Advertisment

ଅପେକ୍ଷାର ଅନ୍ତ: ୧୧ ବର୍ଷ ପରେ ଏସିଆରେ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ୧୧ ବର୍ଷ ପରେ ଏସିଆରେ କୌଣସି ଟେଷ୍ଟ ଜିତିଥିବା ବେଳେ ବାଂଲାଦେଶ ବିପକ୍ଷରେ ଶତ ପ୍ରତିଶତ ବିଜୟ ରେକର୍ଡ କାଏମ ରଖିଛି।

SA

SA

Advertisment

ଦୀର୍ଘ ୧୧ ବର୍ଷ ହେଲା ଦକ୍ଷିଣ ଆଫ୍ରିକା କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶେଷରେ ଏସିଆ ମହାଦେଶରେ କୌଣସି ଟେଷ୍ଟ ମ୍ୟାଚ୍‌ ଜିତି ପାରିଛି ଦଳ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭ୍ରମଣକାରୀ ଦଳ ୭ ୱିକେଟରେ ଜିତି ନେଇଛି।

Advertisment

ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପଏଣ୍ଟ ଟେବୁଲରେ ଦଳ ୪ର୍ଥ ସ୍ଥାନକୁ ଉଠିଛି। ଦକ୍ଷିଣ ଆଫ୍ରିକା ୧୧ ବର୍ଷ ପରେ ଏସିଆରେ କୌଣସି ଟେଷ୍ଟ ଜିତିଥିବା ବେଳେ ବାଂଲାଦେଶ ବିପକ୍ଷରେ ଶତ ପ୍ରତିଶତ ବିଜୟ ରେକର୍ଡ କାଏମ ରଖିଛି। ଦଳ ୨୦୧୪ ଜୁଲାଇରେ ଶେଷ ଥର ପାଇଁ ଏସିଆ ମହାଦେଶରେ ବିଜୟ ପାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଶ୍ରୀଲଙ୍କାକୁ ହରାଇଥିଲା।

ଆଜି ବାଂଲାଦେଶକୁ ହରାଇବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପରେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୪୭.୬୨କୁ ବୃଦ୍ଧି ପାଇଛି। ଦଳ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡକୁ ପଛରେ ପକାଇ ଦେଇଛି। ସେହିପରି ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ବାଂଲାଦେଶର ବିଜୟ ପ୍ରତିଶତ ୩୦.୫୬କୁ ଖସି ଯାଇଛି। ଦଳ ଏବେ ୭ମ ସ୍ଥାନରେ ରହିଛି। ଭାରତ ପୂର୍ବଭଳି ୧ନଂ ଓ ଅଷ୍ଟ୍ରେଲିଆ ୨ନଂ ସ୍ଥାନରେ ଅଛି।

Advertisment

ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମ୍ୟାଚକୁ ବିଚାରକୁ ନେଲେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଟିମ ପ୍ରଥମ ଇନିଂସରେ କେବଳ ୧୦୬ ରନ କରିପାରି ଥିଲା। ଏହାର ଜବାବରେ କାୟେଲ ଭେରୟେନଙ୍କ ୧୧୪ ରନ ବଳରେ ଦକ୍ଷିଣ ଆଫ୍ରିକା ୩୦୮ ରନ କରିଥିଲା। ଏଥିସହ ୨୦୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ପାଇଥିଲା।

ଦ୍ୱିତୀୟ ଇନିଂସରେ ମେହିଦ ହାସନ ମିରାଜ ୯୭ ରନର କରିଥିଲେ ହେଁ ବାଂଲାଦେଶ ୩୦୭ ରନ କରିପାରି ଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୧୦୬ ରନ ଟାର୍ଗେଟ ମିଳିଥିଲା। ଏହାକୁ ଦଳ ବେଶ ସହଜରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା।

South Africa Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe