Advertisment

ବିଶ୍ୱକପ ପୂର୍ବରୁ ୱେଷ୍ଟଇଣ୍ଡିଜରେ ଏହି ଦଳ ଖେଳିବ ଟି-୨୦ ସିରିଜ, ଆଇପିଏଲ ଉପରେ ପଡ଼ିପାରେ ପ୍ରଭାବ

ବିଶ୍ୱକପ ପୂର୍ବରୁ ଅର୍ଥାତ ମେ’ ୨୩ରୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିବାକୁ ଥିବାରୁ ଏବେ ଆଇପିଏଲ ଉପରେ ଏହାର ପ୍ରଭାବ ପଡ଼ିବ।

author-image
Hemant Lenka
West Indies

West Indies

ଆସନ୍ତା ଜୁନ ୨ରୁ ୱେଷ୍ଟଇଣ୍ଡିଜ ଓ ଆମେରିକାର ଟି-୨୦ ବିଶ୍ୱକପ ଆରମ୍ଭ ହେବ। ୨୦ଟି ଦଳକୁ ନେଇ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପର ଆୟୋଜନ କରାଯାଉଛି।

Advertisment

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଗୋଟିଏ ବଡ଼ ଓ ଖୁସି ଖବର ଆସିଛି। ଠିକ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ୩ଟି ଟି-୨୦ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଏହା ଦକ୍ଷିଣ ଆଫ୍ରିକାକୁ ତା’ର ବିଶ୍ୱକପ ପ୍ରସ୍ତୁତିରେ ବେଶ ସହାୟକ ହେବ।

ବିଶ୍ୱକପ ପୂର୍ବରୁ ଇଣ୍ଡିଜର ପାଗ ଓ ପିଚ ସମ୍ପର୍କରେ ଦଳ ଜାଣିବାକୁ ସକ୍ଷମ ହୋଇପାରିବ। କାରଣ ଦକ୍ଷିଣ ଆଫ୍ରିକାର ପରିବେଶ ଓ ପିଚ ଠାରୁ ଇଣ୍ଡିଜ ସ୍ଥିତି ବେଶ ଭିନ୍ନ।

Advertisment

ଶନିବାର ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ୨୦୨୪ ବର୍ଷ ପାଇଁ ଦଳର ଘରୋଇ ଫିକ୍ସଚର ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଦୁଇ ଥର ୱେଷ୍ଟଇଣ୍ଡିଜ ଆସିବ। ମେ’ ମାସରେ ଦଳ ୩ଟି ଟି-୨୦ ମ୍ୟାଚ୍‌ ଖେଳିବା ପରେ ବିଶ୍ୱକପରେ ଭାଗ ନେବ। ଏହାପରେ ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକା ୨ଟି ଟେଷ୍ଟ ଓ ୩ଟି ଟି-୨୦ ଖେଳିବାକୁ ପୁଣି ୱେଷ୍ଟଇଣ୍ଡିଜ ଆସିବ।

ଦକ୍ଷିଣ ଆଫ୍ରିକା ବ୍ୟତୀତ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟ ୱେଷ୍ଟଇଣ୍ଡିଜ ଗସ୍ତରେ ଆସିବେ। ଇଂଲଣ୍ଡ ୩ଟି ଦିନିକିଆ ଓ ୫ଟି ଟି-୨୦ ଖେଳିବାକୁ ଥିବା ବେଳେ ବାଂଲାଦେଶ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ ୱେଷ୍ଟଇଣ୍ଡିଜରେ ଖେଳିବ।

ବିଶ୍ୱକପ ପୂର୍ବରୁ ଅର୍ଥାତ ମେ’ ୨୩ରୁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିବାକୁ ଥିବାରୁ ଏବେ ଆଇପିଏଲ ଉପରେ ଏହାର ପ୍ରଭାବ ପଡ଼ିବ। କାରଣ ଏକାଧିକ ଦକ୍ଷିଣ ଆଫ୍ରିକା ଓ ଇଣ୍ଡିଜ ଖେଳାଳି ଏବେ ଆଇପିଏଲରେ ବ୍ୟସ୍ତ ରହିଛନ୍ତି। ସେମାନଙ୍କୁ ଟି-୨୦ ମ୍ୟାଚ୍‌ ପାଇଁ ଆଇପିଏଲ ଛାଡ଼ିବାକୁ ପଡ଼ିପାରେ। ମେ’ ୨୩, ମେ’ ୨୫ ଓ ୨୬ ତାରିଖରେ ଟି-୨୦ ସିରିଜ ଖେଳାଯିବ।

କିନ୍ତୁ ଆଇପିଏଲରେ ପ୍ଲେଅଫ ଖେଳିବାକୁ ଥିବା ଦଳରେ ଥିବା ଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କୁ ଅନ୍ତର୍ଜାତୀୟ ଟି-୨୦ ସିରିଜରୁ ବାଦ ଦିଆଯାଇ ପାରେ ବୋଲି ମଧ୍ୟ କୁହାଯାଇଛି। ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଉଭୟ ଦେଶର ବୋର୍ଡ କର୍ତ୍ତୃପକ୍ଷ ନେବେ। 

ସେହିପରି ଦକ୍ଷିଣ ଆଫ୍ରିକା ଅଗଷ୍ଟ ୭ରୁ ୧୧ ଓ ଅଗଷ୍ଟ ୧୫ରୁ ୧୯ ଯାଏ ଟେଷ୍ଟ ମ୍ୟାଚ୍ ଖେଳିବ। ଅଗଷ୍ଟ ୨୩, ୨୫ ଓ ୨୬ରେ ଦୁଇ ଦେଶ ପୁଣି ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ।

IPL West Indies South Africa T20 Match T20 World Cup