Advertisment

ଦିନିକିଆ ସ୍କ୍ୱାଡରୁ ପୂର୍ବତନ ଅଧିନାୟକ ଶଣକା ଆଉଟ

ଶଣକାଙ୍କ ବ୍ୟତୀତ ଆ‍ଫଗାନ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟକ୍ରମର ବିସ୍ଫୋରକ ବ୍ୟାଟର ନୁୱାନିନ୍ଦୁ ଫର୍ଣ୍ଣାଡୋ ଓ ଲେଗ ସ୍ପିନର ଜେଫ୍ରୀ ବାନ୍ଦେରସୟଙ୍କୁ ଦେଖିବାକୁ ମିଳିବ ନାହିଁ।

Sri Lanka

Sri Lanka

Advertisment

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ଶ୍ରୀଲଙ୍କା କ୍ରିକେଟ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଏହି ସ୍କ୍ୱାଡରୁ ପୂର୍ବତନ ଅଧିନାୟକ ଦସୁନ ଶଣକାଙ୍କୁ ବାଦ ଦିଆଯାଇଛି। ଗତ ମାସରେ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରୁ ୩ ଜଣଙ୍କୁ ବିଦା କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରେ ଶଣକା ରହିଛନ୍ତି।

Advertisment

ଶଣକାଙ୍କ ବ୍ୟତୀତ ଆ‍ଫଗାନ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟକ୍ରମର ବିସ୍ଫୋରକ ବ୍ୟାଟର ନୁୱାନିନ୍ଦୁ ଫର୍ଣ୍ଣାଡୋ ଓ ଲେଗ ସ୍ପିନର ଜେଫ୍ରୀ ବାନ୍ଦେରସୟଙ୍କୁ ଦେଖିବାକୁ ମିଳିବ ନାହିଁ।

ଦିନିକିଆ ସିରିଜକୁ ଶଣକାଙ୍କୁ ବାଦ ଦିଆଯିବା ଘଟଣା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ ଶେଷ ୨୧ଟି ଇନିଂସରେ ସେ ବଡ଼ ସ୍କୋର କରି ନାହାନ୍ତି। ୨୦୨୩ ଜାନୁଆରୀ ମାସରୁ ଇତି ମଧ୍ୟରେ ଶଣକା ୨୧ଟି ଇନିଂସରେ ଗୋଟିଏ ଅର୍ଦ୍ଧଶତକ ସହ ୧୨.୨୫ ହାରରେ ରନ କରିଛନ୍ତି।

Advertisment

ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ବେଳେ ଶଣକାଙ୍କୁ ଅଧିନାୟକ ପଦରୁ ହଟା ଯାଇଥିଲା। ସେ କେବଳ ଜଣେ ସାଧାରଣ ଖେଳାଳି ଭାବେ ମ୍ୟାଜ୍‌ରେ ଖେଳିଥିଲେ। ଜିମ୍ବାୱେ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ସେ ୮ ଓ ୭ ରନ କରିଥିଲେ। ଏଥିପାଇଁ ତାଙ୍କୁ ଜିମ୍ବାୱେ ବିପକ୍ଷ ତୃତୀୟ ମ୍ୟାଚ ମଧ୍ୟ ଖେଳିବାକୁ ସୁଯୋଗ ମିଳି ନଥିଲା।

ଶଣକାଙ୍କ ସ୍ଥାନରେ ଚାମିକା କରୁଣାରତ୍ନେଙ୍କୁ ସୁଯୋଗ ମିଳିଛି। ସେ ଶେଷ ଥର ପାଇଁ ଦିନିକିଆ ବିଶ୍ୱକପରେ ନଜର ଆସିଥିଲେ। ଏବେ ଦଳ କୁଶଲ ମେଣ୍ଡିସଙ୍କ ନେତୃତ୍ୱରେ ମ୍ୟାଚ ଖେଳିବ। ଦଳରେ ପଥୁମ ନିଶାଙ୍କା, ଅଭିସ୍କା ଫର୍ଣ୍ଣାଡୋ, ସଦୀରା ସମରାବକ୍ରିମ।, ଚରିଥ ଅସଲଙ୍କା, ଯନୀତ ଲିୟାନାଙ୍ଗେ ପ୍ରମୁଖ ରହିଛନ୍ତି।

ଶ୍ରୀଲଙ୍କାର ୧୬ ଜଣିଆ ସ୍କ୍ୱାଡ : କୁଶଲ ମେଣ୍ତିସ (ଅଧିନାୟକ), ଚରିଥା ଅସଲଙ୍କା, ପଥୁମ ନିଶାଙ୍କା, ଅଭିସ୍କା ଫର୍ଣ୍ଣାଡୋ, ସଦୀରା ସମରାବିକ୍ରମ, ସାହାନ ଆର୍ଚଚିଗେ, ଶେଭୋନ ଡାନିଏଲ, ଯନୀତ ଲିୟାନାଙ୍ଗେ, ଚାମିକା କରୁଣାରତ୍ନେ, ମହେଶୁ ତିକସାନା, ଦିଲଶାନ ମଧୁସଙ୍କା, ଦୁଷ୍ମନ୍ତ ଚାମୀରା, ଦୁନିତ ୱେଲାଲାଗେ, ପ୍ରମୋଦ ମଧୁଶନ, ଅକିଳା ଧନଞ୍ଜୟ ଓ ୱାନିନ୍ଦୁ ହସରଙ୍ଗା।

Cricket Sri Lanka Dasun Shanaka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe