Advertisment

ସୁପର ୪ର ଶେଷ ମ୍ୟାଚ୍‌: ପାକ୍‌ ବିକ୍ଷରେ ଟସ୍‌ ଜିତିଲା ଶ୍ରୀଲଙ୍କା

ଦୁବାଇ: ଏସିଆ କପ ସୁପର ୪ର ଶେଷ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା। ଉଭୟ ଦଳ ପୂର୍ବରୁ ହିଁ ରବିବାର ଫାଇନାଲ ପାଇଁ ଟିକେଟ ପାଇ ସାରିଛନ୍ତି। ଆଜିର ମ୍ୟାଚ୍‌କୁ ଦୁଇ ଦଳ ଗୋଟିଏ ଅଭ୍ୟାସ ଭାବେ ବିବେଚନା କରୁଛନ୍ତି। ସୁପର ୪ରେ ଶ୍ରୀଲଙ୍କା ପ୍ରତିପକ୍ଷ ଆଫଗାନିସ୍ତାନ ଓ ଭାରତକୁ ହରାଇ ଫାଇନାଲ ଟିକେଟ ପାଇଥିଲା। ସେହିପରି ପାକିସ୍ତାନ ମଧ୍ୟ ଉଭୟ ଦେଶଙ୍କୁ ହରାଇଛି। ତେଣୁ ଫାଇନାଲ ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ଆଜି […]

ସୁପର ୪ର ଶେଷ ମ୍ୟାଚ୍‌: ପାକ୍‌ ବିକ୍ଷରେ ଟସ୍‌ ଜିତିଲା ଶ୍ରୀଲଙ୍କା

pakistan

Advertisment

ଦୁବାଇ: ଏସିଆ କପ ସୁପର ୪ର ଶେଷ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଶ୍ରୀଲଙ୍କା। ଉଭୟ ଦଳ ପୂର୍ବରୁ ହିଁ ରବିବାର ଫାଇନାଲ ପାଇଁ ଟିକେଟ ପାଇ ସାରିଛନ୍ତି। ଆଜିର ମ୍ୟାଚ୍‌କୁ ଦୁଇ ଦଳ ଗୋଟିଏ ଅଭ୍ୟାସ ଭାବେ ବିବେଚନା କରୁଛନ୍ତି। ସୁପର ୪ରେ ଶ୍ରୀଲଙ୍କା ପ୍ରତିପକ୍ଷ ଆଫଗାନିସ୍ତାନ ଓ ଭାରତକୁ ହରାଇ ଫାଇନାଲ ଟିକେଟ ପାଇଥିଲା। ସେହିପରି ପାକିସ୍ତାନ ମଧ୍ୟ ଉଭୟ ଦେଶଙ୍କୁ ହରାଇଛି। ତେଣୁ ଫାଇନାଲ ପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ଆଜି ଅଭ୍ୟାସ ପାଇଁ ସୁଯୋଗ ପାଇଛନ୍ତି।

Advertisment

ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆଜି ଶ୍ରୀଲଙ୍କା ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଦଳ ପାଇଁ ଆଜି ପ୍ରମୋଦ ମଧୁଶଣ ଡେବ୍ୟୁ କରୁଛନ୍ତି। ସେ ଅସିତ ଫର୍ଣ୍ଣାଡୋଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି। ସେହିପରି ଚରିତ ଅସଲଙ୍କାଙ୍କ ବଦଳରେ ଧନଞ୍ଜୟ ଡି’ସିଲଭା ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି।

ପାକିସ୍ତାନ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଆଫଗାନିସ୍ତାନ ମ୍ୟାଚରେ ଆହତ ହୋଇଥିବା ସ୍ପିନର ଶଦାବ ଖାନ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ସେହିପରି ଦ୍ରୁତ ବୋଲର ନସିମ ଶାହଙ୍କୁ ଫାଇନାଲ ପୂର୍ବରୁ ଦଳ ବିଶ୍ରାମ ଦିଆଯାଇଛି। ଏମାନଙ୍କ ବଦଳରେ ଉସମାନ କାଦିର ଓ ହାସଲ ଅଲୀ ଆଜି ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe