Advertisment

ଆଇପିଏଲରେ ହାଇଦ୍ରାବାଦର ନୂଆ ରେକର୍ଡ, ମାରିଲା ୨୭୭ ରନ

ଅଭିଷେକ ଶର୍ମା ମାତ୍ର ୧୬ ବଲରେ ୫୦ ରନ କରି ବ୍ୟକ୍ତିଗତ ଭାବେ ରେକର୍ଡ କରିଛନ୍ତି।

author-image
Hemant Lenka
IPL

IPL

ଆଇପିଏଲର ୧୭ତମ ସଂସ୍କରଣରେ ନୂଆ ରେକର୍ଡ କରିଛି ସନ ରାଇଜର୍ସ ହାଇଦ୍ରାବାଦ। ଆଇପିଏଲ ଇତିହାସରେ ସର୍ବାଧିକ ରନ(ଗୋଟିଏ ମ୍ୟାଚ) ହାସଲକାରୀ ଦଳ ବନିଛି ହାଇଦ୍ରାବାଦ।

Advertisment

ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ୨୭୭ ରନ କରିଛି। ଏହାପୂର୍ବରୁ ଏହି ରେକର୍ଡ ଆରସିବି ନାଁରେ ଥିଲା। ୨୦୧୩ରେ ଆରସିବି ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ୧୧ ବର୍ଷ ପରେ ଆଜି ଆଜି ହାଇଦ୍ରାବାଦ ଉକ୍ତ ରେକର୍ଡକୁ ଭାଙ୍ଗି ଦେଇଛି।

ଦଳ ପକ୍ଷରୁ ଟ୍ରାଭିସ ହେଡ୍‌ ୨୪ ବଲରେ ୬୨ ରନ, ଅଭିଷେକ ଶର୍ମା ୨୩ ବଲରେ ୬୩, ଏଡେନ ମାର୍କରମ ୨୮ ବଲରେ ଅପରାଜିତ ୪୨ ଓ ହେନରିଚ କ୍ଲାସେନ ୩୪ ବଲରେ ୮୦ ରନର ଇନିଂସ ଖେଳିଛନ୍ତି।

Advertisment

ଅଭିଷେକ ଶର୍ମା ମାତ୍ର ୧୬ ବଲରେ ୫୦ ରନ କରି ବ୍ୟକ୍ତିଗତ ଭାବେ ରେକର୍ଡ କରିଛନ୍ତି। ଆଇପିଏଲରେ ହାଇଦ୍ରାବାଦ ପାଇଁ ଏହା ଦ୍ରୁତତମ ଅର୍ଦ୍ଧଶତକ। ତାଙ୍କ ପୂର୍ବରୁ ସମାନ ମ୍ୟାଚରେ ହେଡ୍‌ ୧୮ ବଲରେ ହାଇଦ୍ରାବାଦ ପାଇଁ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ କିଛି ମିନିଟ ମଧ୍ୟରେ ଅଭିଷେକ ଶର୍ମା ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ।

ରେକର୍ଡ ଉପରେ ନଜର ପକାଇଲେ ଆରସିବି ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦୨୩ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ୱିକେଟ ହରାଇ ୨୫୭ ରନ, ଆରସିବି ୨୦୧୬ରେ ଗୁଜରାଟ ଲାଏଅନ୍ସ ବିପକ୍ଷରେ ୩ ୱିକେଟ ହରାଇ ୨୪୮ ରନ ଓ ୨୦୧୦ରେ ଚେନ୍ନାଇ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫ ୱିକେଟ ହରାଇ ୨୪୬ ରନ କରିଥିଲା। କିନ୍ତୁ ହାଇଦ୍ରାବାଦ ଆଜି ସମସ୍ତଙ୍କୁ ପଛରେ ପକାଇ ୨୦ ଓଭରରେ ୨୭୭ ରନ କରି ନେଇଛି। ଏଥିସହ ମୁମ୍ବାଇକୁ ରେକର୍ଡ ୨୭୮ ରନର ଟାର୍ଗେଟ ମିଳିଛି।

ମୁମ୍ବାଇ ଇଣ୍ଡିଆନ୍ସର ଯଶପ୍ରୀ ବୁମ୍ରାଙ୍କୁ ଛାଡ଼ି ଦେଲେ ଆଉ ସବୁ ବୋଲର ପ୍ରବଳ ରନ ଦେଇଛନ୍ତି। ବୁମ୍ରା ୪ ଓଭରରେ ୩୬ ରନ ଖର୍ଚ୍ଚ କରିଥିଲେ ହେଁ କୱେନା ମାଫାକା ୪ ଓଭରରେ ୬୬ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬ ରନ, ଗେରାଲ୍ଡ କୋଏଜି ୪ ଓଭରରେ ୫୭, ପୀୟୂଷ ଚାୱାଲା ୨ ଓଭରରେ ୩୪ ଓ ଶାମ୍ସ ମୁଲାନି ୨ ଓଭରରେ ୩୩ ରନ ଦେଇଛନ୍ତି।

IPL Mumbai Indians IPL 2024 SRH