Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବଡ଼ ବିଜୟ, ଟେଷ୍ଟ ସିରିଜକୁ କଲା କ୍ଲିନ ସୁଇପ

ପ୍ରଭାତ ୬ଟି ଓ ନିଶାନ ୩ଟି ୱିକେଟ ନେଇଥିବା ବେଳେ ଅସିତା ଫର୍ଣ୍ଣାଣ୍ଡୋଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା। ୮୮ ରନରେ ଦଳ ଅଲଆଉଟ ହୋଇଯିବାରୁ ଶ୍ରୀଲଙ୍କା ଫଲୋଅନ ଡାକିଥିଲା। ଏଥିଯୋଗୁ ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା।

author-image
Hemant Lenka
NZ

NZ

ଶ୍ରୀଲଙ୍କାରେ ମାଟି କାମୁଡ଼ିଛି ନ୍ୟୁଜିଲ୍ୟାଣ୍ଡ। ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଶ୍ରୀଲଙ୍କା। ଇନିଂସ ଓ ୧୫୪ ରନରେ ମ୍ୟାଚ୍‌କୁ ଜିତି ସିଂହଳ ଟିମ ୨-୦ରେ ଟେଷ୍ଟ ସିରିଜକୁ କ୍ଲିଇନ ସୁଇପ କରିଛି। ଏହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସବୁଠାରୁ ବୃହତ୍ତର ବିଜୟ।

Advertisment

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଦୀନେଶ ଚାଣ୍ଡିମାଲଙ୍କ ୧୧୬, ଆଞ୍ଜେଲୋ ମାଥ୍ୟୁସଙ୍କ ୮୮, କାମିନ୍ଦୁ ମେଣ୍ଡିସଙ୍କ ରେକର୍ଡ ଅପରାଜିତ ୧୮୮ ଓ କୁଶଲ ମେଣ୍ଡିସଙ୍କ ଅପରାଜିତ ୧୦୬ ରନ ବଳରେ ୭ ୱିକେଟରେ ୬୦୨ ରନ କରିବା ପରେ ପାଳି ଘୋଷଣା କରିଥିଲା।

ତେବେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଭାତ ଜୟସୂରିୟା ଓ ନିଶାନ ପେଇରିସଙ୍କ ଯୋଡ଼ି ନ୍ୟୁଜିଲ୍ୟାଣ୍ଡର କୌଣସି ବ୍ୟାଟରଙ୍କୁ ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ମିଳିତ ଭାବେ ୯ ୱିକେଟ ଦଖଲ କରି ନ୍ୟୁଜିଲ୍ୟାଣ୍ଡର ପ୍ରଥମ ପାଳିକୁ ୪୦ ଓଭର ମଧ୍ୟରେ ୮୮ ରନର ଶେଷ କରି ଦେଇଥିଲେ।

Advertisment

ପ୍ରଭାତ ୬ଟି ଓ ନିଶାନ ୩ଟି ୱିକେଟ ନେଇଥିବା ବେଳେ ଅସିତା ଫର୍ଣ୍ଣାଣ୍ଡୋଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା। ୮୮ ରନରେ ଦଳ ଅଲଆଉଟ ହୋଇଯିବାରୁ ଶ୍ରୀଲଙ୍କା ଫଲୋଅନ ଡାକିଥିଲା। ଏଥିଯୋଗୁ ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା।

ଦ୍ୱିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ଡ କିଛିଟା ଲଢ଼େଇ କରିଥିଲା। ଗ୍ଲେନ ଫିଲିପ୍ସ ୭୮, ଡେଭୋନ କନୱେ ୬୧, ଟମ ବ୍ଲଣ୍ଡେଲ ୬୦ ଓ ମିଚେଲ ସାଣ୍ଟନର ୬୭ ରନ କରିଥିଲେ। ହେଲେ ଶ୍ରୀଲଙ୍କାକୁ ପୁଣି ବ୍ୟାଟିଂ କରିବାକୁ ନ୍ୟୁଜିଲ୍ୟାଣ୍ଡ ଟାର୍ଗେଟ ଦେଇ ପାରି ନଥିଲା। ପୂରା ଟିମ ୩୬୦ ରନରେ ଅଲଆଉଟ ହୋଇଥିଲା। ଏଥିଯୋଗୁ ଘରୋଇ ଟିମ ଗୋଟିଏ ଇନିଂସ ଓ ୧୫୪ ରନରେ ମ୍ୟାଚ ଜିତିବା ସହ ସିରିଜକୁ ୨-୦ରେ କବଜା କରିଛି।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଦୁଇ ସ୍ପିନର ପ୍ରଭାତ ଓ ନିଶାନ କମାଲ କରିଛନ୍ତି। ନିଶାନ ୧୭୦ ରନ ଦେଇ ୬ଟି ୱିକେଟ ନେଇଥିବା ବେଳେ ପ୍ରଭାତ ୧୩୯ ରନ ଦେଇ ୩ଟି ୱିକେଟ ନେଇଛନ୍ତି। ଅଧିନାୟକ ଧନଞ୍ଜୟ ଡି’ସିଲଭାଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

ଦୁଇଟି ମ୍ୟାଚ୍‌ରେ ୧୮ଟି ୱିକେଟ ନେଇଥିବା ଜୟସୂରିୟା ୧୮ଟି ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି। ସେହିପରି ନିଶାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଏହାକୁ ମିଶାଇ ଶ୍ରୀଲଙ୍କା କ୍ରମାଗତ ୩ଟି ଟେଷ୍ଟ ମ୍ୟାଚ ଜିତିଛି। ଇଂଲଣ୍ଡକୁ ତା’ରି ମାଟିରେ ଶ୍ରୀଲଙ୍କା ଶେଷ ଟେଷ୍ଟରେ ହରାଇଥିଲା। ଏବେ ନ୍ୟୁଜିଲ୍ୟାଣ୍ଡକୁ ଦୁଇଟି ଯାକ ଟେଷ୍ଟରେ ଦଳ ହରାଇଛି। କ୍ରମାଗତ ୩ଟି ବିଜୟ ସହ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବା ଦୌଡ଼ରେ ନିଜକୁ ସାମିଲ କରିପାରିଛି।

Srilanka New Zealand Test Cricket Test Match