Advertisment

୯୦ ବର୍ଷ ଧରି ଅପରାଜେୟ, ପୁଣି ସ୍ୱପ୍ନ ଚୁରମାର୍

କ୍ରାଇଷ୍ଟଚର୍ଚ୍ଚ: ୯୦ ବର୍ଷ ଧରି ଅପରାଜେୟ ଧାରା କାଏମ୍ ରଖିଛି ଦକ୍ଷିଣ ଆଫ୍ରିକା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ସ୍ୱପ୍ନ ପୁଣି ଚୁରମାର୍ ହୋଇଛି। କ୍ରାଇଷ୍ଟଚର୍ଚ୍ଚରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୯୮ ରନରେ କିୱି ଟିମକୁ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିନେଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୯୦ ବର୍ଷ ଧରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ୍ ଅପରାଜେୟ ଧାରା ବଜାୟ ରଖିଛି। ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୯୦ ବର୍ଷ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୯୦ ବର୍ଷ ଧରି ଅପରାଜେୟ, ପୁଣି ସ୍ୱପ୍ନ ଚୁରମାର୍

south-africa

କ୍ରାଇଷ୍ଟଚର୍ଚ୍ଚ: ୯୦ ବର୍ଷ ଧରି ଅପରାଜେୟ ଧାରା କାଏମ୍ ରଖିଛି ଦକ୍ଷିଣ ଆଫ୍ରିକା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ସ୍ୱପ୍ନ ପୁଣି ଚୁରମାର୍ ହୋଇଛି। କ୍ରାଇଷ୍ଟଚର୍ଚ୍ଚରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୯୮ ରନରେ କିୱି ଟିମକୁ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିନେଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୯୦ ବର୍ଷ ଧରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ୍ ଅପରାଜେୟ ଧାରା ବଜାୟ ରଖିଛି।

Advertisment

ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୯୦ ବର୍ଷ ଧରି ଟେଷ୍ଟ ମ୍ୟାଚ୍ ଖେଳାଯାଇ ଆସୁଛି। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମ୍ କେବେବି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ସିରିଜ୍ ଜିତିପାରିନାହିଁ। ୧୯୩୨ରୁ ଦୁଇ ଦେଶ ପରସ୍ପର ବିରୋଧରେ ୧୭ଟି ସିରିଜ୍ ଖେଳିଛନ୍ତି। ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକା୧୩ଟି ସିରିଜ୍ ଜିତିଥିବା ବେଳେ ୪ଟି ସିରିଜକୁ ଡ୍ର’ କରିଛି।

ଚଳିତଥର ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ଲାଗି ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ପ୍ରଥମ ଟେଷ୍ଟକୁ ନ୍ୟୁଜିଲ୍ୟାଣ୍ଡ ଇନିଂସ୍ ଓ ୨୭୮ ରନରେ ଜିତିଥିଲା। ତେବେ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ନ୍ୟୁଜିଲ୍ୟାଣ୍ଡ ପାଖରେ ଇତିହାସ ରଚିବାର ଭଲ ସୁଯୋଗ ଥିଲା। କିନ୍ତୁ ପ୍ରୋଟିସ୍ ଟିମ୍ ଜବରଦସ୍ତ କମବ୍ୟାକ କରି ଦ୍ୱିତୀୟ ଟେଷ୍ଟକୁ ୧୯୮ ରନରେ ଜିତି ନେଇଛି।

Advertisment

https://twitter.com/ICC/status/1498490121074757638?s=20&t=LE6WOGud2Y1ln-m6g7pi3Q

ଦକ୍ଷିଣ ଆଫ୍ରିକା ଦ୍ୱାରା ଧାର୍ଯ୍ୟ ୪୨୬ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଇନିଂସରେ ୨୨୭ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଡେଭନ୍ କନୱେ ସର୍ବାଧିକ ୯୨ ରନ୍ କରିଥିବା ବେଳେ ଟମ୍ ବ୍ଲଣ୍ଡେଲ୍ ୪୪ ରନ୍ କରିଥିଲେ। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲା।

https://twitter.com/OfficialCSA/status/1498553653728264192?s=20&t=LE6WOGud2Y1ln-m6g7pi3Q

ନିୟମିତ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ସ୍ଥାନରେ ନେତୃତ୍ୱ ନେଉଥିବା ଟମ୍ ଲାଥମ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ୱିଲ୍ ୟଙ୍ଗ ଖାତା ଖୋଲିପାରିନଥିଲେ। ଡାରିଏଲ୍ ମିଚେଲ୍ (୨୪), କଲିନ୍ ଡି’ ଗ୍ରାଣ୍ଡହୋମ୍ (୧୮), ହେନରୀ ନିକୋଲ୍ସ (୭), କାଇଲ୍ ଜେମିସନ୍ (୧୨), ଟିମ ସାଉଦି (୧୭) ନିରାଶ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କାଗିସୋ ରବାଡା, ମାର୍କୋ ଜାନସେନ୍ ଓ କେଶବ ମହାରାଜ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଉକ୍ତ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୬୪ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨୯୩ ରନ୍ କରି ୭୧ ରନର ଲିଡ୍ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୩୫୪ ରନ୍ କରି ଘୋଷଣା କରିଥିଲା। ମ୍ୟାଚରେ ୮ ୱିକେଟ୍ ନେଇଥିବା ରବାଡା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସିରିଜରେ ୧୪ ୱିକେଟ୍ ନେଇଥିବା ମ୍ୟାଟ୍ ହେନରୀ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି।