Advertisment

କର ବା ମର ମ୍ୟାଚ୍‌ରେ ଟସ୍‌ ଜିତିଲା ଶ୍ରୀଲଙ୍କା

ଦୁବାଇ: ଏସିଆ କପର କର ବା ମର ମ୍ୟାଚ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେଉଛନ୍ତି। ଉଭୟ ଦଳ ଆଫଗାନିସ୍ତାନ ଠାରୁ ନିଜ ନିଜର ପ୍ରଥମ ମ୍ୟାଚ୍‌ ହାରିଥିଲେ। ତେଣୁ ଆଜିର ମ୍ୟାଚ୍‌ ଯିଏ ଜିତିବ, ସେ ଗ୍ରୁପ ବି’ର ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିବ। ପୂର୍ବରୁ ଆଫଗାନିସ୍ତାନ ସୁପର ୪ରେ ପ୍ରବେଶ କରି ସାରିଛି। ଆଜି ଯେଉଁ ଦଳ ହାରିବ, ତା’ର ଏସିଆ କପ ଅଭିଯାନ ମଧ୍ୟ ଶେଷ ହୋଇଯିବ। ତେଣୁ […]

author-image
Hemant Lenka
କର ବା ମର ମ୍ୟାଚ୍‌ରେ ଟସ୍‌ ଜିତିଲା ଶ୍ରୀଲଙ୍କା

asiaCup

ଦୁବାଇ: ଏସିଆ କପର କର ବା ମର ମ୍ୟାଚ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେଉଛନ୍ତି। ଉଭୟ ଦଳ ଆଫଗାନିସ୍ତାନ ଠାରୁ ନିଜ ନିଜର ପ୍ରଥମ ମ୍ୟାଚ୍‌ ହାରିଥିଲେ। ତେଣୁ ଆଜିର ମ୍ୟାଚ୍‌ ଯିଏ ଜିତିବ, ସେ ଗ୍ରୁପ ବି’ର ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିବ। ପୂର୍ବରୁ ଆଫଗାନିସ୍ତାନ ସୁପର ୪ରେ ପ୍ରବେଶ କରି ସାରିଛି। ଆଜି ଯେଉଁ ଦଳ ହାରିବ, ତା’ର ଏସିଆ କପ ଅଭିଯାନ ମଧ୍ୟ ଶେଷ ହୋଇଯିବ। ତେଣୁ ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛନ୍ତି।

Advertisment

ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପ୍ରଥମ ମ୍ୟାଚ୍‌ ଭଳି ସାକିବ ଅଲ ହାସନଙ୍କ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବ। ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛନ୍ତି।

ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ପୂର୍ବରୁ ବାକଯୁଦ୍ଧ ଆରମ୍ଭ ହୋଇଥିଲା। ୨୦୧୮ ନିଦାଶ ଟ୍ରଫି ବେଳେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସେବେଠାରୁ ଆରମ୍ଭ ହୋଇଥିବା ନାଗିନ ଡ୍ୟାନ୍ସ ଆଜି ଯାଏ ଚାଲିଛି। ଉଭୟ ଦଳର ଖେଳାଳି ପରସ୍ପରକୁ ଚିଡ଼ାଇବା ପାଇଁ ନାଗିନ ଡ୍ୟାନ୍ସ କରିବାର ନଜିର ରହିଛି। ଆଜି ମଧ୍ୟ କର ବା ମର ମ୍ୟାଚରେ ସେମିତି କିଛି ଦୃଶ୍ୟ ଓ ହାଇ ଭୋଲଟେଜ ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

ବାଂଲାଦେଶ ଟିମ୍‌: ସବ୍ବିର ରହମାନ, ମୁସଫିକର ରହିମ(ୱିକେଟ କିପର), ସାକିବ ଅଲ ହାସନ, ଅଫିଫ ହୁସେନ, ମହମ୍ମଦୁଲ୍ଲା, ମୋସାଡେକ ହୁସେନ, ମାହେଦି ହାସନ, ତସ୍କିନ ଅହମଦ, ମେହିଦୀ ହାସନ ମିର୍ଜା, ମୁସ୍ତାଫିଜୁର ରହମାନ, ଇବାଦତ ହୁସେନ।

ଶ୍ରୀଲଙ୍କା ଟିମ: ପଥୁମ ନିଶାଙ୍କା, କୁଶଲ ମେଣ୍ଡିସ, ଚରିଥା ଅସଲଙ୍କା, ଦନୁସ୍କା ଗୁଣତିଳକା, ଭାନୁକା ରାଜପକ୍ଷ, ୱାନିନ୍ଦୁ ହସରଙ୍ଗା, ଦସୁନ ଶଣକା, ଚାମିକା କରୁଣାରତ୍ନେ, ମହୀଶ ତିକଶାନା, ଦିଲସାନ ମଦୁଶଣକା ଓ ଅସିଥା ଫର୍ଣ୍ଣାଡୋ।