Advertisment

୫ମ ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା, ଏବେ କେବଳ ମିଲର ଭରସା

ଦକ୍ଷିଣ ଆଫ୍ରିକା ୮୯ ରନରେ ୫ମ ୱିକେଟ ହରାଇଛନ୍ତି। ଏବେ କେବଳ ମିଲର ହିଁ ଦକ୍ଷିଣ ଆଫ୍ରିକା ଭରସା।

author-image
Hemant Lenka
ଅଦ୍ୟତନ ହୋଇଛି
SA

SA

ନେଦରଲ୍ୟାଣ୍ଡସ ବିପକ୍ଷରେ ଆଶ୍ଚର୍ଯ୍ୟଜନକ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ସ୍ଥିତି ସମ୍ଭାଳିବାକୁ ସଂଘର୍ଷ ଆରମ୍ଭ କରିଛନ୍ତି। ହେନରିଚ କ୍ଲାସେନ ଓ ଡାଭିଡ ମିଲ୍‌ର ବେଶ ସତର୍କତାର ସହ ବ୍ୟାଟିଂ କରୁଥିଲେ ହେଁ ଏହି ଯୋଡ଼ି ବେଶୀ କିଛି କରି ପାରି ନାହାନ୍ତି। ଏବେ ମିଲର କ୍ରିଜ୍‌ରେ ଥିବା ବେଳେ କ୍ଲାସେନ କିନ୍ତୁ ଆଉଟ ହୋଇ ଯାଇଛନ୍ତି। ସେ ୨୮ ବଲରେ ୨୮ ରନ କରି ଲୋଗାନ ଭାନ ବିକଙ୍କ ବଲରେ ଆଛଟ ହୋଇଛନ୍ତି।

Advertisment

ଏଥିସହ ଦକ୍ଷିଣ ଆଫ୍ରିକା ୮୯ ରନରେ ୫ମ ୱିକେଟ ହରାଇଛନ୍ତି। ଏବେ କେବଳ ମିଲର ହିଁ ଦକ୍ଷିଣ ଆଫ୍ରିକା ଭରସା। ତାଙ୍କ ସହ ମାର୍କୋ ଜାନେସନ ରହିଛନ୍ତି।ଡଚ୍‌ ଟିମ ବିଶ୍ୱକପର ଏହି ମ୍ୟାଚ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୪୬ ରନର ଟାର୍ଗେଟ ଦେଇଛି।

ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୨୧ ଓଭର୍‌ରେ ୫ ୱିକେଟ ହରାଇ ୯୬ ରନ କରି ନେଇଛି। ମିଲର ୨୧ ରନ କରି ବ୍ୟାଟିଂ କରୁଛନ୍ତି। ଏବେ ବି ଦଳକୁ ଜିତିବା ପାଇଁ ୧୫୦ ରନର ଆବଶ୍ୟକ ରହିଛି। 

Advertisment

ଧର୍ମଶାଳାରେ ୨୪୬ ରନର ଟାର୍ଗେଟ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକାଦ ଦଳ ୪୪ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମେ ଇନଫର୍ମ କ୍ୱିଣ୍ଟନ ଡି’କକ ୨୦ ରନ କରି ଆଉଟ ହୋଇଥିଲେ। ଅଧିନାୟକ ବଭୂମା ୧୦ ରନ କରିବାକୁ ସକ୍ଷମ ହୋଇଥିଲେ।

ସେହିପରି ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଏଡେନ ମାର୍କରମ କେବଳ ୧ ରନ କରି ପ୍ୟାଭିଲିୟନ ଫେରିଥିଲା। ଡି’କକ ଓ ବଭୂମା ସ୍ପିନ ବଲରେ ଆଉଟ ହୋଇଥିବା ବେଳେ ମାର୍କରମଙ୍କ ୱିକେଟ ଦ୍ରୁତ ବୋଲର ପଲ ଭାନ ମିକେରନ ନେଇଛନ୍ତି।

ରସି ଭାନ ଡେର ଡୁସେନ(୪)ଙ୍କ ୱିକେଟ ରୋଲଫ ଭାନ ଡେର ମେରୱେ ଦଖଲ କରିଥିଲେ। ଏହାପୂର୍ବରୁ ସେ ବଭୂମାଙ୍କ ୱିକେଟ ମଧ୍ୟ ନେଇଥିଲେ। ୪୪ ରନରେ ୪ର୍ଥ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ୮୯ ରନରେ ୫ମ ୱିକେଟ ହରାଇଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup