Advertisment

ମହିଳା ଏସିଆ କପ୍‌: ବିନା ଟିକେଟରେ ଷ୍ଟାଡିୟମକୁ ଯାଇ ପାରିବେ ଦର୍ଶକ

୮ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ସମେତ ଗ୍ରୁପ ଏରେ ପାକିସ୍ତାନ, ୟୁଏଇ ଓ ନେପାଳ ରହିଛନ୍ତି। ଗ୍ରୁପ ବି’ରେ ଶ୍ରୀଲଙ୍କା, ମାଲେସିୟା, ବାଂଲାଦେଶ ଓ ଥାଇଲ୍ୟାଣ୍ଡ ରହିଛନ୍ତି।

Team India

Team India

Advertisment

ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଏସିଆ କପ। ଶ୍ରୀଲଙ୍କାରେ ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦର୍ଶକଙ୍କ ପାଇଁ ହୋଇଛି ବଡ଼ ଘୋଷଣା।

Advertisment

ଟୁର୍ଣ୍ଣାମେଣ୍ଟକୁ ଟିକେଟ ମୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ। ଦର୍ଶକମାନେ ବିନା ଟିକେଟରେ ଷ୍ଟାଡିୟମ ଭିତରକୁ ଯାଇ ମ୍ୟାଚ୍‌ର ମଜା ଉଠାଇ ପାରିବେ। ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶର ବ୍ୟବସ୍ଥା କରାଯାଇଛି। ମହିଳା କ୍ରିକେଟକୁ ଦେଶରେ ଅଧିକ ଲୋକପ୍ରିୟ ଓ ଟୁର୍ଣ୍ଣାମେଣ୍ଟରେ ଅଧିକ ଭିଡ଼ ସୃଷ୍ଟି କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ମହିଳା ଏସିଆ କପର ୯ମ ସଂସ୍କରଣର ସମସ୍ତ ୧୫ଟି ଯାକ ମ୍ୟାଚ୍‌ ଡମ୍ବୁଲାରେ ଥିବା ରଣଗିରି ଡମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ ଭାଗ ନେଉଛନ୍ତି। ଶ୍ରୀଲଙ୍କା, ଭାରତ, ବାଂଲାଦେଶ, ୟୁଏଇ, ନେପାଳ, ମାଲେସିୟା, ପାକିସ୍ତାନ ଓ ଥାଇଲ୍ୟାଣ୍ଡ।

Advertisment

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟର ଉପ ସଭାପତି ରବୀନ ବିକ୍ରମାରତ୍ନେ କହିଛନ୍ତି, “ବୋର୍ଡ ସଫଳତାର ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ବିଶ୍ୱସ୍ତରରେ ମହିଳା କ୍ରିକେଟ ପହଞ୍ଚି ପାରିବ।”

୮ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ସମେତ ଗ୍ରୁପ ଏରେ ପାକିସ୍ତାନ, ୟୁଏଇ ଓ ନେପାଳ ରହିଛନ୍ତି। ଗ୍ରୁପ ବି’ରେ ଶ୍ରୀଲଙ୍କା, ମାଲେସିୟା, ବାଂଲାଦେଶ ଓ ଥାଇଲ୍ୟାଣ୍ଡ ରହିଛନ୍ତି।

ଶୁକ୍ରବାର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଜୁଲାଇ ୨୮ରେ ଫାଇନାଲ ଖେଳାଯିବ। ପ୍ରଥମ ଦିନରେ ୟୁଏଇ ଓ ନେପାଳ ପରସ୍ପରକୁ ଭେଟିବେ। ସେହିଦିନ ଭାରତ ତା’ର ଏସିଆ କପ ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ।

Women Cricket Asia Cup Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe