Advertisment

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ଅଶ୍ୱିନ୍‌

୩୮ ବର୍ଷ ବୟସରେ ସେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
R Ashwin

R Ashwin

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କହିଲେ ସ୍ପିନ୍‌ ଲିଜେଣ୍ଡ ଆର୍‌ ଅଶ୍ୱିନ୍। ଗାବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି। ଏହି ଷ୍ଟାର୍ କ୍ରିକେଟର୍‌ଙ୍କୁ ଏବେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିବ ନାହିଁ। ୩୮ ବର୍ଷ ବୟସରେ ରବିଚନ୍ଦ୍ରନ୍‌ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି। 

Advertisment

ଅଶ୍ୱିନଙ୍କ ଏପର୍ଯ୍ୟନ୍ତ ଏକ ଦୃଢ଼ ରେକର୍ଡ ରହିଛି। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିଅରରେ ୫୦୦ରୁ ଅଧିକ ୱିକେଟ ନେଇଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ଖବରଦାତା ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।

ଗାବା ଟେଷ୍ଟର ଡ୍ର ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ଘୋଷଣା କରି କହିଛନ୍ତି ଯେ ଭାରତ ପାଇଁ କ୍ରିକେଟର ଭାବରେ ଏହା ତାଙ୍କର ଥିଲା ଶେଷ ଦିନ। ଏହାପୂର୍ବରୁ ଯେତେବେଳେ ପଞ୍ଚମ ଦିନରେ ମ୍ୟାଚ୍ ବନ୍ଦ ହୋଇଥିଲା ସେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ, ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱିନ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ।

Advertisment

୩୮ ବର୍ଷୀୟ କ୍ରିକେଟର ଆର୍ ଅଶ୍ୱିନ୍‌ଙ୍କ ନାଁରେ ଅନେକ ରେକର୍ଡ ରହିଛି। ସେ ଭାରତୀୟ ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି। ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ତାଲିକାର ୭ମ ସ୍ଥାନରେ ସେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ଅଶ୍ୱିନ ୧୦୬ଟି ମ୍ୟାଚ ଖେଳି ମୋଟ ୫୩୭ଟି ନେଇଛନ୍ତି। 

ସେହିପରି ODIରେ ୧୫୬ଟି ୱିକେଟ୍ ଓ ଟି-୨୦ରେ ୭୨ ୱିକେଟ୍ ତାଙ୍କ ନାଁରେ ରହିଛି। ଏହାର ଅର୍ଥ ଅନ୍ତର୍ଜାତୀୟ କ୍ରିକେଟରେ ସେ ୭୬୫ ୱିକେଟ୍ ନେଇଛନ୍ତି। ଏଥିସହିତ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି (୧୧ ଥର), ଯାହା ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ୍‌ଙ୍କ ରେକର୍ଡ ସହ ସମାନ। 

କେବଳ ସ୍ପିନ୍‌ର୍‌ ନୁହନ୍ତି ଜଣେ ଭଲ ବ୍ୟାଟର ଭାବେ ମଧ୍ୟ ଅଶ୍ୱିନ୍‌ ନିଜର ଛାପ ଛାଡ଼ିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୩୫୦୩ ରନ୍ ସଂଗ୍ରହ କରି ମୋଟ ୬ ଶତକ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କର ମୋଟ ୮ଟି ଶତକ ରହିଛି।

R Ashwin R Ashwin Announces Retirement International Cricket