Advertisment

ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ଦଳ ମାତ୍ର ୪୪ ରନରେ ୪ ପ୍ରମୁଖ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଛି।

ଅଦ୍ୟତନ ହୋଇଛି
SA

SA

Advertisment

ଚଳିତ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ଦକ୍ଷିଣ ଆଫ୍ରିକାକୁ ଘାଣ୍ଟିଛି ନେଦରଲ୍ୟାଣ୍ଡ୍ସ। ବର୍ଷା ଯୋଗୁ ୪୩ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୨୪୬ ରନର ଟାର୍ଗେଟକୁ ପିଛା କରୁଥିବା ତେମ୍ବା ବଭୂମାଙ୍କ ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଦଳ ମାତ୍ର ୪୪ ରନରେ ୪ ପ୍ରମୁଖ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଛି।

Advertisment

ଇନଫର୍ମ କ୍ୱିଣ୍ଟନ ଡି’କକ ୨୦ ରନ କରିଥିବା ବେଳେ ଅଧିନାୟକ ବଭୂମା ୧୬ ରନ କରିଛନ୍ତି। ସେହିପରି ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଏଡେନ ମାର୍କରମ କେବଳ ୧ ରନ କରିବାକୁ ସକ୍ଷମ ହୋଇଛନ୍ତି।

ଡି’କକ ଓ ବଭୂମା ସ୍ପିନ ବଲରେ ଆଉଟ ହୋଇଥିବା ବେଳେ ମାର୍କରମଙ୍କ ୱିକେଟ ଦ୍ରୁତ ବୋଲର ପଲ ଭାନ ମିକେରେନ ନେଇଛନ୍ତି। ସେହିପରି ରସି ଭାନ ଡେର ଡୁସେନ(୪)ଙ୍କ ୱିକେଟ ରୋଲଫ ଭାନ ଡେର ମେରୱେ ଦଖଲ କରିଛନ୍ତି। ଏହାପୂର୍ବରୁ ସେ ବଭୂମାଙ୍କ ୱିକେଟ ମଧ୍ୟ ନେଇଥିଲେ।

Advertisment

ଏହାପୂର୍ବରୁ ଧର୍ମଶାଳାରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଡଚ୍‌ ଟିମ ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ୭୮ ରନ ବଳରେ ୮ ୱିକେଟ ହରାଇ ୨୪୫ ରନ କରିଥିଲା। 

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe