ଟିମ ଦକ୍ଷିଣ ଆଫ୍ରିକା
ଭାରତ(Ind Vs SA) ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ ଘୋଷଣା ହୋଇଛି। ପ୍ରାୟ ବର୍ଷକ ପରେ ଦକ୍ଷିଣ ଆଫ୍ରିକା ଟିମକୁ ଫେରିଛନ୍ତି ଦ୍ରୁତ ବୋଲର ଅନରିଚ ନୋର୍ଖିୟା। ତାଙ୍କୁ ଭାରତ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ପାଇଁ ସ୍କ୍ୱାଡରେ ସାମିଲ କରାଯାଇଛି।
ଦୀର୍ଘ ଗୋଟିଏ ବର୍ଷ ହେଲାଣି ନୋର୍ଖିୟା ଆହତ ସମସ୍ୟା ଦେଇ ଗତି କରୁଥିଲେ। ସେ ଶେଷଥର ପାଇଁ ଭାରତ ବିପକ୍ଷ ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ନିଜର ଆସିଥିଲେ। ତା’ ପରଠାରୁ ସେ ନିୟମିତ ଦଳ ବାହାରେ ରହିଥିଲେ।
ପାକିସ୍ତାନ ଓ ନାମ୍ବିଆ ବିପକ୍ଷ ଧଳା ବଲ ସିରିଜରେ ନଜର ଆସି ନଥିବା ଦକ୍ଷିଣ ଆଫ୍ରିକାର ନିୟମିତ କ୍ୟାପ୍ଟେନ ଏଡେନ ମାର୍କରମ ମଧ୍ୟ ଭାରତ ବିପକ୍ଷରେ ନଜର ଆସିବେ। ଅବସର ପରେ ପୁଣି କମବ୍ୟାକ କରିଥିବା କ୍ୱିଣ୍ଟନ ଡି’କକ ଉଭୟ ଦିନିକିଆ ଓ ଟି-୨୦ ଟିମରେ ରହିଛନ୍ତି। ସେହିପରି ରିଆନ ରିକେଲଟନଙ୍କୁ ଟି-୨୦ ସ୍କ୍ୱାଡରୁ ବାଦ ଦିଆଯାଇଛି।
ଟୋନୀ ଡେ ଜୋରଜି, କେଶବ ମହାରାଜ ଓ ମାର୍କୋ ୟାନସେନଙ୍କୁ ଟି-୨୦ ସେଟଅପରେ ରଖାଯାଇଛି। ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଆହତ ହୋଇଥିବା ଅଭିଜ୍ଞ ଡାଭିଡ ମିଲରଙ୍କ ମଧ୍ୟ କମବ୍ୟାକ ହୋଇଛି।
ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ଥିବାରୁ ଦକ୍ଷିଣ ଆଫ୍ରିକା ଏବେ ଠାରୁ ହିଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏଥିପାଇଁ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ଭାରତ ବିପକ୍ଷ ସିରିଜରେ ସାମିଲ କରିଛି।
ଟି-୨୦ ସ୍କ୍ୱାଡ: ଏଡେନ ମାର୍କରମ(ଅଧିନାୟକ), ଓଟ୍ଟନେଲ ବାର୍ଟମାନ, କୋରବିନ ବଚ୍, ଡେୱାଡ ବ୍ରେଭିସ, କ୍ୱିଣ୍ଟନ ଡି’କକ, ଟୋନୀ ଡେ ଜୋର୍ଜି, ଡୋନୋଭାନ ଫେରେଇରା, ରେଜା ହେଣ୍ଡ୍ରିକ୍ସ, ମାର୍କୋ ୟାନସେନ, କେଶବ ମହାରାଜ, ଜର୍ଜ ଲିଣ୍ଡେ, କେୱେନା ଏମଫାକା, ଡାଭିଡ ମିଲର, ଲୁଙ୍ଗି ଏନଗିଡି, ଅନରିଚ ନୋର୍ଖିୟା ଓ ଟ୍ରିଷ୍ଟାନ ଷ୍ଟବ୍ସ।
ଦିନିଆ ଦଳର ନେତୃତ୍ୱ ତେମ୍ବା ବଭୂମା ନେବେ। ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରଥିବା ରୁବିନ ହରମନ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେହିପରି ମାଥ୍ୟୁ ବ୍ରେଟଜକେ, ନାନ୍ଦ୍ରେ ବର୍ଗର, ପ୍ରେନେଲାନ ସୁବ୍ରାୟେନ ଓ ରିୟାନ ରିକେଲଟନ ପ୍ରମୁଖ ଦିନିକିଆ ସ୍କ୍ୱାଡରେ ଅଛନ୍ତି।
ଦିନିକିଆ ସ୍କ୍ୱାଡ: ତେମ୍ବା ବଭୂମା(ଅଧିନାୟକ), ଓଟ୍ଟନେଲ ବାର୍ଟମାନ, କୋରବିନ ବଚ୍, ମାଥ୍ୟୁ ବ୍ରେଟଜକେ, ଡେୱାଡ ବ୍ରେଭିସ, ନାନ୍ଦ୍ରେ ବର୍ଗର, କ୍ୱିଣ୍ଟନ ଡି’କକ, ଟୋନୀ ଡେ ଜୋର୍ଜି, ରୁବିନ ହରମନ, କେଶବ ମହାରାଜ, ମାର୍କୋ ୟାନସେନ, ଏଡେନ ମାର୍କରମ, ଲୁଙ୍ଗି ଏନଗିଡି, ପ୍ରେନେଲାନ ସୁବ୍ରାୟେନ ଓ ରିୟାନ ରିକେଲଟନ।
ଭାରତ ଓ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ମ୍ୟାଚ ଯଥାକ୍ରମେ ନଭେମ୍ବର ୩୦, ଡିସେମ୍ବର ୩ ଓ ଡିସେମ୍ବର ୬ରେ ଖେଳିବେ। ଏହି ମ୍ୟାଚ ଗୁଡ଼ିକ ରାଞ୍ଚି, ରାୟପୁର ଓ ବିଶାଖାପଟନମରେ ଖେଳାଯିବ।
ଡିସେମ୍ବର ୯ରେ କଟକଟର ବାରବାଟୀ ଷ୍ଟାଡିୟମରୁ ୫ ଟିକିଆ ଟି-୨୦ ସିରିଜର ଶୁଭାରମ୍ଭ ହେବ। କଟକ ପରେ ୧୧ ଡିସେମ୍ବରରେ ଚଣ୍ଡିଗଡ଼, ୧୪ ଡିସେମ୍ବରରେ ଧର୍ମଶାଳା, ୧୭ ଡିସେମ୍ବରରେ ଲକ୍ଷ୍ନୌ ଓ ଶେଷ ଟି-୨୦ ୧୯ ଡିସେମ୍ବରରେ ଅହମଦାବାଦରେ ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/21/sa-2025-11-21-19-58-50.jpg)