Advertisment

ଏଲଗାରଙ୍କ ୧୮୫, ପ୍ରଥମ ଇନିଂସରେ ୧୬୩ ରନର ଲିଡ ପାଇଲା ଦକ୍ଷିଣ ଆଫ୍ରିକା

ଭାରତର ପ୍ରଥମ ଇନିଂସ ସ୍କୋର ତୁଳନାରେ ୧୬୩ ରନର ବଡ଼ ଲିଡ ହାସଲ କରିଛି ଦକ୍ଷିଣ ଆଫ୍ରିକା।

SA

SA

Advertisment

ବକ୍ସିଂ ଡେ’ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି ଅଭିଜ୍ଞ ଡିନ ଏଲଗାର। ସେ ୧୮୫ ରନର ଜବରଦସ୍ତ ଇନିଂସ ଖେଳିବାରୁ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ବିଶାଳ ୪୦୮ ରନ କରି ନେଇଛି।

Advertisment

ଏଥିସହ ଭାରତର ପ୍ରଥମ ଇନିଂସ ସ୍କୋର ତୁଳନାରେ ୧୬୩ ରନର ବଡ଼ ଲିଡ ହାସଲ କରିଛି। ଭାରତ ତା’ର ପ୍ରଥମ ଇନିଂସରେ ମାତ୍ର ୨୪୫ ରନ କରିଥିଲା। ଏଲଗାରଙ୍କ ବ୍ୟତୀତ ଅଲରାଉଣ୍ଡର ମାର୍କୋ ୟାନସେନ ମଧ୍ୟ ଅପରାଜିତ ୮୪ ରନର ଇନିଂସ ଖେଳିଛନ୍ତି।

ପ୍ରକୃତରେ ଦକ୍ଷିଣ ଆଫ୍ରିକା ୯ଟି ୱିକେଟ ହରାଇବା ପରେ ତା’ର ପ୍ରଥମ ଇନିଂସ ଶେଷ ହୋଇଛି। କାରଣ ଦଳର ଅଧିନାୟକ ତେମ୍ବା ବଭୂମା ଆହତ କାରଣରୁ ବ୍ୟାଟିଂ କରି ନାହାନ୍ତି। ତେଣୁ ନାନ୍ଦ୍ରେ ବୁରଗେର(୦)ଙ୍କୁ ଯଶପ୍ରୀତ ବୁମ୍ରା କ୍ଲିନବୋଲ୍ଡ କରି ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

Advertisment

ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୨୫୬ ରନ କରିଥିଲା। ଏଲଗାର ୧୪୦ ଓ ୟାନସେନ ୩ ରନରୁ ଆଜି ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଭାରତକୁ ପ୍ରଥମ ଏକ ଘଣ୍ଟା ଯାଏ ୱିକେଟ ଦଖଲ କରିବାର କୌଣସି ସୁଯୋଗ ଦେଇ ନଥିଲେ।

ଏଲଗାର ମଧ୍ୟ ନିଜର ୧୫୦ ରନ ପୂରଣ କରିଥିଲେ। ୟାନେସନ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଲାଗୁଥିଲା ଏଲଗାର ଦୁଇ ଶତକ ହାସଲ କରିବେ। କିନ୍ତୁ ଶାର୍ଦ୍ଦୁଲ ଠାକୁର ତାଙ୍କୁ ୧୮୫ ରନରେ ଆଉଟ କରି ଭାରତକୁ ବଡ଼ ଆଶ୍ୱସ୍ତି ଦେଇଥିଲେ। ଏଲଗାର ଏହି ବିଶାଳ ଇନିଂସରେ ୨୮୭ ବଲର ସମ୍ମୁଖୀନ ହେବା ସହ ୨୮ଟି ଚୌକା ମାରିଛନ୍ତି।

ଏଲଗାର ଆଉଟ ହୋଇଥିଲେ ମଧ୍ୟ ୟାନସେନ ରନ କରି ଚାଲିଥିଲେ। ତାଙ୍କୁ ପ୍ରଥମେ ଗେରାଲ୍ଡ କୋଏଜି(୧୮) ସାଥ ଦେଇଥିଲେ। ଏହାପରେ ବୁରଗେର କୌଣସି ରନ କରି ନଥିଲେ ହେଁ ୨୦ଟି ବଲ ଖେଳିଥିଲେ। ବୁରଗେର ଗୋଟିଏ ପଟେ ଛିଡ଼ା ହୋଇଥିବା ହେଁ ୟାନସେନ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୪୦୦ ପାର କରାଇଥିଲେ।

ତେବେ ଦକ୍ଷିଣ ଆଫ୍ରିକା ୪୦୮ ରନ କରିଥିବା ବେଳେ ବୁମ୍ରା ଦମଦାର ଢଙ୍ଗର ନିଜର ୟର୍କର ବଳରେ ବୁରଗେରଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଦକ୍ଷିଶ ଆଫ୍ରିକା ତା’ର ପ୍ରଥମ ଇନିଂସରେ ୧୬୩ ରନର ଲିଡ ହାସଲ କରିଛି। ତେଣୁ ଭାରତକୁ ମ୍ୟାଚ ବଞ୍ଚାଇବାକୁ ହେଲେ ଆଜି ଓ କାଲି ଦିନ ତମାମ ବ୍ୟାଟିଂ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ସଫଳତା ପାଇଛନ୍ତି। ସେହିପରି ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର ଓ ରବି ଅଶ୍ୱିନ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। 

Dean Elgar Test Cricket India Vs South Africa Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe