/odisha-reporter/media/post_attachments/uploads/2021/04/IPL-Match-6.jpg)
IPL-Match-6
ଚେନ୍ନାଇ: ଚଳିତ ଆଇପିଏଲର ଷଷ୍ଠ ମୁକାବିଲାରେ ସାମ୍ନାସାମ୍ନି ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବିରାଟ୍ କୋହଲିଙ୍କ ଆରସିବି ପ୍ରଥମେ ବ୍ୟାଟିଂ କରିବ।
ଏହି ମ୍ୟାଚରେ ସନରାଇଜର୍ସ ଟିମରେ ଦୁଇଟି ପରିବର୍ତ୍ତନ କରିଛି। ସନ୍ଦୀପ ଶର୍ମା ଓ ମହମ୍ମଦ ନବି ବାଦ୍ ପଡ଼ିଥିବା ବେଳେ ଏମାନଙ୍କ ସ୍ଥାନରେ ଶାହାବାଜ ନଦୀମ ଓ ଜେସନ୍ ହୋଲ୍ଡରଙ୍କୁ ସୁଯୋଗ ମିଳିଛି। ସେହିପରି ଆରସିବି ଟିମର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରଜତ ପଟିଦାର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲ୍ ବ୍ୟାକ୍ କରିଛନ୍ତି।
ଆଇପିଏଲ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପାଡିକଲ୍ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ସେ କ୍ୱାରେଣ୍ଟାଇନରେ ରହିଥିଲେ। ଏହି କାରଣରୁ ସେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍କ୍ୱାଡ୍ରେ ଯୋଗ ଦେଇଛନ୍ତି।
ଚୂଡ଼ାନ୍ତ ଏକାଦଶ
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍), ଋଦ୍ଧିମାନ ସାହା (ୱିକେଟକିପର), ମନିଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ବିଜୟ ଶଙ୍କର, ଜେସନ୍ ହୋଲ୍ଡର୍, ଅବଦୁଲ ସମାଦ, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ଶାହାବାଜ ନଦୀମ, ଟି. ନଟରାଜନ୍।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଦେବଦତ୍ତ ପାଡିକଲ୍, ବିରାଟ କୋହଲି, ଏବି ଡିଭିଲିୟର୍ସ(ୱିକେଟ କିପର), ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାଇଲ ଜାମିସନ, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
