ଟିମ୍ ଇଣ୍ଡିଆ ପୁଣି ନିରାଶ, ଏଥର ବି ହାରିଲା ସିରିଜ୍

କେପ୍ ଟାଉନ: ଦକ୍ଷିଣ ଆଫ୍ରିକାକୁ ତା’ ନିଜ ମାଟିରେ ହରାଇବାର ଟିମ୍ ଇଣ୍ଡିଆର ସ୍ୱପ୍ନ ପୁଣିଥରେ ଧୂଳିସାତ୍ ହୋଇଯାଇଛି। ୨୦୧୮ ଭଳି ପୁଣିଥରେ ଟିମ୍ ଇଣ୍ଡିଆର ଖରାପ ବ୍ୟାଟିଂ ଇତିହାସ ରଚିବାର ସୁଯୋଗ ଛଡ଼ାଇ ନେଇଛି। କେପ୍ ଟାଉନରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ସିରିଜକୁ ୨-୧ରେ ଜିତି ନେଇଛି। ମ୍ୟାଚରେ ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧୧ ରନ୍ ଦରକାର ଥିଲା ବେଳେ […]

ind-vs-saf

ind-vs-saf

Ranjit Kumar Jena
  • Published: Friday, 14 January 2022
  • Updated: 14 January 2022, 05:38 PM IST

Sports

Latest News

କେପ୍ ଟାଉନ: ଦକ୍ଷିଣ ଆଫ୍ରିକାକୁ ତା' ନିଜ ମାଟିରେ ହରାଇବାର ଟିମ୍ ଇଣ୍ଡିଆର ସ୍ୱପ୍ନ ପୁଣିଥରେ ଧୂଳିସାତ୍ ହୋଇଯାଇଛି। ୨୦୧୮ ଭଳି ପୁଣିଥରେ ଟିମ୍ ଇଣ୍ଡିଆର ଖରାପ ବ୍ୟାଟିଂ ଇତିହାସ ରଚିବାର ସୁଯୋଗ ଛଡ଼ାଇ ନେଇଛି। କେପ୍ ଟାଉନରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ସିରିଜକୁ ୨-୧ରେ ଜିତି ନେଇଛି। ମ୍ୟାଚରେ ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୧୧ ରନ୍ ଦରକାର ଥିଲା ବେଳେ ଭାରତକୁ ୮ ୱିକେଟ୍ ଆବଶ୍ୟକ ହେଉଥିଲା। କିନ୍ତୁ କୀଗାନ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେସନଙ୍କ ଇନିଂସ୍ ଦମରେ ଦକ୍ଷିଣ ଆଫ୍ରିକା ସହଜରେ ଲକ୍ଷ୍ୟକୁ ହାସଲ କରିନେଇଥିଲା।

ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଯେଉଁ କାରଣରୁ ଘରୋଇ ଦଳ ଆଗରେ ଭାରତ ୨୧୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରନସ୍ ସର୍ବାଧିକ ୮୨ ରନ୍ (୧୧୩ ବଲ୍, ୧୦ ଚୌକା) କରି ଆଉଟ୍ ହୋଇଥିବା ବେଳେ ରାସି ଭାନ୍ ଡର୍ ଡୁସେନ୍ ୪୧ ଓ ତେମ୍ବା ବାଭୁମା ୩୨ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୦୧ ରନ୍ କରିଥିଲା। ଦିବସର ଶେଷ ବଲରେ କ୍ୟାପଟେନ୍ ଡିନ୍ ଏଲଗାର (୩୦)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମ୍ରା ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଚତୁର୍ଥ ଦିବସରେ ଦକ୍ଷିଣ ଆଫ୍ରିକାର ଇନଫର୍ମ ବ୍ୟାଟ୍ସମ୍ୟାନ୍ ପିଟରସନ୍ ଓ ଡୁସେନ୍ ତୃତୀୟ ୱିକେଟ୍ ପାଇଁ ୫୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ଥିଲେ। ଏହା ପରେ ଡୁସେନଙ୍କ ସହ ମିଶି ବାଭୁମା ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୫୭ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୧୦ ରନ୍ କରିଥିଲା। ୧୩ ରନରେ ଆଗୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos