Advertisment

୩୯୯ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଏକ ସୁନ୍ଦର ଇନିଂସ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ ହେନ୍‌ରିଚ୍ କ୍ଲାସେନ। ସେ ୬୭ଟି ବଲ୍‌ରୁ ୧୨ ଚୌକା ଓ ୪ ଛକା ସହାୟତାରେ ୧୦୯ ରନ୍ କରିଥିଲେ।

South Africa

South Africa

Advertisment

ପୂର୍ବ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ ଭଳି ଅପେକ୍ଷାକୃତ ଦୁର୍ବଳ ଟିମ୍‌ଠାରୁ ପରାସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ଆଜି ଇଂଲଣ୍ଡ ବିପକ୍ଷରେ ୭ ୱିକେଟ୍‌ ହରାଇ ୩୯୯ ରନ୍ କରିଛି। ୪୦୦ ରନ୍ କଲେ ଏହି ମ୍ୟାଚ୍ ଜିତିବ ଇଂଲଣ୍ଡ।

Advertisment

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରେ ଲାଗିଥିଲା ଝଟକା। ଆଉଟ୍ ହୋଇଯାଇଥିଲେ ଓପନର କ୍ୱିଣ୍ଟନ ଡି’ କକ୍। ସେ ମାତ୍ର ୪ ରନ୍ କରିଥିଲେ। ରୀସ ଟପ୍‌ଲୀଙ୍କ ବଲ୍‌ରେ ବଟଲରଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତା’ପରେ ରୀଜା ହେଣ୍ଡ୍ରିକ୍ସ ଓ ରସି ଭାନ୍ ଡେର ଡୁସେନଙ୍କ ମଧ୍ୟରେ ଏକ ଭଲ ପାର୍ଟନରଶିପ୍ ହୋଇଥିଲା। ରସି ଭାନ୍ ଡେର ଡୁସେନ ୬୧ଟି ବଲ୍‌ରୁ ୬୦ ରନ୍ (୮ ଚୌକା) କରିଥିବା ବେଳେ ରଶିଦଙ୍କ ବଲ୍‌ରେ ବେୟାରଷ୍ଟୋଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳ ୧୯.୪ ଓଭରରେ ୧୨୫ ରନ୍‌ରେ ପହଞ୍ଚିଥିଲା।

Advertisment

ରୀଜା ହେଣ୍ଡ୍ରିକ୍ସ ଭଲ ଖେଳୁଥିବା ବେଳେ ୮୫ ରନ୍ (୯ ଚୌକା ଓ ୩ ଛକା)ରେ କରିଥିବା ବେଳେ ରଶିଦଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ଅଧିନାୟକ ଏଡେନ ମାର୍କରମ ୪୪ଟି ବଲ୍‌ରୁ ୪୨ ରନ୍ କରିଥିଲେ। ତେବେ ଏକ ସୁନ୍ଦର ଇନିଂସ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ ହେନ୍‌ରିଚ୍ କ୍ଲାସେନ। ସେ ୬୭ଟି ବଲ୍‌ରୁ ୧୨ ଚୌକା ଓ ୪ ଛକା ସହାୟତାରେ ୧୦୯ ରନ୍ କରିଥିଲେ। ଆଟକିନସନ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ଡାଭିଡ଼ ମିଲର ମାତ୍ର ୫ ରନ୍‌ରେ ଆଉଟ୍ ହୋଇଥିବା ବେଳେ ମାର୍କୋ ୟାନସେନ ଧମାକା କରିଥିଲେ। ସେ ୪୨ଟି ବଲ୍‌ରୁ ୩ଟି ଚୌକା ଓ ୬ଟି ଛକା ସହାୟତାରେ ୭୫ ରନ୍ କରି ଅପରାଜିତ ରହିଥିଲେ। ଦଳ ୫୦ ଓଭରରେ ୭ ୱିକେଟ ହରାଇ ୩୯୯ ରନ୍‌ରେ ଅଟକି ଥିଲା।

ଇଂଲଣ୍ଡ ତରଫରୁ ରୀସ ଟପ୍‌ଲୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଗସ ଆଟକିନସନ ଓ ଆଦିଲ ରଶିଦ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe