ଯାତ୍ରା କରିବେ। ତେଣୁ ଆଗକୁ କ’ଣ ହେବ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି କୋହଲି କହିଛନ୍ତି।

ଭାରତୀୟ କ୍ରିକେଟ୍ ଟିମ୍ ପାଖାପାଖି ୭ ସପ୍ତାହ ଧରି ଦକ୍ଷିଣ ଆଫ୍ରିକାରେ ରହିବ। ଏହି ଗସ୍ତରେ ଭାରତ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାବ୍ୟତୀତ ଉଭୟ ଟିମ୍ ମଧ୍ୟରେ ୪ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳାଯିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ତେବେ ଏହି ଗସ୍ତକୁ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ବିସିସିଆଇକୁ ପୂର୍ଣ୍ଣ ଆଶ୍ୱାସନା ଦେଇଛି। ଭାରତୀୟ ଖେଳାଳିଙ୍କ ପାଇଁ ସେମାନେ ଏକ ସୁରକ୍ଷିତ ବାୟୋ-ବବଲ୍ ପ୍ରସ୍ତୁତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe