Advertisment

ସ୍ପେନର ରେକର୍ଡ ସଂଖ୍ୟକ ଗୋଲ, ୧୭-୦ ଗୋଲରେ ହାରିଲା ଆମେରିକା

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ଦିନରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଗୋଲ ବର୍ଷା କରିଛି ସ୍ପେନ। ସ୍ପାନିଶ ଷ୍ଟ୍ରଇକରଙ୍କ ଯାଦୁ ଆଗରେ ଧରାଶାୟୀ ହୋଇଛି ଆମେରିକା। ସ୍ପେନ ୧୭ ଗୋଲ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଆମେରିକା କିନ୍ତୁ ଖାତା ଖୋଲିବାକୁ ସକ୍ଷମ ହୋଇ ପାରିନଥିଲା। ଯାହା ଫଳରେ ସ୍ପେନ୍ ସର୍ବକାଳୀନ ଗୋଲ ସ୍କୋର କରି ନୂଆ ବିଶ୍ୱ କୀର୍ତ୍ତିମାନ କରିଛି। ମ୍ୟାଚର ପ୍ରଥମ କ୍ୱାର୍ଟରରେ ସ୍ପେନ […]

ସ୍ପେନର ରେକର୍ଡ ସଂଖ୍ୟକ ଗୋଲ, ୧୭-୦ ଗୋଲରେ ହାରିଲା ଆମେରିକା

spain

Advertisment

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ଦିନରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଗୋଲ ବର୍ଷା କରିଛି ସ୍ପେନ। ସ୍ପାନିଶ ଷ୍ଟ୍ରଇକରଙ୍କ ଯାଦୁ ଆଗରେ ଧରାଶାୟୀ ହୋଇଛି ଆମେରିକା। ସ୍ପେନ ୧୭ ଗୋଲ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଆମେରିକା କିନ୍ତୁ ଖାତା ଖୋଲିବାକୁ ସକ୍ଷମ ହୋଇ ପାରିନଥିଲା। ଯାହା ଫଳରେ ସ୍ପେନ୍ ସର୍ବକାଳୀନ ଗୋଲ ସ୍କୋର କରି ନୂଆ ବିଶ୍ୱ କୀର୍ତ୍ତିମାନ କରିଛି।

Advertisment

ମ୍ୟାଚର ପ୍ରଥମ କ୍ୱାର୍ଟରରେ ସ୍ପେନ ୬ଟି ଗୋଲ କରିଥିବା ବେଳେ ଆମେରିକା ଶୂନ୍ୟରେ ବସିଥିଲା। ସେହିପରି ସ୍ପେନ୍ ଦ୍ୱିତୀୟ କ୍ୱାର୍ଟରରେ ୪ଟି, ତୃତୀୟ କ୍ୱାର୍ଟରରେ ୨ଟି ଏବଂ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ୫ଟି ଗୋଲ କରି ମୁକାବିଲାକୁ ୧୭-୦ର ବିଶାଳ ଗୋଲ ବ୍ୟବଧାନରେ ବିଜୟ ହାସଲ କରିବା ସହ ବିଶ୍ୱକପରେ ରେକର୍ଡ ସଂଖ୍ୟକ ଗୋଲ ସ୍କୋର କରିବାରେ ନୂଆ ଇତିହାସ ସୃଷ୍ଟି କରିଛି।

ସ୍ପେନ ପକ୍ଷରୁ ୧୧ନମ୍ବର ଜର୍ସିରେ ଥିବା ଗେରାର୍ଡ କ୍ଲେପ୍ସ ସର୍ବାଧିକ ୪ଟି ଗୋଲ କରିଥିଲେ। ସେ ମ୍ୟାଚର ୬ମିନିଟ, ୧୪ ମିନିଟ, ୨୯ ଓ ୩୦ ମିନିଟରେ ୪ଟି ଗୋଲ ସ୍କୋର କରିଥିଲେ। ସେହିପରି ୨ନମ୍ବର ଜର୍ସି ପରିଧାନ କରିଥିବା ଏଡୁଆର୍ଡ ଡି ଇଗନାସିଓ-ସିମୋ ତିନୋଟି (୨୬ମିନିଟ, ୩୧ମିନିଟ ଏବଂ ୩୭ମିନିଟ), ଗୁଲେର୍ମୋ ଫର୍ଟୁନୋ, ମାନୁଏଲ୍ ରଡ୍ରିଗୁଏଜ ଏବଂ ପେପେ କୁନିଲ ୨ଟି ଲେଖାଏଁ ଗୋଲ ଦେଇଥିଲେ। ପୋଲ୍ କାବ୍ରେ-ଭର୍ଡିଏଲ୍, ପାଓ କୁନିଲ୍ ଓ ଜୋର୍ଡି ବୋନାସ୍ତ୍ରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ୪ଟି ଗୋଲ ସ୍କୋର କରିଥିବା ସ୍ପେନୀୟ ଷ୍ଟ୍ରାଇକର ଗେରାର୍ଡ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆସନ୍ତାକାଲି ନେଦେରଲ୍ୟାଣ୍ଡସକୁ ଭେଟିବ ସ୍ପେନ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe