Advertisment

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଷ୍ଟାର୍ ପେସର୍ ଟେଷ୍ଟ ସିରିଜରୁ ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖର ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଘରୋଇ ଟିମକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ ଆହତ କାରଣରୁ ପୂରା ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ମଙ୍ଗଳବାର କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଏହି ସୂଚନା ଦେଇଛି। ସିଏସଏ ତରଫରୁ ଅଫିସିଆଲ୍ ବିବୃତ୍ତିରେ କୁହାଯାଇଛି, ଆଶା କରାଯାଉଥିଲା ନୋର୍ଜେ ଭାରତ ବିପକ୍ଷ […]

ଅଦ୍ୟତନ ହୋଇଛି
ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଷ୍ଟାର୍ ପେସର୍ ଟେଷ୍ଟ ସିରିଜରୁ ଆଉଟ୍

anrich

Advertisment

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖର ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଘରୋଇ ଟିମକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ ଆହତ କାରଣରୁ ପୂରା ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ମଙ୍ଗଳବାର କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ଏହି ସୂଚନା ଦେଇଛି।

Advertisment

ସିଏସଏ ତରଫରୁ ଅଫିସିଆଲ୍ ବିବୃତ୍ତିରେ କୁହାଯାଇଛି, ଆଶା କରାଯାଉଥିଲା ନୋର୍ଜେ ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ରିକଭରୀ ହୋଇଯିବେ, କିନ୍ତୁ ଏହା ହେଲା ନାହିଁ। ସେ କିପରି ଶୀଘ୍ର ଫିଟ୍ ହେବେ, ସେଥିପାଇଁ ବିଶେଷଜ୍ଞଙ୍କ ସହ ଲଗାତାର ଯୋଗାଯୋଗ କରାଯାଉଛି। ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ସାମିଲ୍ କରାଯାଇନାହିଁ।

ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍ ତା’ର ଶେଷ ପ୍ରସ୍ତୁତିରେ ଲାଗି ପଡ଼ିଛି। ଚଳିତ ବର୍ଷ ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିପକ୍ଷ ଖେଳାଯାଇଥିବା ଟେଷ୍ଟ ସିରିଜ୍ ଏହା ଟିମର ପ୍ରଥମ ସିରିଜ୍ ହେବ। ଦକ୍ଷିଣ ଆଫ୍ରିକା ଟିମ୍ ୱେଷ୍ଟଇଣ୍ଡିଜକୁ ତା’ ନିଜ ମାଟିରେ ୨-୦ରେ ହରାଇଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶ।

Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୨୬ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩ ତାରିଖରୁ ଜୋହାନସବର୍ଗ ଏବଂ ତୃତୀୟ ଟେଷ୍ଟ ଜାନୁଆରୀ ୧୧ ତାରିଖରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ପରେ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ସ୍କ୍ୱାଡ୍: ଡିନ୍ ଏଲଗାର (କ୍ୟାପଟେନ୍), ତେମ୍ବା ବାଭୁମା (ଭାଇସ୍-କ୍ୟାପଟେନ୍), କ୍ୱିଣ୍ଟନ୍ ଡି’କକ୍, କାଗିସୋ ରବାଡା, ସାରେଲ୍ ଏରୱି, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିନ୍ଦେ, କେଶବ ମହାରାଜ, ଲୁଙ୍ଗି ଏନଗିଡି, ଏଡେନ୍ ମାର୍କରମ୍, ୱିଆନ୍ ମୁଲ୍ଡର୍, କୀଗାନ ପିଟରସନ୍, ରାସି ଭାନ୍ ଡର୍ ଡୁସେନ୍, କାଇଲ୍ ଭେରୀନେ, ମାର୍କୋ ଜାନସେନ୍, ଗ୍ଲେଣ୍ଟନ୍ ଷ୍ଟୁରମ୍ୟାନ୍, ପ୍ରିନେଲାନ୍ ସୁବ୍ରାୟେନ୍, ସିସାନ୍ଦା ମଗଲା, ରିଆନ୍ ରିକେଲଟନ୍, ଡୁଆନ୍ ଓଲିଭର୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe