ଭାରତ ବିପକ୍ଷ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ୱାଡ୍ ଘୋଷିତ

ଜୋହାନସବର୍ଗ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୨୧ ଜଣିଆ ଦକ୍ଷିଣ ଆଫ୍ରିକା ସ୍କ୍ୱାଡର ଘୋଷଣା କରାଯାଇଛି। ଅଭିଜ୍ଞ ତଥା ଓପ୍ନର ଡିନ୍ ଏଲଗାର୍ ଟିମର ନେତୃତ୍ୱ ନେବେ। ଟିମର ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ତେମ୍ବା ବାଭୁମାନଙ୍କୁ ଦିଆଯାଇଛି। ଟିମରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିଛି। ବିଶେଷ କରି ଦଳର ବୋଲିଂ ଲାଇନ୍ ଅପ୍ ବେଶ୍ ମଜଭୁତ୍ ଲାଗୁଛି। ଟିମରେ ତିନି ସ୍ପେଶାଲିଷ୍ଟ ପେସର୍ […]

saf

saf

Ranjit Kumar Jena
  • Published: Tuesday, 07 December 2021
  • Updated: 07 December 2021, 03:05 PM IST

Sports

Latest News

ଜୋହାନସବର୍ଗ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୨୧ ଜଣିଆ ଦକ୍ଷିଣ ଆଫ୍ରିକା ସ୍କ୍ୱାଡର ଘୋଷଣା କରାଯାଇଛି। ଅଭିଜ୍ଞ ତଥା ଓପ୍ନର ଡିନ୍ ଏଲଗାର୍ ଟିମର ନେତୃତ୍ୱ ନେବେ। ଟିମର ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ତେମ୍ବା ବାଭୁମାନଙ୍କୁ ଦିଆଯାଇଛି।

ଟିମରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିଛି। ବିଶେଷ କରି ଦଳର ବୋଲିଂ ଲାଇନ୍ ଅପ୍ ବେଶ୍ ମଜଭୁତ୍ ଲାଗୁଛି। ଟିମରେ ତିନି ସ୍ପେଶାଲିଷ୍ଟ ପେସର୍ ଭାବେ କାଗିସୋ ରବାଡା, ଆନରିଚ୍ ନୋର୍ଜେ ଓ ଲୁଙ୍ଗି ଏନଗିଡିଙ୍କୁ ସାମିଲ୍ କରାଯାଇଛି। ଏହାଛଡ଼ା ଡୁଆନ୍ ଓଲିଭର ଟିମକୁ କମବ୍ୟାକ୍ କରିଛନ୍ତି। ସେହିପରି ଏଡେନ୍ ମାର୍କରମ୍, କ୍ୱିଣ୍ଟନ୍ ଡି’କକ, ରାସି ଭାନ୍ ଡର୍ ଡୁସେନଙ୍କ ଭଳି ଅଭିଜ୍ଞ ଖେଳାଳି ସ୍କ୍ୱାଡରେ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ଜୁନ୍ ମାସ ପରଠାରୁ କୌଣସି ଟେଷ୍ଟ ମ୍ୟାଚ୍ ଖେଳିନାହିଁ। ଜୁନ୍ ମାସରେ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିଥିଲା।

https://twitter.com/OfficialCSA/status/1468127392891871237?s=20

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ଜୋହାନସବର୍ଗ ଏବଂ ତୃତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ତେବେ ଟି-୨୦ ସିରିଜ୍ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ୱାଡ୍: ଡିନ୍ ଏଲଗାର (କ୍ୟାପଟେନ୍), ତେମ୍ବା ବାଭୁମା (ଭାଇସ୍-କ୍ୟାପଟେନ୍), କ୍ୱିଣ୍ଟନ୍ ଡି’କକ୍, କାଗିସୋ ରବାଡା, ସାରେଲ୍ ଏରୱି, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିନ୍ଦେ, କେଶବ ମହାରାଜ, ଲୁଙ୍ଗି ଏନଗିଡି, ଏଡେନ୍ ମାର୍କରମ୍, ୱିଆନ୍ ମୁଲ୍ଡର୍, ଆନରିଚ୍ ନୋର୍ଜେ, କୀଗାନ ପିଟରସନ୍, ରାସି ଭାନ୍ ଡର୍ ଡୁସେନ୍, କାଇଲ୍ ଭେରୀନେ, ମାର୍କୋ ଜାନସେନ୍, ଗ୍ଲେଣ୍ଟନ୍ ଷ୍ଟୁରମ୍ୟାନ୍, ପ୍ରିନେଲାନ୍ ସୁବ୍ରାୟେନ୍, ସିସାନ୍ଦା ମଗଲା, ରିଆନ୍ ରିକେଲଟନ୍, ଡୁଆନ୍ ଓଲିଭର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos