Advertisment

କିଏ ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌? ଚର୍ଚ୍ଚାରେ ଗାଙ୍ଗୁଲିଙ୍କ ପୋଷ୍ଟ

ବିଦେଶୀ ଅପେକ୍ଷା ବିସିସିଆଇ ଜଣେ ଭାରତୀୟଙ୍କୁ କୋଚ କରିବା ମୁଡରେ ରହିଛି। ଏଥିପାଇଁ ଗୌତମ ଗମ୍ଭୀର ଓ ଆଶିଷ ନେହରାଙ୍କ ଭଳି ପୂର୍ବତନ ଖେଳାଳିଙ୍କ ନାଁ ସବୁଠାରୁ ଆଗରେ ରହିଛି।

Sourav Ganguly

Sourav Ganguly

Advertisment

ଭାରତୀୟ ସିନିୟର କ୍ରିକେଟ ଟିମର ମୁଖ୍ୟ କୋଚ କିଏ ହେବେ? ଉପଯୁକ୍ତ ବ୍ୟକ୍ତିଙ୍କୁ ବିସିସିଆଇ ଖୋଜିବା ଜାରି ରଖିଛି। ବର୍ତ୍ତମାନ କୋଚ୍ ଭାବେ କାମ କରୁଥିବା ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ପରେ ଶେଷ ହୋଇଯିବ।

Advertisment

ଏପରି ସ୍ଥିତିରେ ବିସିସିଆଇ ଅନେକ ବରିଷ୍ଠ ଖେଳାଳିଙ୍କ ସହ ମୁଖ୍ୟ କୋଚ୍‌ ପଦ ସମ୍ଭାଳିବାକୁ ନେଇ ଆଲୋଚନା କରିଛି। ବିଦେଶୀ ଅପେକ୍ଷା ବିସିସିଆଇ ଜଣେ ଭାରତୀୟଙ୍କୁ କୋଚ କରିବା ମୁଡରେ ରହିଛି। ଏଥିପାଇଁ ଗୌତମ ଗମ୍ଭୀର ଓ ଆଶିଷ ନେହରାଙ୍କ ଭଳି ପୂର୍ବତନ ଖେଳାଳିଙ୍କ ନାଁ ସବୁଠାରୁ ଆଗରେ ରହିଛି।

ଏସବୁ ଭିତରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୋଟିଏ ପୋଷ୍ଟ କରିଛନ୍ତି। ସେ କରିଥିବା ପୋଷ୍ଟରେ କିଛି ବି ସ୍ପଷ୍ଟ ଭାବେ ଲେଖି ନାହାନ୍ତି। କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ “ଜଣଙ୍କ ଜୀବନରେ କୋଚଙ୍କ ଭୂମିକା ବେଶ ମହତ୍ତ୍ୱପୂର୍ଣ୍ଣ। କୋଚଙ୍କ ମାର୍ଗଦର୍ଶନ ଓ କଠୋର ଟ୍ରେନିଂ ଯେକୌଣସି ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନ୍ଦର କରିଥାଏ। ଉଭୟ ପଡ଼ିଆ ଭିତରେ ଓ ବାହାରେ ଏହା ସହାୟକ ହୋଇଥାଏ। ତେଣୁ କୋଚ୍‌ ଓ ଇନିଷ୍ଟିଚ୍ୟୁସନ ଚତୁରାତର ସହ ଚୟନ କରନ୍ତୁ।”

ଗାଙ୍ଗୁଲିଙ୍କ ଏପରି ପୋଷ୍ଟ ଗୌତମ ଗମ୍ଭୀରଙ୍କ ଉଦ୍ଦେଶ୍ୟରେ ଥିବା ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି। କାରଣ ଗମ୍ଭୀରଙ୍କ ମାର୍ଗଦର୍ଶନରେ କୋଲକାତା ତୃତୀୟ ଥର ପାଇଁ ୨୦୨୪ ଆଇପିଏଲ ଟ୍ରଫି ଜିତିଛି। ସେ କେକେଆରକୁ ବେଶ ସକାରାତ୍ମକ ଭାବେ ଆଗକୁ ନେଇଥିବାରୁ ଭାରତୀୟ ଟିମର ମୁଖ୍ୟ କୋଚ୍‌ ଭୂମିକା ମଧ୍ୟ ଠିକ ଭାବେ ତୁଲାଇ ପାରିବେ ବୋଲି ଅନେକ ମତ ରଖିଛନ୍ତି।

ହେଲେ ଗାଙ୍ଗୁଲି ସମ୍ଭବତଃ ଏହାକୁ ବିରୋଧ କରି ଏପରି ପୋଷ୍ଟ କରିଛନ୍ତି। କାରଣ କେକେଆର ଟ୍ରଫି ଜିତିବା ପରେ ମଧ୍ୟ ଗାଙ୍ଗୁଲି ଶୁଭେଚ୍ଛା ଜଣାଇ ନଥିଲେ। ଗାଙ୍ଗୁଲି ଏକଦା କୋଲକାତାର ନେତୃତ୍ୱ ନେଉଥିଲେ। ଗାଙ୍ଗୁଲି ମଧ୍ୟ ପଶ୍ଚିମବଙ୍ଗର। ଏପରି ସ୍ଥିତିରେ ସେ ନିଜ ହୋମ ଟିମକୁ ଶୁଭେଚ୍ଛା ନ ଜଣାଇବା ସମସ୍ତଙ୍କୁ ଚକିତ କରିଛି। 

ମେ’ ୨୭ ତାରିଖ ମୁଖ୍ୟ କୋଚ୍‌ ପାଇଁ ଆବେଦନର ଶେଷ ତାରିଖ ଥିଲା। କିନ୍ତୁ ବିସିସିଆଇ ଡ୍ରାଭିଡଙ୍କ ଉତ୍ତରାଧିକାରୀ ବାଛିବାକୁ ଆଦୌ ତରବର ହେଉ ନାହିଁ। ଭାରତୀୟ ଟିମ ଏବେ ଟି-୨୦ ବିଶ୍ୱକପ ଉପରେ ଫୋକସ କରୁଛି।

ଯଦି ବିଶ୍ୱକପ ପରେ ବି ମୁଖ୍ୟ କୋଚ୍ ଚୟନ ନ ହୁଅନ୍ତି, ତା’ହେଲେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଓ ଏହାର କୋଚ୍‌ମାନେ ଭାରତୀୟ ଟିମ ସହ ବିଭିନ୍ନ ଦ୍ୱିପାକ୍ଷିକ ସିରିଜକୁ ଯିବେ।

Gautam Gambhir Bcci Team India Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe