Advertisment

ଦକ୍ଷିଣ ଆଫ୍ରିକାର ୪୨୮ ରନ ଜବାବରେ ଶ୍ରୀଲଙ୍କା କଲା ୩୨୬

ଗୋଟିଏ ମ୍ୟାଚ୍‌ରେ ଦେଖିବାକୁ ମିଳିଲା ୭୦୪ ରନ।

author-image
Hemant Lenka
SA

SA

ଗୋଟିଏ ମ୍ୟାଚ୍‌ରେ ଦେଖିବାକୁ ମିଳିଲା ୭୦୪ ରନ। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୪୨୮ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୩୨୬ ରନ କରି ଅଲଆଉଟ ହୋଇଛି।

Advertisment

ଏହି ହାଇସ୍କୋରିଂ ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୧୦୨ ରନରେ ଜିତି ବେଶ ଦମଦାର ଢଙ୍ଗରେ ତା’ର ଦିନିକିଆ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଦଳ ପାଇଁ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଥିବା ଏଡେନ ମାର୍କମଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଦିଲ୍ଲୀରେ ଖେଳା ଯାଉଥିବା ଦିନିକିଆ ବିଶ୍ୱକପର ୪ର୍ଥ ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ଓପନର କ୍ୱିଣ୍ଟନ ଡି’କକ ୮୪ ବଲରେ ୧୦୦ ରନ କରିଥିବା ବେଳେ ୩ନଂରେ ବ୍ୟାଟିଂ କରିଥିବା ରସି ଭାନ ଡେର ଡୁସେନ ୧୧୦ ବଲରେ ୧୦୮ ଓ ଏଡେନ ମାର୍କମ ୫୪ ବଲରେ ବିସ୍ଫୋରକ ୧୦୬ ରନର ଇନିଂସ ଖେଳିଥିଲେ। 

Advertisment

କୌଣସି ବିଶ୍ୱକପ ମ୍ୟାଚ୍‌ରେ ଗୋଟିଏ ଟିମର ୩ ଜଣ ବ୍ୟାଟର ଶତକ କରିବା ପ୍ରଥମ ଘଟଣା। ଦକ୍ଷିଣ ଆଫ୍ରିକା ଏହାକୁ ଆଧାର କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୪୨୮ ରନ କରିବାରୁ ଶ୍ରୀଲଙ୍କାକୁ ୪୨୯ ରନର ଟାର୍ଗେଟ ମିଳିଥିଲା।

ରନ ଚେଜ୍‌ର ଦ୍ୱିତୀୟ ଓଭର୍‌ରେ ଶ୍ରୀଲଙ୍କା ପଥୁନ ନିଶାଙ୍କା(୦)ଙ୍କୁ ହରାଇଥିଲେ। ଏହାପରେ କୁଶଲ ପେରେରା ୭ ରନ କରି ଆଉଟ ହୋଇଥିଲେ। କିନ୍ତ କୁଶଲ ମେଣ୍ଡିସ ବିସ୍ଫୋରଣ ବ୍ୟାଟିଂ ଜାରି ରଖିଥିଲେ। ସେ ସଦୀରା ସମରାବିକ୍ରମା(୨୩)ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୨ ଓଭର ସୁଦ୍ଧା ୧୦୯ରେ ପହଞ୍ଚାଇ ଦେଇଥିଲେ।

ସେ ନିଜେ ମଧ୍ୟ ୪୨ ବଲରେ ୭୬ ରନ କରି ନେଇଥିଲେ। ଏତିକି ବେଳେ ଅଭିଜ୍ଞ କାଗିସୋ ରବାଡାଙ୍କ ବଲରେ ମେଣ୍ଡିସ ଆଉଟ ହୋଇଯାଇଥିଲେ। ଦୁଇ ରନରେ ସଦୀରା ମଧ୍ୟ ପ୍ୟାଭିଲିୟନ ଫେରିଥିଲେ।

ଧନଞ୍ଜୟ ଡି’ସଲଭା (୧୧) ମଧ୍ୟ ବେଶୀ କିଛି କରିପାରି ନଥିଲେ। ଗୋଟିଏ ୱିକେଟ ଯାଉଥିବା ବେଳେ ରନରେଟ୍‌ର ଚାପ ମଧ୍ୟ ବଢ଼ିବାରେ ଲାଗିଥିଲା। ଏହି ସମୟର ଅଧିନାୟକ ଦସୁନ ଶଣକାଙ୍କ ସହ ମିଶି ଚରିଥା ଅସଲଙ୍କା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୫ମ ୱିକେଟ ପାଇଁ ଏହି ଦୁଇ ବ୍ୟାଟର ୮୨ ରନ ଯୋଡ଼ି ଶ୍ରୀଲଙ୍କାର କମବ୍ୟାକ କରାଇଥିଲେ।

ତଥାପି ଲକ୍ଷ୍ୟ ବଡ଼ ଥିବାରୁ ଅସଲଙ୍କା ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ବଡ଼ ଶଟ ଖେଳିବାକୁ ଯାଇ ସେ ୭୯ ରନ ଆଉଟ ହୋଇଯାଇଥିଲେ। ଶଣକା କିଛି ଦର୍ଶନୀୟ ଶଟ ଖେଳିବା ସହ ଗେରାଲ୍ଡ କୋଟେଜୀଙ୍କ ଗୋଟିଏ ଓଭର୍‌ରୁ ୨୩ ରନ ଆଦାୟ କରିଥିଲେ।

ହେଲେ ତାଙ୍କୁ କେଶବ ମହାରାଜ ୬୮ ରନରେ ବୋଲ୍ଡ କରି ଶ୍ରୀଲଙ୍କାର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷ ଭାଗରେ କସୁନ ରଜିତା ୩୩ ରନ କରିବାରୁ ଶ୍ରୀଲଙ୍କା ୩୦୦ ରନ ପାରି କରିଥିଲା। ତାଙ୍କୁ ମତୀଶା ପଥିରାଣା(୫) ଓ ଦିଲସାନ ମଧୁଶଙ୍କା ଅପରାଜି ୪ ରନ କିଛି ସମୟ ସାଥ ଦେଇଥିଲେ।

ହେଲେ ଏହା ଶ୍ରୀଲଙ୍କାର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା। ଶେଷରେ ଶ୍ରୀଲଙ୍କା ୪୪.୫ ଓଭର୍‌ରେ ୩୨୬ ରନ କରି ଅଲଆଉଟ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ୧୦୨ ରନରେ ଜିତି ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଟେଜୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କୋ ଜାନେସନ, ରବାଡା ଓ କେଶବ ମହାରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ଲୁଙ୍ଗି ଏନଗିଡିଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

ICC ICC Men’s Cricket World Cup 2023 ICC World Cup 2023