Advertisment

ବିଶ୍ୱକପରେ ସାଉଥ ଆଫ୍ରିକାର ବିଶ୍ୱ ରେକର୍ଡ

ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୪୨୮ ରନ କରିଛି। ଏହା ବିଶ୍ୱକପରେ ସର୍ବକାଳୀନ ଦଳଗତ ସ୍କୋର।

Markram

Markram

Advertisment

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ସାଉଥ ଆଫ୍ରିକା ବିଶ୍ୱ ରେକର୍ଡ କରିଛି। ଆଜି ଠାରୁ ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହିଁ ଦଳ ବିଶ୍ୱକପର ସବୁ ରେକର୍ଡ ଭାଙ୍ଗି ଦେଇଛି।

Advertisment

ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୪୨୮ ରନ କରିଛି। ଏହା ବିଶ୍ୱକପରେ ସର୍ବକାଳୀନ ଦଳଗତ ସ୍କୋର।

ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। ଅଷ୍ଟ୍ରେଲିଆ ୨୦୧୫ରେ ଆଫଗାନିସ୍ତାନ ବିପକ୍ଷ ପର୍ଥ ଦିନିକିଆରେ ୭ ୱିକେଟ ହରାଇ ୪୧୭ ରନ କରିଥିଲା। ଆଜି ଏହି ରେକର୍ଡକୁ ଦକ୍ଷିଣ ଆଫ୍ରିକା ଭାଙ୍ଗି ଦେଇଛି।

Advertisment

ଦଳ ପକ୍ଷରୁ ଅଧିନାୟକ ତେମ୍ବା ବଭୂମା(୮)ଙ୍କୁ ଛାଡ଼ି ଦେଲେ ଆଉ ସମସ୍ତ ବ୍ୟାଟର ଦମଦାର ବ୍ୟାଟିଂ କରିଛନ୍ତି। ଓପନର କ୍ୱିଣ୍ଟନ ଡି’କକ ୮୪ ବଲରେ ୧୦୦ ରନ କରିଥିବା ବେଳେ ୩ନଂରେ ବ୍ୟାଟିଂ କରିଥିବା ରସି ଭାନ ଡେର ଡୁସେନ ୧୧୦ ବଲରେ ୧୦୮ ଓ ଏଡେନ ମାର୍କମ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଛନ୍ତି।

କୌଣସି ବିଶ୍ୱକପ ମ୍ୟାଚ୍‌ରେ ଗୋଟିଏ ଟିମର ୩ ଜଣ ବ୍ୟାଟର ଶତକ କରିବା ପ୍ରଥମ ଘଟଣା। ସେହିପରି ମାର୍କମ ମାତ୍ର ୪୯ ବଲରେ ଶତକ ହାସଲ କରିଛନ୍ତି। ଏହା ମଧ୍ୟ ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ।

ମାର୍କମ ତାଙ୍କ ଇନିଂସରେ ୧୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ ଆୟର୍ଲ୍ୟାଣ୍ତର କେଭିନ ଓ’ବ୍ରାଏନଙ୍କ ନାଁରେ ଥିଲା। ସେ ୨୦୧୧ ମସିହା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୫୦ ବଲରେ ଶତକ ହାସଲ କରିଥିଲେ।

ଏମାନଙ୍କ ବ୍ୟତୀତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ହେନରିଚ୍‌ କ୍ଲାସେନ ୨୦ ବଲରେ ୩୨, ଡାଭିଲ ମିଲର ୨୦ ବଲରେ ଅପରାଜିତ ୩୯ ଓ ମାର୍କୋ ଜାନେସନ ୭ ବଲରେ ଅପରାଜିତ ୧୨ ରନ କରିଛନ୍ତି।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲେ ମଧ୍ୟ ଦଳର ସବୁ ବୋଲରଙ୍କୁ ସାଉଥ ଆଫ୍ରିକାର ବ୍ୟାଟରମାନେ ଭଲ ଭାବେ ଧୂଲେଇ କରିଛନ୍ତି।

ICC Men’s Cricket World Cup 2023 ICC World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe