Advertisment

ଦକ୍ଷିଣ ଆଫ୍ରିକାର ବଡ଼ ବିଜୟ, ୨୨୯ ରନ୍‌ରେ ହାରିଲା ଇଂଲଣ୍ଡ

ଗୋଟିଏ ସମୟରେ ଲାଗୁଥିଲା ପୂରା ଟିମ୍ ୧୦୦ ରନ୍ ପୂର୍ବରୁ ଆଉଟ୍ ହୋଇଯିବ। ୧୦୦ ରନ୍‌ ହେଲା ବେଳକୁ ଦଳ ୮ଟି ୱିକେଟ୍ ହରାଇ ଦେଇଥିଲା।

author-image
Jitendra Garnayak
South Africa

South Africa

ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ ଓ ଜୋଶ୍ ବଟଲର। ସମସ୍ତେ ବଡ଼ ବଡ଼ ଖେଳାଳି। କିନ୍ତୁ ଆଜି ସମସ୍ତେ ଫେଲ୍ ହୋଇଗଲେ। ଦଳ ଆଗରେ ୪୦୦ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଥିବା ବେଳେ ଇଂଲଣ୍ଡର ଏହି ପ୍ରସିଦ୍ଧ ବ୍ୟାଟରମାନେ ଆଜି ସତେ ଯେମିତି ଦକ୍ଷିଣ ଆଫ୍ରିକାର ବୋଲିରଙ୍କ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲେ। ଏହି ୫ ଖେଳାଳି ମିଶି ମାତ୍ର ୩୮ ରନ୍ କରିଥିଲେ। ଫଳରେ ୨୨୯ ରନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଦଳ ପରାସ୍ତ ହୋଇଛି। 

Advertisment

ଗୋଟିଏ ସମୟରେ ଲାଗୁଥିଲା ପୂରା ଟିମ୍ ୧୦୦ ରନ୍ ପୂର୍ବରୁ ଆଉଟ୍ ହୋଇଯିବ। ୧୦୦ ରନ୍‌ ହେଲା ବେଳକୁ ଦଳ ୮ଟି ୱିକେଟ୍ ହରାଇ ଦେଇଥିଲା।

ଜନ୍ନି ବେୟାରଷ୍ଟ ପ୍ରଥମେ ଆଉଟ୍ ହୋଇଥିଲେ। ୨.୩ ଓଭରରେ ଲୁଙ୍ଗି ଏନ୍‌ଗିଡ଼ି ବଲ୍‌ରେ ରସିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବେୟାରଷ୍ଟୋ। ସେ ୧୨ଟି ବଲ୍‌ରୁ ୧୦ ରନ୍ କରିଥିଲେ।

Advertisment

ତା’ ପରେ କ୍ରମାଗତ ଭାବେ ଦଳ ହରାଇ ଚାଲିଥିଲା ୱିକେଟ୍‌। ୪, ୫.୧, ୮.୧, ୧୧.୧, ୧୩.୩. ୧୫.୧ ଓ ୧୬.୩ ଓଭରରେ ପଡ଼ିଥିଲା ଆଉ ୭ଟି ୱିକେଟ୍‌।

ଡାୱିଡ ମଲାନ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୋ ରୁଟ୍ ୨, ବେନ୍ ଷ୍ଟୋକ୍ସ ୫, ହ୍ୟାରୀ ବ୍ରୁକ୍ ୧୭, ଜୋଶ୍ ବଟଲର ୧୫, ଡାଭିଡ ୱିଲୀ ୧୨ ଓ ଆଦିଲ ରଶିଦ ୧୦ ରନ୍ କରି ଆଉଟ୍ ହୋଇଥିଲେ।

ଗସ୍ ଆଟକିନସନ୍ ଓ ମାର୍କ ଉଡ୍‌ ଇଂଲଣ୍ଡର ପରାଜୟକୁ ଟିକେ ବିଳମ୍ବ କରି ଦେଇଥିଲେ। ଏ ଦୁହେଁ ମିଶି ୭୮ ରନ୍ କରିଥିଲେ। ଗସ୍ ଆଟକିନ୍‌ସନ୍ ୨୧ଟି ବଲ୍‌ରୁ ୩୫ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୭ଟି ଚୌକା। ସେହିପରି ମାର୍କ ଉଡ୍ ଏକ ଭଲ ଇନିଂସ ଖେଳିଥିଲେ। ଯେଉଁଠି ବଡ଼ ବଡ଼ ବ୍ୟାଟର ଏକ ଅଙ୍କରେ ଅଟକି ଗଲେ ମାର୍କ ଉଡ୍ ୧୭ଟି ବଲ୍‌ରୁ ୨ଟି ଚୌକା ଓ ୫ଟି ଛକା ସହାୟତାରେ ୪୩ ରନ୍ କରି ଅପରାଜିତ ରହିଥିଲେ।

୨୨ତମ ଓଭରରେ ଆଟକିନ୍‌ସନ୍ ଆଉଟ ହେବା ସହିତ ଇଂଲଣ୍ଡର ଖେଳ ଶେଷ ହୋଇଯାଇଥିଲା। କାରଣ ରୀସ ଟପଲୀ ବ୍ୟାଟିଂ କରିବାକୁ ଆସି ନଥିଲେ। ଫଳରେ ଦଳ ୨୨ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିବାକୁ ସକ୍ଷମ ହୋଇଥିଲା ଓ ୨୨୯ ରନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ଗେରାଲ୍ଡ କୋଏଜୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଲୁଙ୍ଗି ଏନ୍‌ଗିଡ଼ି ୨, ମାର୍କୋ ୟାନସେନ ୨, ରାବଡ଼ା ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୭ ୱିକେଟ ହରାଇ ୩୯୯ ରନ୍ କରିଥିଲା। ଦଳ ପକ୍ଷରୁ ହେନ୍‌ରିଚ୍ କ୍ଲାସେନ ସର୍ବାଧିକ ୧୦୯ ରନ୍ କରିଥିଲେ। 

ଏଯାବତ୍ ଖେଳିଥିବା ୪ଟି ମ୍ୟାଚ୍‌ରୁ ଏହା ଇଂଲଣ୍ଡର ତୃତୀୟ ପରାଜୟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଏହା ହେଉଛି ତୃତୀୟ ବିଜୟ। ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୩ ନମ୍ବରରେ ରହିଥିବା ବେଳେ ଇଂଲଣ୍ଡ ୯ ନମ୍ବରକୁ ଖସିଛି। 

ICC Men’s Cricket World Cup 2023 ICC World Cup 2023