Advertisment

ନିରାଶ କଲେ ବ୍ୟାଟ୍ସମ୍ୟାନ୍, ପ୍ରଥମ ଦିନରେ ଦମ୍ ଦେଖାଇଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସ ଖେଳ ଘରୋଇ ଦଳ ନାଁରେ ରହିଛି। ୱାଣ୍ଡରର୍ସର ଫାଷ୍ଟ୍ ଓ ବାଉନ୍ସି ପିଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ତିଷ୍ଠିପାରିନାହାନ୍ତି। କେବଳ ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭଲ ବ୍ୟାଟିଂ କରିଛନ୍ତି, ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ୨୦୨ ରନରେ ପହଞ୍ଚିଛି। ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ହରାଇ ୩୫ […]

ନିରାଶ କଲେ ବ୍ୟାଟ୍ସମ୍ୟାନ୍, ପ୍ରଥମ ଦିନରେ ଦମ୍ ଦେଖାଇଲା ଦକ୍ଷିଣ ଆଫ୍ରିକା

dean-elgar

Advertisment

ଜୋହାନସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସ ଖେଳ ଘରୋଇ ଦଳ ନାଁରେ ରହିଛି। ୱାଣ୍ଡରର୍ସର ଫାଷ୍ଟ୍ ଓ ବାଉନ୍ସି ପିଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ତିଷ୍ଠିପାରିନାହାନ୍ତି। କେବଳ ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭଲ ବ୍ୟାଟିଂ କରିଛନ୍ତି, ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ୨୦୨ ରନରେ ପହଞ୍ଚିଛି। ଜବାବରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ହରାଇ ୩୫ ରନ୍ କରିଛି। କ୍ୟାପଟେନ୍ ଡିନ୍ ଏଲଗାର ୧୧ ଓ କୀଗାନ ପିଟରସନ୍ ୧୪ ରନ୍ କରି ଅପରାଜିତ ରହିଛନ୍ତି। ଏଡେନ୍ ମାର୍କରାମ ୭ ରନ୍ କରି ମହମ୍ମଦ ଶାମିଙ୍କ ଶିକାର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଏବେବି ୧୬୭ ରନରେ ପଛୁଆ ରହିଛି। ତେବେ ଦଳ ହାତରେ ଆହୁରି ୯ ୱିକେଟ୍ ବାକି ରହିଛି।

Advertisment

ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଥିଲା। କ୍ୟାପଟେନ୍ ବିରାଟ୍ କୋହଲି ପିଠିରେ ଯନ୍ତ୍ରଣା କାରଣରୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିଲେ। ଏହା ପରେ ନେତୃତ୍ୱ ଭାର ରାହୁଲଙ୍କୁ ପ୍ରଦାନ କରାଯାଇଥିଲା। ରାହୁଲ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ମୟଙ୍କ ଅଗ୍ରୱାଲ (୨୬) ଦ୍ରୁତ ରନ୍ ବ୍ୟାଟିଂ କରିଥିଲେ, କିନ୍ତୁ କିଛି ସମୟ ପରେ ମାର୍କୋ ଜାନସେନ୍ ତାଙ୍କୁ ଆଉଟ କରିଥିଲେ।

ଖରାପ ଫର୍ମରେ ଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ କ୍ରିଜରେ ତିଷ୍ଠିପାରିନଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଡୁଆନ୍ ଓଲିଭିଅର୍ ଲଗାତର ଦୁଇଟି ବଲରେ ଆଉଟ୍ କରିଥିଲେ। ପୂଜାରା ୩ ଓ ରାହାଣେ ବିନା ଖାତା ଖୋଲି ପ୍ୟାଭିଲିୟନ୍ ଫେରିଥିଲେ। କୋହଲିଙ୍କ ସ୍ଥାନରେ ସୁଯୋଗ ପାଇଥିବା ହନୁମା ବିହାରୀ ନିଜର କମବ୍ୟାକ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଭଲ ଭାଗିଦାରୀ ଗଢ଼ିଥିଲେ। ହେଲେ ଏହି ଯୋଡ଼ିକୁ ଘରୋଇ ଦଳର ଏକ ନମ୍ବର ବୋଲର କାଗିସୋ ରବାଡା ଭାଙ୍ଗିଥିଲେ।

Advertisment

ବିହାରୀ ମାତ୍ର ୨୦ ରନ୍ କରି ଆଉଟ୍ ହେବା ପରେ ରାହୁଲ୍ ଅର୍ଦ୍ଧଶତକ ମାରି ନିଜ ୱିକେଟ୍ ହରାଇ ବସିଥିଲେ। ରାହୁଲଙ୍କୁ ଆଉଟ୍ କରି ଜାନସେନ୍ ଭାରତକୁ ବଡ଼ ଝଟକା ଦେଇଥିଲେ। ରାହୁଲ ୧୩୩ ବଲରେ ୯ ଚୌକା ସହ ୫୦ ରନ୍ କରିଥିଲେ। ଅଶ୍ୱିନ୍ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ତେବେ ଋଷଭ ପନ୍ତ ପୁଣିଥରେ ନିରାଶ କରିଥିଲେ। ପନ୍ତଙ୍କୁ ମଧ୍ୟ ଜାନସେନ୍ ନିଜର ଶିକାର ବନାଇଥିଲେ।

ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିବା ବେଳେ ମହମ୍ମଦ ଶାମି ୯ ରନ୍ କରି ଆଉଟ୍ ହୋଇଥିଲେ। ଅଶ୍ୱିନ୍ ୫୦ ବଲରେ ୪୬ (୬ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଯଶପ୍ରୀତ ବୁମ୍ରା ୧୧ ବଲରେ ଦ୍ରୁତ ୧୪ (୨ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୧ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe