/odisha-reporter/media/post_attachments/uploadimage/library/16_9/16_9_0/IMAGE_1700402650.jpg)
Travis Head
ବିଶ୍ୱକପ ଫାଇନାଲରେ ବ୍ୟାଟିଂରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିବା ଭାରତ ବୋଲିଂରେ ଠିକଠାକ ପ୍ରଦର୍ଶନ କରିଛି। ଅଷ୍ଟ୍ରେଲିଆ ଦ୍ରୁତ ଗତିରେ ୨୪୧ ରନର ପିଛା କରୁଛି। କିନ୍ତୁ ଭାରତ ପ୍ରାରମ୍ଭିକ ଝଟକା ଦେବାକୁ ସକ୍ଷମ ହୋଇଛି। ପ୍ରଥମେ ଡାଭିଡ ୱାର୍ଣ୍ଣର, ପରେ ମିଚେଲ ମାର୍ଶ ଓ ଶେଷରେ ଷ୍ଟିଭ ସ୍ମିଥ ପ୍ୟାଭିଲିୟନ ଫେରିଛନ୍ତି।
Advertisment
ୱାର୍ଣ୍ଣରଙ୍କ ୱିକେଟ ମହମ୍ମଦ ଶାମି ନେଇଥିବା ବେଳେ ସ୍ମିଥ ଓ ମାର୍ଶଙ୍କୁ ଯଶପ୍ରୀତ ବୁମ୍ରା ଆଉଟ କରିଛନ୍ତି। ୪୭ ରନରେ ଦଳ ୩ ୱିକେଟ ହରାଇଥିଲେ ହେଁ ଏବେ ଟ୍ରାଭିସ ହେଡ୍ ଓ ମାର୍ନସ ଲାବୁଶେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି। ଉଭୟ ଭାରତୀୟ ସ୍ପିନ ଯୋଡ଼ି କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ କାଉଣ୍ଟର କରି ଧୀରେଧୀରେ ଦଳର ସ୍କୋରକୁ ଆଗକୁ ନେବାରେ ଲାଗିଛନ୍ତି। ହେଡ ମଧ୍ୟ ମଝିରା ମଝିରେ ବଡ଼ ଶଟ ମାରୁଛନ୍ତି।
ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୧୭ ଓଭର ସୁଦ୍ଧା ୩ ୱିକେଟ ହରାଇ ୯୩ ରନ କରିନେଇଛି। ହେଡ୍ ୪୦ ଓ ଲାବୁଶେନ ୧୦ ରନ କରି ବ୍ୟାଟିଂ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
