Advertisment

ବିଶ୍ୱ ବିଜେତା ଇଂଲଣ୍ଡକୁ ୧୫୬ ରନରେ ଅଲଆଉଟ କରିଦେଲା ଶ୍ରୀଲଙ୍କା

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ବେନ ଷ୍ଟୋକ୍ସ ଏକାକୀ ୪୩ ରନ କରିଥିଲେ ହେଁ ପୂରା ଇଂଲିଶ ଟିମ ୩୩.୨ ଓଭରରେ ଅଲଆଉଟ ହୋଇଯାଇଛି।

ENG

ENG

Advertisment

ଚଳିତ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଜି ଶ୍ରୀଲଙ୍କା ବିପକ୍ଷ କର ବା ମର ମ୍ୟାଚ୍‌ରେ ଇଂଲଣ୍ଡ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ଏହା ସର୍ବନିମ୍ନ ଦଳଗତ ସ୍କୋର। ଇଂଲଣ୍ଡ ୧୫୬ରେ ଅଲଆଉଟ ହୋଇଥିବାରୁ ଶ୍ରୀଲଙ୍କାକୁ ଚଳିତ ବିଶ୍ୱକରେ ଦ୍ୱିତୀୟ ବିଜୟ ପାଇଁ ୧୫୮ ରନର ଟାର୍ଗେଟ ମିଳିଛି।

Advertisment

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି। ବେନ ଷ୍ଟୋକ୍ସ ଏକାକୀ ୪୩ ରନ କରିଥିଲେ ହେଁ ପୂରା ଇଂଲିଶ ଟିମ ୩୩.୨ ଓଭରରେ ଅଲଆଉଟ ହୋଇଯାଇଛି। ଏବେ ଦଳ ଶ୍ରୀଲଙ୍କାକୁ ୧୫୬ ରନ ଭିତରେ ରଖି ପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଇଂଲଣ୍ଡ ଚଳିତ ବିଶ୍ୱକପରେ ଏଯାଏ ୪ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ଜିତିଛି। ଶ୍ରୀଲଙ୍କା ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଗୋଟିଏରେ ବାଜି ମାରିଛି। ଆଜି ଯେଉଁ ଦଳ ହାରିବ, ସିଏ ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ଏକପ୍ରକାରର ବାଦ ପଡ଼ିବ। ତେଣୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ କର ବା ମର ସଦୃଶ ହୋଇଛି।

Advertisment

ବେଙ୍ଗାଲୁରୁରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଆରମ୍ଭରୁ ୪୫ ରନ ଯାଏ ଠିକ ଠାକ ବ୍ୟାଟିଂ କରିଥିଲା। କିନ୍ତୁ ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୪୫ ବେଳେ ବ୍ୟକ୍ତିଗତ ୨୮ ରନ କରିଥିବା ଡାୱିଡ ମଲାନଙ୍କୁ ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଆଞ୍ଜେଲୋ ମାଥ୍ୟୁସଙ୍କୁ ଆଉଟ କରିଥିଲେ।

ଜୋ ରୁଟ କେବଳ ୩ ରନ କରିବାକୁ ସକ୍ଷମ ହୋଇ ଥିଲେ। ଜନ୍ନି ବେୟାରଷ୍ଟୋଙ୍କ ସହ ତାଳ ମେଳ ଅଭାବରୁ ସେ ରନ ଆଉଟ ହୋଇ ପ୍ୟାଭିଲିନୟ ଫେରିଥିଲେ। ତାଙ୍କୁ ମାଥ୍ୟୁସ ହିଁ ରନ ଆଉଟ କରିଥିଲେ।

ବାସ ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଜନ୍ନି ବେୟାରଷ୍ଟୋ ୩୦, ଜୋଶ ବଟଲର ୮, ଲିଆମ ଲିଭଙ୍ଗଷ୍ଟୋନ ୧, ମୋଇନ ଅଲୀ ୧୫, କ୍ରିସ ୱିକ୍ସ ୦, ବେନ ଷ୍ଟୋକ୍ସ ୪୩ ଓ ଆଦିଲ ରଶିଦ ୨ ରନ କରିବାକୁ ସକ୍ଷମ ହୋଇଥିଲେ।

ଶେଷ ଭାଗରେ ଡାଭିଡ ୱିଲୀ ଅପରାଜିତ ୧୪ ରନ କରିବାରୁ ଇଂଲଣ୍ଡର ସ୍କୋର ୧୫୦ ପାର କରିଥିଲା। କିନ୍ତୁ ଦଳୀୟ ସ୍କୋ ୧୫୬ ଥିବା ବେଳେ ମହୀଶ ତିକଶାନା ୫ ରନ କରିଥିବା ମାର୍କ ଉଡଙ୍କୁ ଷ୍ଟମ୍ପିଂ କରି ଇଂଲଣ୍ଡର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ୱିଲୀ ଶେଷ ଯାଏ ୧୪ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ମାଥ୍ୟୁସ ୨ଟି ଓ କସୁନ ରଜିଥାଙ୍କୁ ୨ଟି ସଫଳତା ମିଳିଛି। ତିକଶାନ ଗୋଟିଏ ୱିକେଟ ନେଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe