Advertisment

ଭାରତ ବିପକ୍ଷ ସୀମିତ ଓଭର ସିରିଜରୁ ତେମ୍ବା ବଭୂମା ଆଉଟ, ମାର୍କରମ ଅଧିନାୟକ

ଆସନ୍ତା ୧୦ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଆରମ୍ଭ ହେବ। ଏହା ଜାନୁଆରୀ ୭ ଯାଏ ଚାଲିବ।

SA

SA

Advertisment

ଭାରତ ବିପକ୍ଷ ଦନିକିଆ ଓ ଟି-୨୦ ସିରିଜ୍‌ରୁ ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବଭୂମା ଆଉଟ। ତାଙ୍କୁ ସୀମିତ ଓଭର ସିରିଜରେ ବିଶ୍ରାମ ଦିଆଯାଇଥିବା କଥା କୁହାଯାଉଛି। କିନ୍ତୁ ବାସ୍ତବରେ ବିଶ୍ୱକପରେ ବଭୂମା ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟି-୨୦ ଓ ଦିନିକିଆ ସିରିଜରୁ ବାଦ ଦିଆଯାଇଥିବା ଚର୍ଚ୍ଚା ହେଉଛି।

Advertisment

ସେ ସୀମିତ ଓଭର ସିରିଜରୁ ବାଦ ପଡ଼ିଥିଲେ ହେଁ ଭାରତ ବିପକ୍ଷ ୨ ଟିକିଆ ଟେଷ୍ଟ ମ୍ୟାଚ୍‌ ବେଳକୁ ଫେରିବେ। ଏଥିସହ ଦଳର କମାଣ ମଧ୍ୟ ସମ୍ଭାଳିବେ। ବଭୂମାଙ୍କ ବଦଳରେ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ବିସ୍ଫୋରକ ବ୍ୟାଟର ଏଡେନ ମାର୍କରମ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ଆସନ୍ତା ୧୦ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଆରମ୍ଭ ହେବ। ଏହା ଜାନୁଆରୀ ୭ ଯାଏ ଚାଲିବ। ପ୍ରଥମ ଟି-୨୦, ପରେ ଦିନିକିଆ ଓ ଶେଷରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। 

ବଭୂମା ଦିନିକିଆ ବିଶ୍ୱକପରେ ମାତ୍ର ୧୮.୧୨ ହାରରେ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୩୫ ଥିଲା। ତେଣୁ ତାଙ୍କୁ ଫର୍ମ ଫେରିବା ପାଇଁ କ୍ରିକେଟ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଥିବା ସୂଚନା ଦେଇଛି। ଦିନିକିଆରୁ ଅବସର ନେଇ ସାରିଥିବା କ୍ୱିଣ୍ଟନ ଡି’କକ ଟି-୨୦ ସିରିଜରେ ମଧ୍ୟ ଉପଲବ୍ଧ ହେବେ ନାହିଁ।

Advertisment

ଦକ୍ଷିଣ ଆଫ୍ରିକା ଏକାଧିକ ନୂଆ ମୁହଁକୁ ଭାରତ ବିପକ୍ଷ ସିରିଜରେ ସୁଯୋଗ ଦେଇଛି। ଟେଷ୍ଟ ସିରିଜରେ ପ୍ରଥମଥର ପାଇଁ ଡାଭିଡ ବେଡିଂହାମ ଓ ଟ୍ରିଷ୍ଟାନ ଷ୍ଟବ୍ସଙ୍କୁ ସାମିଲ କରାଯାଇଛି। ଟେଷ୍ଟ, ଦିନିକିଆ ଓ ଟ-୨୦ ସିରିଜରେ ଦ୍ରୁତ ବୋଲର ନାନ୍ଦ୍ରେ ବୁରଗେର ରହିଛନ୍ତି। ୱିକେଟ କିପର ବ୍ୟାଟର କାୟଲେ ଭେରୀୟନ୍ନେ ଓ ଅଲରାଉଣ୍ଡର ୱିଆନ ମୁଲଡେର ଟେଷ୍ଟ ଏବଂ ଦିନିକିଆ ସ୍କ୍ୱାଡକୁ କମବ୍ୟାକ କରିଛନ୍ତି।

କାଗିସୋ ରବାଡାଙ୍କୁ ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ଦେଖିବାକୁ ମିଳିବ ନାହିଁ। ତାଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ବିଶ୍ରାମ ଦେଇଛି। ସେ ଟେଷ୍ଟ ମ୍ୟାଚ ବେଳକୁ ଦଳକୁ ଫେରିବେ। ଗେରାଲ୍ଡ କୋଏଜି, ଲୁଙ୍ଗି ଏନଗିଡି ଓ ମାର୍କୋ ୟାନସେନ ମଧ୍ୟ ଦିନିକିଆ ସିରିଜ ଖେଳିବେ ନାହିଁ।

ଦକ୍ଷିଣ ଆଫ୍ରିକା ଟି-୨୦ ସ୍କ୍ୱାଡ: ଏଡେନ ମାର୍କରମ(ଅଧିନାୟକ), ଓଟ୍ଟିନିଲ ବାର୍ଟମାନ, ମାଥ୍ୟୁ ବ୍ରୀଟଜକେ, ନାନ୍ଦ୍ରେ ବୁରଗେର, ଗେରାଲ୍ଡ କୋଏଜି, ଡୋନୋଭାନ ଫେରେଇରା, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ୟାନସେନ, ହେନରିଚ କ୍ଲାସେନ, କେଶବ ମହରାଜ, ଡାଭିଡ ମିଲର, ଲୁଙ୍ଗି ଏନଗିଡି, ଆଣ୍ଡିଲେ ଫେହଲୁକୱାୟୋ, ତାବ୍ରାଇଜ ଶାମସି, ଟ୍ରିଷ୍ଟାନ ଷ୍ଟବ୍ସ ଓ ଲିଜାଡ ୱିଲିୟମ୍ସ।

ଦିନିକିଆ ସ୍କ୍ୱାଡ: ଏଡେନ ମାର୍କରମ(ଅଧିନାୟକ), ଓଟ୍ଟିନିଲ ବାର୍ଟମାନ, ନାନ୍ଦ୍ରେ ବୁରଗେର, ଟୋନୀ ଡେ ଜୋରଜି, ରୀଜା ହେଣ୍ଡ୍ରିକ୍ସ, ହେନରିଚ କ୍ଲାସେନ, କେଶବ ମହରାଜ, ମିହଲାଲି ଏମପୋଙ୍ଗୱାନା, ଡାଭିଡ ମିଲର, ୱିଆନ ମୁଲଡେର, ଆଣ୍ଡିଲେ ଫେହଲୁକୱାୟୋ, ତାବ୍ରାଇଜ ଶାମସି, ରସି ଭାନ ଡେର ଡୁସେନ, କାୟଲେ ଭେରୀୟନ୍ନେ ଓ ଲିଜାଡ ୱିଲିୟମ୍ସ।

ଟେଷ୍ଟ ସ୍କ୍ୱାଡ: ତେମ୍ବା ବଭୂମା (ଅଧିନାୟକ), ଡାଭିଡ ବେଡିଂହାମ, ନାନ୍ଦ୍ରେ ବୁରଗେର, ଗେରାଲ୍ଡ କୋଏଜି, ଟୋନୀ ଡେ ଜୋରଜି, ଡିନ ଏଲଗାର, ମାର୍କୋ ୟାନସେନ, କେଶବ ମହରାଜ, ଏଡେନ ମାର୍କରମ, ୱିଆନ ମୁଲଡେର, ଲୁଙ୍ଗି ଏନଗିଡି, କୀଗାନ ପିଟରସନ, କାଗିସୋ ରାବଡା, ଟ୍ରିଷ୍ଟାନ ଷ୍ଟବ୍ସ ଓ କାୟଲେ ଭେରୀୟନ୍ନେ।

India Cricket South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe