Advertisment

ଟାର୍ଗେଟ୍ ୨୪୦, ଦକ୍ଷିଣ ଆଫ୍ରିକା ୧୧୮/୨

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ମଜଭୁତ୍ ସ୍ଥିତିରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୧୮ ରନ୍ କରିନେଇଛି। ଷ୍ଟମ୍ପ ଅପସାରଣ ବେକଳୁ କ୍ୟାପଟେନ୍ ଡିନ୍ ଏଲଗାର ୪୬ ଓ ରାସି ଭାନ୍ ଡର୍ ଡୁସେନ୍ ୧୧ ରନ୍ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକାକୁ […]

ଟାର୍ଗେଟ୍ ୨୪୦, ଦକ୍ଷିଣ ଆଫ୍ରିକା ୧୧୮/୨

saf

Advertisment

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ମଜଭୁତ୍ ସ୍ଥିତିରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୧୮ ରନ୍ କରିନେଇଛି। ଷ୍ଟମ୍ପ ଅପସାରଣ ବେକଳୁ କ୍ୟାପଟେନ୍ ଡିନ୍ ଏଲଗାର ୪୬ ଓ ରାସି ଭାନ୍ ଡର୍ ଡୁସେନ୍ ୧୧ ରନ୍ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୨୨ ରନ ଆବଶ୍ୟକ ହେଉଥିବା ବେଳେ ଭାରତ ବିଜୟ ଠାରୁ ଆହୁରି ୮ ୱିକେଟ୍ ପଛରେ ରହିଛି। ଏଭଳି ସ୍ଥିତିରେ ଚତୁର୍ଥ ଦିବସରେ କେଉଁ ଦଳ ବାଜି ମାରୁଛି, ତାହା ପ୍ରଥମ ସେସନରେ ସ୍ପଷ୍ଟ ହୋଇଯିବ।

Advertisment

୨୪୦ ରନର ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ସଲିଡ୍ ଷ୍ଟାର୍ଟ କରିଥିଲା। ଦୁଇ ଓପ୍ନର ଏଡେନ୍ ମାର୍କରମ୍ ଓ ଏଲଗାର ପ୍ରଥମ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ିଥିଲେ। ଏଲଗାର ଦ୍ରୁତ ରନ୍ କରିଚାଲିଥିବା ବେଳେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଶାର୍ଦ୍ଦୁଲ ଠାକୁର। ମାର୍କରମ ୩୮ ବଲରେ ୩୧ ରନ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା କୀଗାନ ପିଟରସନ୍ (୨୮) ପୁଣିଥରେ ଭଲ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ତେବେ ଆଉଟ୍ ହେବା ପୂର୍ବରୁ ସେ ଏଲଗାରଙ୍କ ସହ ମିଶି ଦ୍ୱିତୀୟ ୱିକେଟ ପାଇଁ ୪୬ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ତାଙ୍କୁ ଅଶ୍ୱିନ୍ ଏଲବିଡବ୍ଲ୍ୟୁ କରିଥିଲେ। ତେବେ ଦିବସର ବାକି ଓଭର ଗୁଡ଼ିକରେ ଏଲଗାର ଓ ଡୁସେନ୍ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ।

https://twitter.com/BCCI/status/1478754513825591297?s=20

ଏହା ପୂର୍ବରୁ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୬୬ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୫୮ ଓ ପୂଜାରା ୫୩ ରନ୍ କରିଥିଲେ। ତୃତୀୟ ଦିବସରେ ମଧ୍ୟ ପୂଜାରା ଓ ରାହାଣେ ଆଜି ମଧ୍ୟ ସେହି ଅନ୍ଦାଜରେ ବ୍ୟାଟିଂ କରିଥିଲେ। ପ୍ରଥମେ ପୂଜାରା ୬୨ ବଲରେ ଏବଂ ପରେ ରାହାଣେ ୬୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତର ସ୍କୋର ୧୫୦ ରନ୍ ଅତିକ୍ରମ କରିଥିଲେ। ତେବେ ଉଭୟ ରାହାଣେ ଓ ପୂଜାରାଙ୍କୁ ରବାଡା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍ ସଫଳତା ଦେଇଥିଲେ।

Advertisment

ୱିକେଟ୍ କିପର ଋଷଭ ପନ୍ତ ଖାତା ଖୋଲିପାରିନଥିଲେ। ତେବେ ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶାର୍ଦ୍ଦୁଲ ଠାକୁରଙ୍କ ଯୋଗଦାନ ବଳରେ ଭାରତ ୨୬୬ ରନରେ ପହଞ୍ଚିପାରିଥିଲା। ବିହାରୀ ୪୦ ରନ୍ କରି ଅପରାଜିତ ଥିଲେ। ଶାର୍ଦ୍ଦୁଲ ୨୪ ବଲରେ ୫ ଚୌକା ଓ ୧ ଛକା ସହ ୨୮, ଅଶ୍ୱିନ୍ ୧୪ ‍ବଲରେ ୧୬ ରନ୍ କରିଥିଲେ। ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଖାତା ଖୋଲିପାରିନଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, କାଗିସୋ ରବାଡା ଓ ମାର୍କୋ ଜାନସେନ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe