ବୋଲର୍ ଦେଲେ ଦକ୍ଷିଣ ଆଫ୍ରିକାକୁ ଦମଦାର୍ ବିଜୟ

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଦକ୍ଷିଣ ଆଫ୍ରିକା। ମଙ୍ଗଳବାର ଦକ୍ଷିଣ ଆଫ୍ରିକା ତା’ର ଚତୁର୍ଥ ମୁକାବିଲାରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ବାଂଲାଦେଶ କ୍ରମାଗତ ଚତୁର୍ଥ ମ୍ୟାଚରେ ବି ପରାଜୟ ସ୍ୱୀକାର କରିଛି। ଆବୁଧାବିରେ ଖେଳାଯାଇଥିବା ଗ୍ରୁପ୍-୧ର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦମଦାର ବୋଲିଂ ଆକ୍ରମଣ […]

saf

saf

Ranjit Kumar Jena
  • Published: Tuesday, 02 November 2021
  • Updated: 02 November 2021, 06:54 PM IST

Sports

Latest News

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଦକ୍ଷିଣ ଆଫ୍ରିକା। ମଙ୍ଗଳବାର ଦକ୍ଷିଣ ଆଫ୍ରିକା ତା’ର ଚତୁର୍ଥ ମୁକାବିଲାରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ବାଂଲାଦେଶ କ୍ରମାଗତ ଚତୁର୍ଥ ମ୍ୟାଚରେ ବି ପରାଜୟ ସ୍ୱୀକାର କରିଛି।

ଆବୁଧାବିରେ ଖେଳାଯାଇଥିବା ଗ୍ରୁପ୍-୧ର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦମଦାର ବୋଲିଂ ଆକ୍ରମଣ ଆଗରେ ଆତ୍ମସମର୍ପଣ କରି ବାଂଲାଦେଶ ୧୮.୨ ଓଭରରେ ମାତ୍ର ୮୪ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୩.୩ ଓଭରରେ ୪ ୱିକେଟ୍ ହରାଇ ୮୬ ରନ୍ କରି ସହଜ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଏବେ ୬ ପଏଣ୍ଟ ସହ ଗ୍ରୁପ୍-୧ରେ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଟିମ୍ ୪ଟି ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି।

୮୫ ରନର ଛୋଟିଆ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ରୀଜା ହେଣ୍ଡ୍ରିକ୍ସ ୪ ରନ୍ ଏବଂ କ୍ୱିଣ୍ଟନ୍ ଡି’କକ୍ ୧୬ ରନ୍ କରି ଆଉଟ୍ ହୋଇଥିଲେ। ଆଇଡେନ୍ ମାର୍କରମ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଇନଫର୍ମ ରାସି ଭାନ୍ ଡର୍ ଡୁସେନ୍ ଓ କ୍ୟାପଟେନ୍ ତେମ୍ବା ବାଭୁମା ଚତୁର୍ଥ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକା ବିଜୟ ନିକଟତର କରାଇଥିଲେ।

ଡୁସେନ୍ ୨୨ ରନ୍ କରି ତସକିନ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ବାଭୁମା ୨୮ ବଲରେ ୩ ଚୌକା ଓ ୧ ଛକା ସହ ୨୮ ଓ ଡେଭିଡ୍ ମିଲର୍ ୫ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ତସକିନ୍ ୨ଟି, ମେହେଦି ହାସନ୍ ଓ ନସୁମ୍ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ମେହେଦି ହାସନ୍ (୨୭) ଓ ଲିଟନ୍ ଦାସ (୨୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକା ବୋଲିଂ ଆଟାକକୁ ସାମ୍ନା କରିପାରିନଥିଲେ। ଅଭିଜ୍ଞ ସୌମ୍ୟ ସରକାର ଓ ମୁଶଫିକର ରହିମ୍ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ମହମଦୁଲ୍ଲା (୩), ଶାମିମ୍ ହୋସେନ୍ (୧୧) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା, ଆନରିଚ୍ ନୋର୍ଜେ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ତାବରେଜ୍ ଶାମସୀ ୨ଟି ଓ ଡ୍ୱେନ୍ ପ୍ରିଟୋରିୟସ୍ ଗୋଟିଏ ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story