Advertisment

୧୪୭ ବର୍ଷରେ ପ୍ରଥମ, ଐତିହାସିକ ରେକର୍ଡ କଲେ କେ ମେଣ୍ଡିସ୍‌

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ମେଣ୍ଡିସ୍‌ ପ୍ରଥମ ଇନିଂସରେ ୧୦୨ ରନ ଓ ଦ୍ୱିତୀୟ ଇନିଂସରେ ୧୬୪ କରିଛନ୍ତି।

ଅଦ୍ୟତନ ହୋଇଛି
Kamindu Mendis

Kamindu Mendis

Advertisment

ଟେଷ୍ଟ କ୍ରିକେଟର ୧୪୭ ବର୍ଷ ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ସେଭଳି କିଛି ଏବେ ଘଟିଛି। ଶ୍ରୀଲଙ୍କା ଟିମର ଅଲରାଉଣ୍ଡର କାମିନ୍ଦୁ ମେଣ୍ଡିସ ଟେଷ୍ଟ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବେ ବିରାଟ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୭ନଂ କିମ୍ବା ତା’ଠା ନିମ୍ନରେ ବ୍ୟାଟିଂ କରି ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି।

Advertisment

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ମେଣ୍ଡିସ୍‌ ପ୍ରଥମ ଇନିଂସରେ ୧୦୨ ରନ ଓ ଦ୍ୱିତୀୟ ଇନିଂସରେ ୧୬୪ କରିଛନ୍ତି।

ମେଣ୍ଡିସଙ୍କ ବ୍ୟତୀତ ଧନଞ୍ଜୟ ଡି’ସିଲଭା ମଧ୍ୟ ଉକ୍ତ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଥିଲେ। ବିଶ୍ୱର ତୃତୀୟ ଯୋଡ଼ି ଭାବେ ମେଣ୍ଡିସ ଓ ଧନଞ୍ଜୟ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଏମାନଙ୍କ ପୂର୍ବରୁ ଗ୍ରେଗ ଚାପେଲ-ଇଆନ ଚାପେଲ(ଅଷ୍ଟ୍ରେଲିଆ) ଓ ମିଶବା ଉଲ ହକ ଓ ଆଝାର ଅଲୀ(ପାକିସ୍ତାନ) ଗୋଟିଏ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଥିଲେ।

Advertisment

ଧନଞ୍ଜୟ ଓ ମେଣ୍ତିସଙ୍କ ଶତକ ଯୋଗୁ ଶ୍ରୀଲଙ୍କା ଘରୋଇ ଟିମ ବାଂଲାଦେଶକୁ ମ୍ୟାଚ୍‌ ଜିତିବା ପାଇଁ ୫୧୧ ରନର ଟାର୍ଗେଟ ଦେଇଛି। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୪୧୮ ରନ କରି ଅଲଆଉଟ ହୋଇଯାଇଛି।

୫୧୧ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ୪୭ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବିଶ୍ୱ ଫର୍ଣ୍ଣାଡୋ ୧୩ ରନରେ ୩ଟି ୱିକେଟ ନେଇଥିବା ବେଳେ କସୁନ ରଜିତା ଓ ଲାହିରୁ କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Srilanka Kamindu Mendis Test Match Cricket Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe