Advertisment

ହାଇଦ୍ରାବାଦର ଚୌକା-ଛକା ବର୍ଷା, ଦଳ କଲା ଅନେକ ରେକର୍ଡ

ଟ୍ରାଭିସ ହେଡ୍‌ ୩୨ ବଲରେ ୮୯ ରନ କରିଥିବା ବେଳେ ତାଙ୍କ ୱିକେଟ କୁଲଦୀପ ଯାଦବ ନେଇଛନ୍ତି। ସେ ତାଙ୍କ ଇନିଂସରେ ୬ଟି ଛକା ଓ ୧୧ଟି ଚୌକା ମାରିଛନ୍ତି। ଅଭିଷେକ ଶର୍ମା ୧୨ ବଲରେ ୪୬ ରନ କରି କୁଲଦୀପଙ୍କ ଶିକାର ବନିଛନ୍ତି। ସେ ୬ଟି ଛକା ଓ ୨ଟି ଚୌକା ମାରିଛନ୍ତି।

Head

Head

Advertisment

ଆପିଇଏର ସବୁଠାରୁ ବିସ୍ଫୋରକ ବ୍ୟାଟିଂ ଲାଇନ ଅନ ରଖିଥିବା ସନ ରାଇଜର୍ସ ହାଇଦ୍ରାବାଦ ଆଜି କେବଳ ଚୌକା ଛକା ବର୍ଷା କରିଛି। ଆଇପିଏଲ ଇତିହାସରେ ଦଳ ଗତ ମ୍ୟାଚ୍‌ରେ ସର୍ବାଧିକ ସ୍କୋର(୨୮୭/୩) କରିଥିଲା। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମଧ୍ୟ ଆରମ୍ଭରୁ ହାଇଦ୍ରାବାଦ ବିସ୍ଫୋରକ ବ୍ୟାଟିଂ କରି ଏକାଧିକ ରେକର୍ଡ କରିଛି।

Advertisment

ବିଶେଷ କରି ଦଳର ଦୁଇ ଓପନର ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା କେବଳ ଚୌକା-ଛକା ବର୍ଷା କରିଛନ୍ତି। ଅବଶ୍ୟ ୧୦ ଓଭର ଭିତରେ ଦଳ ୧୫୮ ରନରେ ୪ ୱିକେଟୁ ହରାଇଛି। କିନ୍ତୁ ଦଳ ନାଁରେ ଯୋଡ଼ି ହୋଇ ଯାଇଛି ଏକାଧିକ ରେକର୍ଡ। 

ଟି-୨୦ କ୍ରିକେଟର ପାୱାର ପ୍ଲେ ଅର୍ଥାତ ପ୍ରଥମ ୬ ଓଭରରେ ସର୍ବାଧିକ ରନ ହାସଲକାରୀ ଦଳ ମଧ୍ୟ ହାଇଦ୍ରାବାଦ ବନି ଯାଇଛି। ବିଶ୍ୱର କୌଣସି ଟିମ ପାୱାର ପ୍ଲେରେ ଏତେ ରନ କରି ନଥିଲେ। ଆଜି ହାଇଦ୍ରାବାଦ ପ୍ରଥମ ୬ ଓଭରରେ କୌଣସି ୱିକେଟ ନ ହରାଇ ୧୨୫ ରନ କରି ନେଇଥିଲା। ହାଇଦ୍ରାବାଦ ପଛକୁ ୨୦୧୭ରେ ଧୁରହାମ ବିପକ୍ଷରେ Nottinghamshire ବିନା ୱିକେଟରେ ୧୦୫ ରନ କରିଥିଲା। କେକେଆର ୨୦୧୭ରେ ୧୦୫ ରନ, ୨୦୧୭ରେ St Kitts and Nevis Patriots ୧୦୫/୦ ରନ, ୨୦୨୩ରେ ଦକ୍ଷିଣ ଆଫ୍ରିକା ବିନା ୱିକେଟରେ ଇଣ୍ଡିଜ ଟିମ ବିପକ୍ଷରେ ୧୦୨ ରନ, ୨୦୧୪ରେ ଚେନ୍ନାଇ ୧୦୦ ରନ, ୨୦୧୫ରେ ଚେନ୍ନାଇ ୯୦ ରନ ଓ ୨୦୨୪ରେ କେକେଆର ୮୮ ରନ କରିଥିଲା।

Advertisment

ଆଇପିଏଲ ଇତିହାସରେ ଦ୍ରୁତତମ ଶତକ ହାଇଦ୍ରାବାଦ ହାସଲ କରିଛି। ଦଳ ମାତ୍ର ୫ ଓଭରରେ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲା। ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ୨୦୧୪ରେ ୬ ଓଭର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲା।

୨୦୧୭ରେ କେକେଆର ସେହି ୬ ଓଭର, ୨୦୧୫ରେ ଚେନ୍ନାଇ ୬.୫ ଓଭର ଓ ୨୦୨୪ରେ ହାଇଦ୍ରାବାଦର ଦଳୀୟ ସ୍କୋର ୭ ଓଭରରେ ୧୦୦ ଛୁଇଁଥିଲା।

ପ୍ରଥମ ୭ ଓଭରରେ ସର୍ବାଧିକ ରନ ହାସଲକାରୀ ଦଳ ମଧ୍ୟ ହାଇଦ୍ରାବାଦ ବନି ଯାଇଛି। ଇନିଂସର ପ୍ରଥମ ଓଭରରେ ହେଡ୍‌ ୧୯ ରନ ଆଦାୟ କରିଥିଲେ। ଖଲୀଲ ଅହମଦଙ୍କ ଠାରୁ ଏହି ରନ ମିଳିଥିଲା। ଦ୍ୱିତୀୟ ଓଭରରେ ଲଳିତ ଯାଦବ ୨୧ ରନ, ୩ୟ ଓଭରରେ ଅନରିଚ ନୋର୍ଖିୟା ୨୨ ରନ, ପୁଣି ଲଳିତ ଯାଦବ ୨୦ ରନ, କୁଲଦୀପ ଯାଦବ ୨୨ ରନ, ମୁକେଶ କୁମାର ୨୨ ରନ ଦେଇଥିଲେ।

ସବୁଠାରୁ କମ ଓଭରରେ ବ୍ୟକ୍ତିଗତ ଭାବେ ୫୦ ରନ ହାସଲ କରିବା ତାଲିକାରେ ଟ୍ରାଭିସ ହେଡ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଆଜି ସେ ୧୬ ବଲରେ ୫୦ ରନ ହାସଲ କରିଥିଲା। ଏହି ସମୟରେ ହାଇଦ୍ରାବାଦ ଇନିଂସର ତୃତୀୟ ଓଭର ଚାଲିଥିଲା।

ପ୍ରଥମ ୧୮ ବଲରୁ ସେ ଏକାକୀ ୧୬ ବଲ ଖେଳିଥିଲେ। ପ୍ରଥମ ସ୍ଥାନରେ ଯଶସ୍ୱୀ ଜୈସୱାଲ କେକେଆର ବିପକ୍ଷ ମ୍ୟାଚ୍‌ରେ ମାତ୍ର ୨.୫ ଓଭରରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମଧ୍ୟ ଆଇପିଏଲ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ ହାସକାରୀ ବ୍ୟାଟର। 

ମାତ୍ର ୧୩ ବଲରେ ସେ ୫୦ ରନ ପୂରଣ କରିଥିଲେ। ଯଶସ୍ୱୀଙ୍କ ପଛକୁ କେଏଲ ରାହୁଲ ରହିଛନ୍ତି। ୨୦୧୮ରେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ରାହୁଲ ୨.୫ ଓଭରରେ ବ୍ୟକ୍ତିଗତ ୫୦ ରନ ପୂରଣ କରିଥିଲେ।

ଟ୍ରାଭିସ ହେଡ୍‌ ୩୨ ବଲରେ ୮୯ ରନ କରିଥିବା ବେଳେ ତାଙ୍କ ୱିକେଟ କୁଲଦୀପ ଯାଦବ ନେଇଛନ୍ତି। ସେ ତାଙ୍କ ଇନିଂସରେ ୬ଟି ଛକା ଓ ୧୧ଟି ଚୌକା ମାରିଛନ୍ତି। ଅଭିଷେକ ଶର୍ମା ୧୨ ବଲରେ ୪୬ ରନ କରି କୁଲଦୀପଙ୍କ ଶିକାର ବନିଛନ୍ତି। ସେ ୬ଟି ଛକା ଓ ୨ଟି ଚୌକା ମାରିଛନ୍ତି।

ପ୍ରଥମ ୧୦ ଓଭରରେ ସର୍ବାଧିକ ରନ କରିଥିବା ଦଳ ମଧ୍ୟ ହାଇଦ୍ରାବାଦ। ଆଜି ୧୦ ଓଭରରେ ଦଳ ୪ ୱିକେଟ ହରାଇ ୧୫୮ ରନ କରିଛି। ଦ୍ୱିତୀୟ ସ୍ଥାନରେ ମଧ୍ୟ ହାଇଦ୍ରାବାଦ ରହିଛି। ଚଳିତ ବର୍ଷ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦଳ ପ୍ରଥମ ୧୦ ଓଭରରେ ୨ ୱିକେଟ ହରାଇ ୧୪୮ ରନ କରିଥିଲା।

ସେହି ମ୍ୟାଚ୍‌ରେ ମୁମ୍ବାଇ ମଧ୍ୟ ୨ ୱିକେଟ ହରାଇ ୧୪୧ ରନ ଓ ଚଳିତ ବର୍ଷ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ କେକେଆର ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ ହରାଇ ୧୩୫ ରନ କରିଥିଲା।

IPL IPL 2024 Delhi Capitals SRH
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe