Advertisment

ଡି’କକଙ୍କ ଶତକ, ଭାରତକୁ ୨୮୮ ରନର ଟାର୍ଗେଟ୍

କେପ୍ ଟାଉନ୍: କ୍ୱିଣ୍ଟନ୍ ଡି’କକଙ୍କ ଶତକ ଓ ରାସି ଭାନ୍ ଡର୍ ଡୁସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ତୃତୀୟ ଦିନିକିଆରେ ନିର୍ଦ୍ଧାରିତ ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଛି। ସିରିଜ୍ ହାରିସାରିଥିବା ଭାରତକୁ ସମ୍ମାନ ରକ୍ଷା ପାଇଁ ୨୮୮ ରନ୍ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି’କକ୍ ୧୩୦ ବଲରେ ୧୨୪ (୧୨ ଚୌକା, ୨ ଛକା) ଓ ଡୁସେନ୍ ୫୨ ବଲରେ ୫୨ ରନ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଡି’କକଙ୍କ ଶତକ, ଭାରତକୁ ୨୮୮ ରନର ଟାର୍ଗେଟ୍

de-cock

କେପ୍ ଟାଉନ୍: କ୍ୱିଣ୍ଟନ୍ ଡି’କକଙ୍କ ଶତକ ଓ ରାସି ଭାନ୍ ଡର୍ ଡୁସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ତୃତୀୟ ଦିନିକିଆରେ ନିର୍ଦ୍ଧାରିତ ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଛି। ସିରିଜ୍ ହାରିସାରିଥିବା ଭାରତକୁ ସମ୍ମାନ ରକ୍ଷା ପାଇଁ ୨୮୮ ରନ୍ କରିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି’କକ୍ ୧୩୦ ବଲରେ ୧୨୪ (୧୨ ଚୌକା, ୨ ଛକା) ଓ ଡୁସେନ୍ ୫୨ ବଲରେ ୫୨ ରନ୍ କରିଛନ୍ତି।

Advertisment

ନ୍ୟୁଲ୍ୟାଣ୍ଡସରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ଭାତର ଏକାଧିକ ପରିବର୍ତ୍ତନ ସହ ଓହ୍ଲାଇଥିଲା। ଏହି ପରିବର୍ତ୍ତନ ପରେ ଭାରତକୁ ପ୍ରାରମ୍ଭିକ ସଫଳତା ମଧ୍ୟ ମିଳିଥିଲା। ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଜାନେମନ୍ ମଲାନ୍ ମାତ୍ର ୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ତେମ୍ବା ବାଭୁମା (୮) ଓ ଏଡେନ୍ ମାର୍କରମ୍ (୧୫) ନିରାଶ କରିଥିଲେ।

୭୦ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାକୁ ଟ୍ରାକକୁ ଆଣିଥିରେ ଡି’କକ୍ ଓ ଡୁସେନ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୪୪ ରନର ଶତକୀୟ ଭାଗିଦାରୀ କରିଥିଲେ। ଡି’କକ୍ ୧୦୮ ବଲରେ ନିଜର ସପ୍ତଦଶ ଦିନିକିଆ ଶତକ ପୂରଣ କରିଥିଲେ। ଶତକ ମାରିବା ପରେ ସେ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ। ଡି’କକ୍ ୧୨୪ (୧୩୦ ବଲ୍, ୧୨ ଚୌକା, ୨ ଛକା) ରନ୍ କରିଥିଲେ। ପରେ ଡୁସେନ୍ (୫୨) ମଧ୍ୟ ଅର୍ଦ୍ଧଶତକ ପୂରଣ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।

Advertisment

ଏହା ପରେ ଡେଭିଡ୍ ମିଲର୍ ଓ ଡ୍ୱେନ୍ ପ୍ରିଟୋରିୟସ୍ ସପ୍ତମ ୱିକେଟ୍ ପାଇଁ ୪୪ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ଭଲ ସ୍କୋରରେ ପହଞ୍ଚାଇଥିଲେ। ପ୍ରିଟୋରିୟସ୍ ୨୦ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ମିଲର୍ ୩୮ ବଲରେ ୩୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଲୋୟର୍ ଅର୍ଡରରେ ଆଣ୍ଡିଲେ ଫେଲୁକୱାୟୋ (୪), କେଶବ ମହାରାଜ (୬), ସିସାନ୍ଦା ମଗଲା (୦) ନିରାଶ କରିଥିଲେ। ଭାରତ ପକ୍ଷରୁ କ୍ରିଷ୍ଣା ୩ଟି, ଦୀପକ ଚହର୍ ଓ ବୁମ୍ରା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।