Advertisment

ହାଇଦ୍ରାବାଦକୁ ବଡ଼ ଝଟକା, ନଟରାଜନ୍ ଆଇପିଏଲରୁ ଆଉଟ୍

ମୁମ୍ବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ୍ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ନଟରାଜନଙ୍କୁ ଆଣ୍ଠୁରେ ଆଘାତ ଲାଗିଛି। ଯେଉଁକାରଣରୁ ଏହି ୩୦ ବର୍ଷୀୟ ବୋଲର ଦଳ ପାଇଁ ଶେଷ ଦୁଇଟି ମ୍ୟାଚ୍ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଖଲୀଲ୍ ଅହମ୍ମଦ ଚୂଡ଼ାନ୍ତ ଏକାଦଶରେ ଖେଳିଥିଲେ। ଏବେ ନଟରାଜନଙ୍କ ଆଣ୍ଠୁଜନିତ ଆଘାତ ପୁଣିଥରେ ଦେଖା ଦେଇଛି। ଯେଉଁକାରଣରୁ ତାଙ୍କ ପକ୍ଷେ ଆଉ କମବ୍ୟାକ୍ କରିବା […]

ହାଇଦ୍ରାବାଦକୁ ବଡ଼ ଝଟକା, ନଟରାଜନ୍ ଆଇପିଏଲରୁ ଆଉଟ୍

T-Natarajan

Advertisment

ମୁମ୍ବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ୍ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ନଟରାଜନଙ୍କୁ ଆଣ୍ଠୁରେ ଆଘାତ ଲାଗିଛି। ଯେଉଁକାରଣରୁ ଏହି ୩୦ ବର୍ଷୀୟ ବୋଲର ଦଳ ପାଇଁ ଶେଷ ଦୁଇଟି ମ୍ୟାଚ୍ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଖଲୀଲ୍ ଅହମ୍ମଦ ଚୂଡ଼ାନ୍ତ ଏକାଦଶରେ ଖେଳିଥିଲେ।

Advertisment

ଏବେ ନଟରାଜନଙ୍କ ଆଣ୍ଠୁଜନିତ ଆଘାତ ପୁଣିଥରେ ଦେଖା ଦେଇଛି। ଯେଉଁକାରଣରୁ ତାଙ୍କ ପକ୍ଷେ ଆଉ କମବ୍ୟାକ୍ କରିବା ଅସମ୍ଭବ ହୋଇପଡ଼ିଛି। ଏପ୍ରିଲ୍ ୧୧ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ନଟରାଜନ ନିଜର ଶେଷ ମୁକାବିଲା ଖେଳିଥିଲେ।

ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନଟରାଜନ୍ ଏବେ ଆଇପିଏଲ୍ ଛାଡ଼ି ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ଯୋଗ ଦେବେ। ଏହା ପୂର୍ବରୁ ମଧ୍ୟ ଆହତ କାରଣରୁ ସେ ଏନସିଏରେ ରହିଥିଲେ। ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ସେ ଦୁଇ ମାସ ଧରି ଏନସିଏରେ ଥିଲେ।

Advertisment

ସୂଚନାଯୋଗ୍ୟ, ବୁଧବାର ସନରାଇଜର୍ସ ୯ ୱିକେଟରେ ପଞ୍ଜାବ କିଙ୍ଗସକୁ ହରାଇ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ ପରେ ଟିମର କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର କହିଛନ୍ତି, ନଟରାଜନ ଆଣ୍ଠୁରେ ଆଘାତ ଲାଗିଛି। ଯଦି ସେ ନିଜ ଆଣ୍ଠୁର ସ୍କାନ୍ କରାଇବେ, ତାହେଲେ ତାଙ୍କୁ ସାତ ଦିନ ବାହାରେ ରହିବାକୁ ପଡ଼ିବ ଏବଂ ଏହା ପରେ ପୁଣି କ୍ୱାରେଣ୍ଟାଇନକୁ ଫେରିବେ।

ସେହିପରି ଭିଭିଏସ୍ ଲକ୍ଷ୍ମଣ କହିଥିଲା, ଦୁର୍ଭାଗ୍ୟଜନକ ଭାବେ ନଟରାଜନ୍ ଆଣ୍ଠୁଜନିତ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ସେ ଅନଫିଟ୍ ଥିବାରୁ ତାଙ୍କ ସ୍ଥାନରେ ଖଲୀଲ ଅହମ୍ମଦଙ୍କୁ ସୁଯୋଗ ମିଳିଛି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe