Advertisment

ପନ୍ତଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା କବ୍‌ଜାରେ କେପ୍ ଟାଉନ୍ ଟେଷ୍ଟ

କେପ୍ ଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା କେପ୍ ଟାଉନ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଋଷଭ ପନ୍ତଙ୍କ ଶତକ ସତ୍ତ୍ୱେ ଭାରତ ମ୍ୟାଚରେ ବ୍ୟାକଫୁଟରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୧୨ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୦୧ ରନ୍ କରି ମଜଭୁତ୍ ସ୍ଥିତିରେ ରହିଛି। ସିରିଜ୍ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୧୧ ରନ୍ ଆବଶ୍ୟକ ହେଉଥିବା […]

ପନ୍ତଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା କବ୍‌ଜାରେ କେପ୍ ଟାଉନ୍ ଟେଷ୍ଟ

elagar

Advertisment

କେପ୍ ଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା କେପ୍ ଟାଉନ୍ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଋଷଭ ପନ୍ତଙ୍କ ଶତକ ସତ୍ତ୍ୱେ ଭାରତ ମ୍ୟାଚରେ ବ୍ୟାକଫୁଟରେ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୧୨ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୦୧ ରନ୍ କରି ମଜଭୁତ୍ ସ୍ଥିତିରେ ରହିଛି। ସିରିଜ୍ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୧୧ ରନ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ୮ ୱିକେଟ୍ ଦରକାର। ଷ୍ଟମ୍ପ ଅପସାରଣ ବେଳକୁ କୀଗାନ ପିଟରସନ୍ ୪୮ ରନ୍ କରି ଅପରାଜିତ ରହିଛନ୍ତି।

Advertisment

୨୧୨ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଏଡେନ୍ ମାର୍କରମ୍ ୧୬ ରନ୍ କରି ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ତେବେ କ୍ୟାପଟେନ୍ ଡିନ୍ ଏଲଗାର ଓ ପିଟରସନ୍ ଦମଦାର ବ୍ୟାଟିଂ କରିଥିଲେ ଏବଂ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଦୁହେଁ ୭୮ ରନର ଭାଗିଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଯଶପ୍ରୀତ ବୁମ୍ରା। ଏଲଗାର(୩୦)ଙ୍କ ଆଉଟ୍ ସହ ଦିବସର ଖେଳ ଶେଷ ହୋଇଥିଲା।

ଏହା ପୂର୍ବରୁ ପନ୍ତଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଥିଲା। ପନ୍ତ ମାତ୍ର ୧୩୯ ବଲରେ ୬ ଚୌକା ଓ ୪ ଛକା ସହ ଅପରାଜିତ ୧୦୦ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନଥିଲେ।

Advertisment

ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ପାଳିରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ୭୯ ରନର ଇନିଂସ୍ ଖେଳିଥିବା କ୍ୟାପଟେନ୍ ବିରାଟ୍ କୋହଲି ଧୀମା ବ୍ୟାଟିଂ କରି ମାତ୍ର ୨୯ ରନରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଲୁଙ୍ଗି ଏନଗିଡି ଆଉଟ୍ କରିଥିଲେ। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୯) ଓ ଆଉଟ୍ ଅଫ୍ ଫର୍ମ ଅଜିଙ୍କ୍ୟ ରାହାଣେ (୧) ପୁଣି ଫେଲ୍ ମାରିଥିଲେ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ଏକାକୀ ଭାରତ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ। ପନ୍ତ ୧୩୩ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଏହା ତାଙ୍କର ପ୍ରଥମ ଶତକ। ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୭), ଶାର୍ଦ୍ଦୁଲ ଠାକୁର (୫), ଉମେଶ ଯାଦବ (୦), ମହମ୍ମଦ ଶାମି (୦), ଯଶପ୍ରୀତ ବୁମ୍ରା (୨) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe