Advertisment

ଅପରାଜେୟ ଧାରା ଭାଙ୍ଗିଲା ଟିମ୍ ଇଣ୍ଡିଆ, ସିରିଜକୁ ଫେରିଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଅପରାଜେୟ ଧାରା କାଏମ୍ ରଖିବାରେ ବିଫଳ ହୋଇଛି ଟିମ୍ ଇଣ୍ଡିଆ। କ୍ୟାପଟେନ୍ ଡିନ୍ ଏଲଗାରଙ୍କ ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଆସନ୍ତା ୧୧ ତାରିଖରୁ ଖେଳାଯିବାକୁଥିବା ତୃତୀୟ ଟେଷ୍ଟ ସିରିଜ୍ ଫଳାଫଳ ନିର୍ଦ୍ଧାରଣ କରିବ। ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ […]

ଅପରାଜେୟ ଧାରା ଭାଙ୍ଗିଲା ଟିମ୍ ଇଣ୍ଡିଆ, ସିରିଜକୁ ଫେରିଲା ଦକ୍ଷିଣ ଆଫ୍ରିକା

saf

Advertisment

ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଅପରାଜେୟ ଧାରା କାଏମ୍ ରଖିବାରେ ବିଫଳ ହୋଇଛି ଟିମ୍ ଇଣ୍ଡିଆ। କ୍ୟାପଟେନ୍ ଡିନ୍ ଏଲଗାରଙ୍କ ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଆସନ୍ତା ୧୧ ତାରିଖରୁ ଖେଳାଯିବାକୁଥିବା ତୃତୀୟ ଟେଷ୍ଟ ସିରିଜ୍ ଫଳାଫଳ ନିର୍ଦ୍ଧାରଣ କରିବ।

Advertisment

ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ ରନର ବିଜୟଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଛି। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଏଲଗାର ସର୍ବାଧିକ ୯୬ (୧୮୮ ବଲ୍, ୧୦ ଚୌକା) ରନ୍ କରି ଅପରାଜିତ ଥିଲେ। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ତେମ୍ବା ବାଭୁମା। ବାଭୁମା ୨୩ ରନ୍ କରି ଅପରାଜିତ ଥିଲେ।

ବର୍ଷା ଯୋଗୁ ଚତୁର୍ଥ ଦିବସର ଖେଳ ବିଳମ୍ବ ହୋଇଥିଲା। ପ୍ରବଳ ବର୍ଷା ପାଇଁ ପାଖାପାଖି ୬ ଘଣ୍ଟା ଖେଳ ବନ୍ଦ ହୋଇଥିଲା। ତେବେ ପୁନର୍ବାର ଯେତେବେଳେ ଦିବସର ଖେଳ ଆରମ୍ଭ ହେଲା, ଲାଗୁଥିଲା ଭାରତ ମ୍ୟାଚରେ କମବ୍ୟାକ୍ କରିବ। କିନ୍ତୁ ଦକ୍ଷିଣ ଆଫ୍ରିକାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏଲଗାର ଓ ରାସି ଭାନ୍ ଡର୍ ଡୁସେନ୍ ତୃତୀୟ ୱିକେଟ୍ ପାଇଁ ୮୨ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ।

Advertisment

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତୀୟ ବୋଲରମାନେ ପ୍ରୟାସ କରିଥିଲେ ହେଁ ଏଥିରେ ସେମାନେ ବିଫଳ ହୋଇଥିଲେ। ଘରୋଇ ଦଳର ସ୍କୋର ୧୭୫ ରନରେ ଥିବା ବେଳେ ମହମ୍ମଦ ଶାମି ଭାରତକୁ ବ୍ରେକଥ୍ରୁ’ ଦେଇଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଡୁସେନ୍ ୪୦ ରନ୍ କରି ଚେତେଶ୍ୱର ପୂଜାରାଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଏହା ପରେ ବାଭୁମା ଓ ଏଲଗାର ମଧ୍ୟ ଆଉ ଏକ ଭଲ ପାର୍ଟନରଶିପ୍ ଗଢ଼ିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଅବିଭାଜିତ ୬୮ ରନ୍ ଯୋଡ଼ିଥିଲେ। ଭାରତ ପକ୍ଷରୁ ଶାମି, ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ୍ ଅଶ୍ୱିନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ରଖିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe