Advertisment

ଦୁଷ୍କର୍ମ ମାମଲାରେ ଫସିଥିବା କ୍ରିକେଟରଙ୍କ ଉପରୁ ହଟିଲା ବ୍ୟାନ୍‌

ଗୁଣତିଲକାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଗୋଟିଏ ତଦନ୍ତ କମିଟି ଗଠନ କରାଯାଇଥିଲା। କମିଟି ତଦନ୍ତ କରି ବ୍ୟାନ ହଟାଇବାକୁ ପରାମର୍ଶ ଦେଇଥିଲା।

Srilanka

Srilanka

Advertisment

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ୨୦୨୨ ଟି-୨୦ ବିଶ୍ୱକପ ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଫସିଥିବା ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଲକାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦୁଷ୍କର୍ମ ଅଭିଯୋଗ ପରେ ଅଷ୍ଟ୍ରେଲିଆ ପୁଲିସ୍‌ ତାଙ୍କୁ ସେତେବେଳେ ଗିରଫ କରିଥିଲା।

Advertisment

ଏଥିଯୋଗୁ ଶ୍ରୀଲଙ୍କା କ୍ରିକେଟ ମଧ୍ୟ ତାଙ୍କ ଉପରେ ବ୍ୟାନ୍‌ ଲଗାଇ ଦେଇଥିଲା। ହେଲେ ଆଜି ବୋର୍ଡ ପକ୍ଷରୁ ଗୁଣତିଲକାଙ୍କ ଉପରେ ଲାଗିଥିବା ବ୍ୟାନନକୁ ପ୍ରତ୍ୟାହାର କରି ନିଆଯାଇଛି। ଏହାର ଅର୍ଥ ସେ ପୁଣି ଶ୍ରୀଲଙ୍କା ପାଇଁ ଖେଳିବାର ବାଟ ଫିଟିଛି।

ଗୁଣତିଲକାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଗୋଟିଏ ତଦନ୍ତ କମିଟି ଗଠନ କରାଯାଇଥିଲା। କମିଟି ତଦନ୍ତ କରି ବ୍ୟାନ ହଟାଇବାକୁ ପରାମର୍ଶ ଦେଇଥିଲା। କମିଟି କହିଥିଲା ଯେ ନ୍ୟୁ ସାଉଥ ୱେଲ୍ସ ଜିଲ୍ଲା କୋର୍ଟରେ ରୁଜୁ ହୋଇଥିବା ସମସ୍ତ ମାମଲାରେ ସେ ଦୋଷମୁକ୍ତ ହୋଇଛନ୍ତି।

Advertisment

ଏଥିସହ ସେ ୨୦୨୩ ଅକ୍ଟୋବର ୩ରେ ଶ୍ରୀଲଙ୍କା ମଧ୍ୟ ଫେରିଛନ୍ତି। ତେଣୁ ଏବେ ସେ ତାଙ୍କ ଜାତୀୟ ଡ୍ୟୁଟିକୁ ଚାହିଁଲେ ଫେରିପାରିବେ। କମିଟିର ଏପରି ରିପୋର୍ଟ ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବ୍ୟାନ ଆଦେଶକୁ ପ୍ରତ୍ୟାହାର କରି ନେଇଛି।

୩୧ ବର୍ଷୀୟ ଗୁଣତିଲକା ୨୦୨୨ରେ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଶ୍ରୀଲଙ୍କା ଟିମ ସହ ଅଷ୍ଟ୍ରେଲିଆ ଯାଇଥିଲେ। ତେବେ ଆହତ ସମସ୍ୟା ଯୋଗୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା।

ବାଦ ସତ୍ତ୍ୱେ ସେ ଦଳ ସହ ଅଷ୍ଟ୍ରେଲିଆରେ ରହିଥିଲେ। ଏହି ରହଣୀ ସମୟରେ ସେ ଜଣେ ଯୁବତୀଙ୍କୁ ସୋଶାଲ ମିଡିଆରେ ଯୋଗାଯୋଗ କରି ହୋଟେଲକୁ ଡାକିଥିଲେ ଓ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଗୁଣତିଲକାଙ୍କୁ ସୁରୀ ହିଲ୍ସ ପୁଲିସ ଷ୍ଟେସନରେ ରାତି ତମାମ ରଖାଯାଇଥିଲା। ଏହାପରେ ତାଙ୍କୁ ଭିଡିଓ ଲିଙ୍କ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ସେ ଗ୍ରେ ଟି-ଶାର୍ଟ ପିନ୍ଧିଥିବା ବେଳେ ତାଙ୍କ ହାତରେ ହାତକଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହି ସମୟରେ ସେ ଜାମିନ ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ଖାରଜ କରିଦେଇଥିଲେ। ଏଥିପାଇଁ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ସେ ଦୋଷମୁକ୍ତ ହୋଇଥିଲେ। ଏହାପରେ ସେ ଗତ ୩ ତାରିଖରେ ଶ୍ରୀଲଙ୍କା ଫେରିଥିଲେ।

Srilanka ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe