Advertisment

ଦିନିକିଆ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା, ଷ୍ଟାର୍ ପେସର୍ ଆଉଟ୍

ଜୋହାନସବର୍ଗ: ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଟେଷ୍ଟ ପରେ ଦିନିକିଆ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଦଳର ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ। ଦିନିକିଆ ସିରିଜ୍ ପାଇଁ ଆଜି ୧୭ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ନୋର୍ଜେ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ଟିମର କ୍ୟାପଟେନ୍ ଭାବେ ତେମ୍ବା ବାଭୁମାଙ୍କୁ ନିଯୁକ୍ତ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ। ପେସର ମାର୍କୋ ଜାନସେନଙ୍କୁ ପ୍ରଥମଥର ଲାଗି […]

ଦିନିକିଆ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା, ଷ୍ଟାର୍ ପେସର୍ ଆଉଟ୍

anrich

Advertisment

ଜୋହାନସବର୍ଗ: ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଟେଷ୍ଟ ପରେ ଦିନିକିଆ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଦଳର ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ। ଦିନିକିଆ ସିରିଜ୍ ପାଇଁ ଆଜି ୧୭ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ନୋର୍ଜେ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ଟିମର କ୍ୟାପଟେନ୍ ଭାବେ ତେମ୍ବା ବାଭୁମାଙ୍କୁ ନିଯୁକ୍ତ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ। ପେସର ମାର୍କୋ ଜାନସେନଙ୍କୁ ପ୍ରଥମଥର ଲାଗି ଦିନିକିଆ ଟିମରେ ଚୟନ କରାଯାଇଛି।

Advertisment

ଟିମକୁ ୱେନ୍ ପାର୍ନେଲ, ସିସାନ୍ଦା ମଗାଲା ଓ ଜୁବେର ହମଜା ପ୍ରତ୍ୟାବର୍ତ୍ତନ କରିନ୍ତି। ଟିମରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ ଡି’କକଙ୍କୁ ସାମିଲ୍ କରାଯାଇଛି। ଭାରତ ବିପକ୍ଷ ସେଞ୍ଚୁରିଅନ୍ ଟେଷ୍ଟ ପରାଜୟ ପରେ ଡି କକ୍ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଡିସେମ୍ବର ୩୦, ୨୦୨୧ରେ ଡି କକ୍ ଏହି ଘୋଷଣା କରିଥିଲେ। ଟେଷ୍ଟରୁ ଅବସର ନେବା ପରେ ଏବେ ସେ ଦିନିକିଆ ଉପରେ ଫୋକସ୍ କରିବେ ବୋଲି କହିଥିଲେ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ସିରିଜର ଦ୍ୱିତୀୟ ମ୍ୟାଚ୍ ୨୧ ଏବଂ ତୃତୀୟ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଭାରତ ତା’ର ଦଳ ଘୋଷଣା କରିସାରିଛି। ରୋହିତ୍ ଶର୍ମାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ୍ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ।

Advertisment

https://twitter.com/OfficialCSA/status/1477638924759617539?s=20

ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ୱାଡ୍: ତେମ୍ବା ବାଭୁମା (କ୍ୟାପଟେନ୍), କେଶବ ମହାରାଜ (ଭାଇସ୍ କ୍ୟାପଟେନ୍), କ୍ୱିଣ୍ଟନ୍ ଡି କକ୍, ଜୁବେର୍ ହମଜା, ମାର୍କୋ ଜାନେସେନ୍, ଜନେମନ୍ ମଲାନ୍, ସିସାନ୍ଦା ମଗଲା, ଏଡେନ୍ ମାର୍କରମ, ଡେଭିଡ୍ ମିଲର୍, ଲୁଙ୍ଗି ଏନଗିଡି, ୱେନ୍ ପାର୍ନେଲ୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, କାଗିସୋ ରବାଡା, ତବରେଜ ଶାମସୀ, ରାସି ଭାନ୍ ଡର୍ ଡୁସେନ୍, କାଇଲ୍ ଭେରେୟିନେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe