Advertisment

ଆଇପିଏଲ ପାଇଁ ୟୁ-ଟର୍ଣ୍ଣ ନେଲା ଦକ୍ଷିଣ ଆଫ୍ରିକା କ୍ରିକେଟ, ମିଳିଲା ବଡ଼ ଆଶ୍ୱସ୍ତି

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଦକ୍ଷିଣ ଆଫ୍ରିକା ଜୁନ ୩ରେ ଜିମ୍ବାୱେ ସହ ଗୋଟିଏ ଅଭ୍ୟାସ ଖେଳିବାର ଥିଲା। କିନ୍ତୁ ଏବେ ଉକ୍ତ ମ୍ୟାଚ୍‌ର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଯାଇଛି।

SA

SA

Advertisment

ଆଇପିଏର ପ୍ରାଞ୍ଚାଇଜଗୁଡ଼ିକୁ ମିଳିଛି ବଡ଼ ଆଶ୍ୱସ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ ତା’ର ପୂର୍ବ ନିଷ୍ପତ୍ତି ଆଇପିଏଲ ପାଇଁ ବଦଳାଇ ଦେଇଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପ୍ରସ୍ତୁତି ତାରିଖ ବଦଳାଇ ଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ। ଜୁନ ୧୧ରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳାଯିବ। ଏହାର ପ୍ରସ୍ତୁତି ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ସ୍କ୍ୱାଡରେ ଥିବା ଖେଳାଳିଙ୍କୁ ମେ’ ୨୬ ସୁଦ୍ଧା ଦେଶକୁ ଫେରିବାକୁ କୁହାଯାଇଥିଲା।

Advertisment

ହେଲେ ଏବେ ଏହି ତାରିଖ ଜୁନ ୩ ଯାଏ ଘୁଞ୍ଚାଇ ଦିଆଯାଇଛି। କ୍ରିକେଟ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଇନୋକ ନକୱେ କହିଛନ୍ତି, “ସଂଶୋଧନ-ମ୍ୟାଚ୍‌ ପାଇଁ ସ୍କ୍ୱାଡର ତାଲିମ ଜୁନ ୩ରୁ ଆରମ୍ଭ ହେବ। ମୋ ଠାରୁ ଉପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତଳ ସ୍ତରରେ ଆମେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରସ୍ତୁତି ଉପରେ ଫୋକସ ରଖିଛୁ।”

ଏପରି ନିଷ୍ପତ୍ତିର ଅର୍ଥ ଏବେ କାଗିସୋ ରବାଡା, ଆଡେନ ମାର୍କରମ, ଲୁଙ୍ଗି ଏନଗିଡି, ମାର୍କୋ ଜାନସେନ ଓ ତ୍ରିଷ୍ଟାନ ଷ୍ଟବ୍ସଙ୍କ ଭଳି ଖେଳାଳି ବାକି ରହିଥିବା ଆଇପିଏଲ ୨୦୨୫ର ମ୍ୟାଚ୍‌ ଗୁଡ଼ିକରେ ଭାଗ ନେଇପାରିବେ। ଭାରତ ଓ ପାକିସ୍ତାନ ବିବାଦ ଯୋଗୁ ଆଇପିଏଲ ୨୦୨୫ ପ୍ରାୟ ସପ୍ତାହେ ଯାଏ ସ୍ଥଗିତ ରହିଥିଲା। ଆସନ୍ତାକାଲି ଠାରୁ ବାକି ରହିଥିବା ଆଇପିଏଲ ୨୦୨୫ର ମ୍ୟାଚଗୁଡ଼ିକ ଆରମ୍ଭ ହେବ।

Advertisment

କିନ୍ତୁ କ୍ରିକେଟ ଦକ୍ଷିଣ ଆଫ୍ରିକା ମେ’ ୨୬ରୁ ଖେଳାଳିଙ୍କୁ ରିପୋର୍ଟିଂ ପାଇଁ କହିଥିବାରୁ ସେମାନେଙ୍କ ଅଂଶଗ୍ରହଣ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଥିଲା। ହେଲେ ଏବେ ଆଇପିଏଲ ଫାଇନାଲ ଜୁନ ୩ରେ ହେବାକୁ ଥିବା ବେଳେ କ୍ରିକେଟ ଦକ୍ଷିଣ ଆଫ୍ରିକା ସେହି ଅନୁସାରେ ନିଜର ଟ୍ରେନିଂ ସେସନ୍ସକୁ ବଦଳାଇ ଦେଇଛି।

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଦକ୍ଷିଣ ଆଫ୍ରିକା ଜୁନ ୩ରେ ଜିମ୍ବାୱେ ସହ ଗୋଟିଏ ଅଭ୍ୟାସ ଖେଳିବାର ଥିଲା। କିନ୍ତୁ ଏବେ ଉକ୍ତ ମ୍ୟାଚ୍‌ର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଯାଇଛି।

ପୂର୍ବ ବୁଝାମଣା ଅନୁସାରେ, ବିସିସିଆଇ ଆଇପିଏଲରେ ଭାଗ ନେଇଥିବା ବିଦେଶୀ ଖେଳାଳିଙ୍କୁ ମେ’ ୨୬ରୁ ରିଲିଜ କରିବାର ଥିଲା। କିନ୍ତୁ ସଂଶୋଧିତ ଆଇପିଏଲ ସୂଚୀ ଅନୁସାରେ ଲିଗ ପର୍ଯ୍ୟାୟ ମେ’ ୨୭ରେ ସରିବ ଓ ଫାଇନାଲ ଜୁନ ୩ରେ ଖେଳାଯିବ। ଆଇପିଏଲ ଖେଳୁଥିବା ଦକ୍ଷିଣ ଆଫ୍ରିକାର ୮ ଜଣ ଖେଳାଳି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି।

ସେମାନେ ହେଲେ – କାଗିସୋ ରବାଡା(ଗୁଜରାଟ ଟାଇଟନ୍ସ), ଲୁଙ୍ଗି ଏନଗିଡି(ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ), ତ୍ରିଷ୍ଟାନ ଷ୍ଟବ୍ସ(ଦିଲ୍ଲୀ କ୍ୟାପିଟାଲ୍ସ), ଏଡେନ ମାର୍କରମ(ଲକ୍ଷ୍ନୌ ସୁପର ଜାଏଣ୍ଟସ), ରାୟନ ରିକେଲଟନ(ମୁମ୍ବାଇ ଇଣ୍ଡିଆନ୍ସ), କୋର୍ବିନ ବଚ(ମୁମ୍ବାଇ ଇଣ୍ଡିଆନ୍ସ), ମାର୍କୋ ଜାନସେନ(ପଞ୍ଜାବ କିଙ୍ଗସ) ଓ ୱିଆନ ମୁଲଡର(ସନରାଇଜର୍ସ ହାଇଦ୍ରାବାଦ)।

South Africa WTC Final IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe