Advertisment

ବିସିସିଆଇକୁ ଫୁଲ୍ ଗ୍ୟାରେଣ୍ଟି ଦେଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଦକ୍ଷିଣ ଆଫ୍ରିକାରେ ଏହି ଭାରିଏଣ୍ଟର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଟିମ୍ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ, ତାହା ପ୍ରତିଟି ଖେଳପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ସରକାର ଟିମ୍ ଇଣ୍ଡିଆକୁ ସୁରକ୍ଷିତ ରଖିବା ପାଇଁ ପୂରା ଗ୍ୟାରେଣ୍ଟି ଦେଇଛନ୍ତି। […]

author-image
Ranjit Kumar Jena
ବିସିସିଆଇକୁ ଫୁଲ୍ ଗ୍ୟାରେଣ୍ଟି ଦେଲା ଦକ୍ଷିଣ ଆଫ୍ରିକା

india

ଜୋହାନସବର୍ଗ: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଦକ୍ଷିଣ ଆଫ୍ରିକାରେ ଏହି ଭାରିଏଣ୍ଟର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଟିମ୍ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ, ତାହା ପ୍ରତିଟି ଖେଳପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ସରକାର ଟିମ୍ ଇଣ୍ଡିଆକୁ ସୁରକ୍ଷିତ ରଖିବା ପାଇଁ ପୂରା ଗ୍ୟାରେଣ୍ଟି ଦେଇଛନ୍ତି। ଦକ୍ଷିଣ ଆଫ୍ରିକାର ବିଦେଶ ମନ୍ତ୍ରାଳୟ କହିଛି ଯେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ପୂର୍ଣ୍ଣ ବାୟୋ-ବବଲ୍ ପ୍ରସ୍ତୁତ କରାଯିବ। ମନ୍ତ୍ରାଳୟ ଏହାସହ କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସତ୍ତ୍ୱେ ଇଣ୍ଡିଆ-ଏ ଟିମର ଗସ୍ତରୁ ନହଟିବା ପାଇଁ ବିସିସିଆଇକୁ ପ୍ରଶଂସା କରିଛି।

Advertisment

ଇଣ୍ଡିଆ-ଏ ମଙ୍ଗଳବାର ଠାରୁ ବ୍ଲୋଏମଫୋଣ୍ଟେନରେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ଖେଳୁଛି। କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’ ଆସିବା ପରେ ବିଶ୍ୱ ସ୍ତରରେ ଚିନ୍ତାଜନକ ପରିସ୍ଥିତି ସତ୍ତ୍ୱେ ଭାରତୀୟ ବୋର୍ଡ ଦକ୍ଷିଣ ଆଫ୍ରିକାରେ ସିରିଜ୍ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ସିନିୟର୍ ଟିମ୍ ଡିସେମ୍ବର ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ତିନି ଟେଷ୍ଟ ଖେଳିବ, ଯାହା ପରେ ୩ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିବ।

ବିରାଟ୍ କୋହଲି ଓ ତାଙ୍କ ଟିମ୍ ଡିସେମ୍ବର ୯ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବ, କିନ୍ତୁ ଦେଶରେ ‘ଓମିକ୍ରନ’ ଭାରିଏଣ୍ଟ ସଂକ୍ରମଣ ବ୍ୟାପିବା ଦ୍ୱାରା ଗସ୍ତକୁ ନେଇ ସାମାନ୍ୟ ଚିନ୍ତା ଦେଖା ଦେଇଛି। ଏହି ନୂଆ ଭାରିଏଣ୍ଟ ଆସିବା ଦ୍ୱାରା ଅନେକ ଦେଶଗୁଡ଼ିକ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ଏ ନେଇ ଦକ୍ଷିଣ ଆଫ୍ରିକାର ବିଦେଶ ମନ୍ତ୍ରାଳୟ କହିଛି, ଭାରତୀୟ ଟିମର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦକ୍ଷିଣ ଆଫ୍ରିକା ସମସ୍ତ ପ୍ରକାରର ସତର୍କତା ପଦକ୍ଷେପ ଉଠାଇବ। ଦକ୍ଷିଣ ଆଫ୍ରିକା ଓ ଇଣ୍ଡିଆ-ଏ ଟିମ୍ ବ୍ୟତୀତ ଦୁଇ ଜାତୀୟ ଦଳ ପାଇଁ ପୂର୍ଣ୍ଣ ବାୟୋ-ବବଲ ପ୍ରସ୍ତୁତ କରାଯିବ। ଗୋଟିଏ ପଟେ କିଛି ଦେଶ ଦକ୍ଷିଣ ଆଫ୍ରିକାରୁ ଯାତ୍ରା ସୀମିତ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଇଣ୍ଡିଆ-ଏ ଦଳର ଗସ୍ତ ଜାରି ରଖି ଭାରତ ଏକତାର ପରିଚୟ ଦେଖାଛି।

Advertisment

ମନ୍ତ୍ରାଳୟ କହିଛି ଯେ ଦକ୍ଷିଣ ଆଫ୍ରିକା ଗସ୍ତ ଜାରି ରଖିଥିବାରୁ ସେମାନେ ବିସିସିଆଇକୁ ପ୍ରଶଂସା କରିଛନ୍ତି। ମନ୍ତ୍ରାଳୟ କହିଛି, ଭାରତୀୟ ଜାତୀୟ ଦଳର ଏହି ଯାତ୍ରା ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାର ୩୦ତମ ବାର୍ଷିକୀ ହେବ। ଦକ୍ଷିଣ ଆଫ୍ରିକା ସରକାରଙ୍କ ଜାତିଆଣ ଭେଦଭାବ ନୀତି କାରଣରୁ ୧୯୭୦ରେ ଆଇସିସି ଦକ୍ଷିଣ ଆଫ୍ରିକା ଟିମକୁ ବ୍ୟାନ୍ କରାଯାଇଥିଲା। ଯାହା ପରେ ୧୯୯୨ରେ ଭାରତ ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା।