Advertisment

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କଲା ଦକ୍ଷିଣ ଆଫ୍ରିକା

ଏହି ସିରିଜ ଖେଳିବାକୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ପାଇଁ ଆଜି ଘରୋଇ ଦଳ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।

SA

SA

Advertisment

ପୁଣି ଥରେ ଟି-୨୦ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳା ହେବାକୁ ଯାଉଛି।

Advertisment

ଏହି ସିରିଜ ଖେଳିବାକୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ପାଇଁ ଆଜି ଘରୋଇ ଦଳ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି।

ଜୁନ ୨୯ରେ ଭାରତୀୟ ଟିମ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି କବଜା କରିଥିଲା। ଏବେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବିଶ୍ୱକପ ଫାଇନାଲ ପରେ ଉଭୟ ଦେଶ ପ୍ରଥମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି।

Advertisment

ଏହି ସିରିଜରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ଏଡେନ ମାକର୍ମ ନେବେ। ମଧ୍ୟକ୍ରମରେ ପାୱାର ହିଟର ଡାଭିଡ ମିଲରଙ୍କ ସହ ହେନରିଚ କ୍ଲାସେନ ରହିଛନ୍ତି। ସ୍ପିନ ବୋଲିଂର କମାଣ କେଶବ ମହାରାଜ ସମ୍ଭାଳିବେ। ଦ୍ରୁତ ବୋଲିଂ ବାହିନୀରେ ମାର୍କୋ ୟାନସେନଙ୍କ ସହ ଗେରାଲ୍ଡ କୋଏଜି ଅଛନ୍ତି।

ଅଲରାଉଣ୍ଡର ମିହଲାଲି ଏମପୋଙ୍ଗୱାନାଙ୍କୁ ପ୍ରଥମଥର ପାଇଁ ଜାତୀୟ ଦଳରେ ସୁଯୋଗ ମିଳିଛି। ସିଏସଏ ଟି୨୦ ଚ୍ୟାଲେଞ୍ଜରେ ସେ ୧୨ ୱିକେଟ ନେବା ସହ ବ୍ୟାଟରେ କମାଲ କରିଥିବାରୁ ତାଙ୍କୁ ଭାରତ ବିପକ୍ଷ ସିରିଜରେ ସାମିଲ କରାଯାଇଛି। ତାଙ୍କ ସହ ଅନକ୍ୟାପଡ ଅଲରାଉଣ୍ଡର ଆନ୍ଦିଲେ ସିମେଲେନ ମଧ୍ୟ ସ୍କ୍ୱାଡରେ ରହିଛନ୍ତି। ସେ ଜାତୀୟ ଦଳ ସହ ସେପ୍ଟେମ୍ବରରେ ୟୁଏଇ ଗସ୍ତ କରିଥିଲେ।

ତେବେ ଦକ୍ଷିଣ ଆଫ୍ରିକାର ଷ୍ଟାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ ବିଶ୍ରାମ ଦିଆଯାଇଛି। ନଭେମ୍ବର ଶେଷ ଭାଗରେ ଶ୍ରୀଲଙ୍କା ବିପକ୍ଷରେ ଦଳ ଘରୋଇ ମାଟିରେ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ଲୁଙ୍ଗି ଏନଗିଡିଙ୍କୁ ମଧ୍ୟ ଟି-୨୦ ସ୍କ୍ୱାଡରେ ରଖାଯାଇ ନାହିଁ। ଅନ୍ତର୍ଜାତୀୟ କ୍ରିକେଟରେ ୧୮ଟି ୱିକେଟ ନେଇଥିବା ଲୁଥୋ ସିମ୍ପାଲାଙ୍କୁ କେବଳ ତୃତୀୟ ଓ ୪ର୍ଥ ଟି-୨୦ ମ୍ୟାଚ ପାଇଁ ଚୟନ କରାଯାଇଛି।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ: ଏଡେନ ମାର୍କମ(ଅଧିନାୟକ), ଓଟ୍ଟନେଲ ବାର୍ଟମାନ, ଗେରାଲ୍ଡ କୋଏଜି, ଡୋନୋଭାନ ଫେରେଇରା, ରେଜା ହେଣ୍ଡ୍ରିକ୍ସ, ମାର୍କୋ ୟାନସେନ, ହେନରିଚ କ୍ଲାସେନ, ପାଟ୍ରିକ କୁରଗେର, କେଶବ ମହାରାଜ, ଡାଭିଡ ମିଲର, ମିହଲାଲୀ ଏମପୋଙ୍ଗୱାନା, ଏନକ୍ୱାବା ପିଟର, ରୟାନ ରିକେଲଟନ, ଆନ୍ଦିଲେ ସିମେଲେନ, ଲୁଥୋ ସିମ୍ପଲା(ତୃତୀୟ ଓ ୪ର୍ଥ ଟି-୨୦) ଓ ତ୍ରିଷ୍ଟାନ ଷ୍ଟବ୍ସ।

Indian Cricket Team India South Africa T20 Match Aiden Markram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe