Advertisment

ଜୟ ଶାହଙ୍କୁ କ୍ଷମା ମାଗିଲେ ଶ୍ରୀଲଙ୍କା ସରକାର

‘ଜୟ ଶାହଙ୍କ ଚାପରେ ଶ୍ରୀଲଙ୍କା କ୍ରିକେଟ ନଷ୍ଟ ହୋଇଛି। ସେ କେବଳ ତାଙ୍କ ବାପାଙ୍କ ପାଇଁ ଶକ୍ତିଶାଳୀ ହୋଇଛନ୍ତି। କାରଣ ତାଙ୍କ ବାପା ଭାରତର ଗୃହମନ୍ତ୍ରୀ ଅଛନ୍ତି।’

Jay Shah

Jay Shah

Advertisment

ଏସିଆନ କ୍ରିକେଟ୍ କାଉନ୍‌ସିଲ (ACC)ର ସଭାପତି ତଥା ବିସିସିଆଇର ସଂପାଦକ ଜୟ ଶାହଙ୍କୁ କ୍ଷମା ମାଗିଲେ ଶ୍ରୀଲଙ୍କା ସରକାର। ଜୟ ଶାହଙ୍କୁ ନେଇ ଶ୍ରୀଲଙ୍କା କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଦେଇଥିବା ମନ୍ତବ୍ୟ ଯୋଗୁ ସେଠାକାର ସରକାର କ୍ଷମା ମାଗିଛନ୍ତି।

Advertisment

ଅର୍ଜୁନ ରଣତୁଙ୍ଗା କହିଥିଲେ, ଶ୍ରୀଲଙ୍କା କ୍ରିକେଟ୍‌ (SLC)ର ଅଧିକାରୀ ଓ ଜୟ ଶାହଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି। ସେଥିପାଇଁ ସେମାନେ (ବିସିସିଆଇ) ଶ୍ରୀଲଙ୍କା କ୍ରିକେଟକୁ ନିୟନ୍ତ୍ରଣ କରିପାରିବେ ବୋଲି ଭାବୁଛନ୍ତି। ଜୟ ଶାହ ଶ୍ରୀଲଙ୍କା କ୍ରିକେଟକୁ ଚଳାଉଛନ୍ତି। ତାଙ୍କ ପାଇଁ ଶ୍ରୀଲଙ୍କା କ୍ରିକେଟ୍ ନଷ୍ଟ ହୋଇଛି। ଜୟ ଶାହଙ୍କ ଚାପରେ ଶ୍ରୀଲଙ୍କା କ୍ରିକେଟ ନଷ୍ଟ ହୋଇଛି। ସେ କେବଳ ତାଙ୍କ ବାପାଙ୍କ ପାଇଁ ଶକ୍ତିଶାଳୀ ହୋଇଛନ୍ତି। କାରଣ ତାଙ୍କ ବାପା ଭାରତର ଗୃହମନ୍ତ୍ରୀ ଅଛନ୍ତି।

ଅର୍ଜୁନ ରଣତୁଙ୍ଗାଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଆଜି ଶ୍ରୀଲଙ୍କାର ସଂସଦରେ ମନ୍ତ୍ରୀ କଞ୍ଚନା ୱିଜେସେକେରା କହିଥିଲେ, ଆମେ ସରକାରଙ୍କ ପକ୍ଷରୁ ଏସିଆନ କ୍ରିକେଟ କାଉନ୍‌ସିଲର ମୁଖ୍ୟ ଜୟ ଶାହଙ୍କୁ କ୍ଷମା ମାଗିଛୁ। ଆମର ଏକ ଅନୁଷ୍ଠାନର ପତନ ପାଇଁ ଆମେ ଏସିଆନ କ୍ରିକେଟ୍ କାଉନସିଲର ସଭାପତି ଅବା ଅନ୍ୟ କୌଣସି ଦେଶ ଉପରକୁ ଅଙ୍ଗୁଳି ଉଠାଇପାରିବା ନାହିଁ। ଏହା ଭୁଲ୍‌।

Advertisment

ସେହିପରି ଶ୍ରୀଲଙ୍କା ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ହରିନ ଫର୍ଣ୍ଣାଡୋ କହିଥିଲେ, ଜୟ ଶାହଙ୍କ ସହିତ ରାଷ୍ଟ୍ରପତି ଆଲୋଚନା କରିଛନ୍ତି। ଆଇସିସି ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବନ କରିଥିବା ବେଳେ ତା’ର କେମିତି ସମାଧାନ କରାଯାଇପାରିବ, ସେ ନେଇ ଜୟ ଶାହଙ୍କ ସହିତ କଥା ହୋଇଛନ୍ତି ରାଷ୍ଟ୍ରପତି।

ଚଳିତ ବିଶ୍ୱକପରେ ଶ୍ରୀଲଙ୍କାର ବିପର୍ଯ୍ୟୟ ଘଟିଥିଲା। ବିଶ୍ୱକପ୍‌ରେ ଦଳର ଲିଗ୍‌ ମ୍ୟାଚ୍ ସରି ନଥିବା ବେଳେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ରୋଶନ ରଣସିଙ୍ଘେ ଶ୍ରୀଲଙ୍କା କ୍ରିକେଟ୍‌ (ଏସଏଲସି)କୁ ଭାଙ୍ଗି ଦେଇଥିଲେ। ଏହା ବଦଳରେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଗୋଟିଏ ଅନ୍ତରୀଣ କମିଟି ଗଠନ କରିଥିଲେ। ତେବେ ଶ୍ରୀଲଙ୍କାର କୋର୍ଟ ଦିନକ ପରେ ବୋର୍ଡକୁ ପୁନଃ ଅବସ୍ଥାପିତ କରିଥିଲେ। ଏହାକୁ ନେଇ ବିତର୍କ ଚାଲିଥିବା ବେଳେ ସପ୍ତାହେ ତଳେ ଆଇସିସି ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବିତ କରିଥିଲା।

Bcci Crisis In Sri Lanka Jay Shah Sri Lanka Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe