Advertisment

ତୃତୀୟ ଦିନିକିଆରେ ମଧ୍ୟ ଟସ୍‌ ହାରିଲା ଭାରତ, ରଜତ ପଟିଦାରଙ୍କ ଡେବ୍ୟୁ

ଭାରତ ପ୍ରଥମ ଦିନିକିଆ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆ ଘରୋଇ ଟିମ ସପକ୍ଷରେ ଯାଇଥିଲା। ଏବେ ୩ ଟିକିଆ ସିରିଜ ୧-୧ରେ ବରାବର ରହିଛି। ତେଣୁ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

author-image
Hemant Lenka
SA

SA

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତର ଟସ୍‌ ହାରିବା ପ୍ରକ୍ରିୟା ଜାରି ରହିଛି। ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ମଧ୍ୟ କେଏଲ ରାହୁଲ ଟସ ହାରିଛନ୍ତି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ ମାର୍କରମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତ ପ୍ରଥମେ ବ୍ୟାଟିଂ କରିବ।

Advertisment

ଭାରତ ପ୍ରଥମ ଦିନିକିଆ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆ ଘରୋଇ ଟିମ ସପକ୍ଷରେ ଯାଇଥିଲା। ଏବେ ୩ ଟିକିଆ ସିରିଜ ୧-୧ରେ ବରାବର ରହିଛି। ତେଣୁ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

ଭାରତ ଆଜି ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଦେଶ ପାଇଁ ଯୁବ ବ୍ୟାଟର ରଜତ ପଟିଦାର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଆହତ କାରଣରୁ ଋତୁରାଜ ଗାଏକ୍ୱାଡ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ତେଣୁ ପଟିଦାରଙ୍କୁ ଆଜି ସୁଯୋଗ ମିଳିଛି। ସେହିପରି କୁଲଦୀପ ଯାଦଙ୍କୁ ଦଳ ବିଶ୍ରାମ ଦେଇଛି। ତାଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। କିନ୍ତୁ ସ୍କ୍ୱାଡରେ ସାମିଲ ଥିବା ୟୁଜଭେନ୍ଦ୍ର ଚହଲଙ୍କୁ ଗୋଟିଏ ହେଲେ ବି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନାହିଁ।

Advertisment

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିନାହିଁ। ଦଳରେ ଶତକାଧାରୀ ଡେ ଜୋରଜିଙ୍କ ଠାରୁ କେଶ ମହାରାଜଙ୍କ ଭଳି ଖେଳାଳି ରହିଛନ୍ତି।

Indian Cricket Team Cricket INDvsSA