Advertisment

ଦ୍ୱିତୀୟ ଦିନିକିଆ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ରିଙ୍କୁ ସିଂହଙ୍କ ଡେବ୍ୟୁ

ଟିମ ଇଣ୍ଡିଆ ପାଇଁ ଆଜି ରିଙ୍କୁ ସିଂହ ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Rinku

Rinku

ଆଜି ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳା ଯାଉଛସି ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଅର୍ଥ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଆଜି ପ୍ରଥମେ ବ୍ୟାଟିଂ କରିବ। ଟିମ ଇଣ୍ଡିଆ ପାଇଁ ଆଜି ରିଙ୍କୁ ସିଂହ ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Advertisment

ତାଙ୍କୁ ଶ୍ରେୟସ ଆୟରଙ୍କ ବଦଳରେ ସୁଯୋଗ ମିଳିଛି। ଆୟର ଟେଷ୍ଟ ସିରିଜ୍‌ର ପ୍ରସ୍ତୁତି ପାଇଁ ଭାରତର ସିନିୟର ଟିମ ସହ ସାମିଲ ହୋଇଛନ୍ତି। ତେଣୁ ସେ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ପ୍ରଥମ ଦିନିକିଆରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଭାରତ ମ୍ୟାଚ ମଧ୍ୟ ଜିତିଥିଲା। 

ଦ୍ୱିତୀୟ ଦିନିକିଆ ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଖେଳାଯାଉଛି। ଭାରତ ପ୍ରଥମ ମ୍ୟାଚ୍ ଜିତି ୩ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ତିନି ଟିକିଆ ସିରିଜରୁ ଭାରତ ଗୋଟିଏ ମ୍ୟାଚ୍ ଜିତି ସାରିଥିବାରୁ ଘରୋଇ ଟିମ୍ ପାଇଁ ଆଜି କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଟିମ୍ ଇଣ୍ଡିଆ ମଧ୍ୟ ଆଜିର ମ୍ୟାଚ୍ ଜିତି ସିରିଜ କବଜା ଲକ୍ଷ୍ୟରେ ରହିବ।

Advertisment

କେଏଲ ରାହୁଲଙ୍କ ନେତୃତରେ ଟିମ୍ ଇଣ୍ଡିଆର ୟଙ୍ଗ୍ ବିଗ୍ରେଡ୍ ଦମଦାର ପ୍ରଦର୍ଶନ କରୁଛନ୍ତି। ପ୍ରଥମ ମ୍ୟାଚରେ ପେସର୍ ଅର୍ଶଦୀପ ସିଂହଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଥିଲା। ସେ ଘରୋଇ ଟିମକୁ ପ୍ରାରମ୍ଭିକ ଝଟକା ଦେଇ ରନ୍ ରେଟକୁ ହ୍ରାସ କରିବା ସହ ପାଞ୍ଚ ୱିକେଟ୍ ନେଇଥିଲେ। ସେହିପରି ନବାଗତ ଆବେଶ ଖାନ ମଧ୍ୟ ଚାରି ୱିକେଟ୍ ଦଖଲ କରିଥିଲେ। 

ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବିସାଇ ସୁଦର୍ଶନ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେଣୁ ଏମାନଙ୍କ ଉପରେ ଆଜି ମଧ୍ୟ ସମସ୍ତଙ୍କ ନଜର ରହିବ। 

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦିଲେ ଫେଲଖୁୱା ଓ ତାବ୍ରାଇଜ ଶାମସି ଆଜିର ମ୍ୟାଚ ଖେଳୁ ନାହାନ୍ତି। ଏମାନଙ୍କ ମଧ୍ୟରେ ବେଉରାନ ହେଣ୍ଡ୍ରିକ୍ସ ଓ ଲିଜାଡ ୱିଲିୟମ୍ସଙ୍କୁ ଆଜି ସୁଯୋଗ ମିଳିଛି। 

Cricket Ind Vs SA Sports Ind Vs SA 2nd ODI One Day Match