Advertisment

ପ୍ରଭାତ ଜୟସୂରିୟାଙ୍କ ଜଲୱା, ୧୦ ୱିକେଟରେ ହାରିଲା ଆଫଗାନିସ୍ତାନ

ଦ୍ୱିତୀୟ ଇନିଂସରେ ପ୍ରଭାତ ୫ ୱିକେଟ ଦଖଲ କରିଛନ୍ତି। ସେ ମୋଟ ୪୭ ଓଭର ବୋଲିଂ କରଥିବା ବେଳେ ୧୦୭ ରନ ଦେଇଛନ୍ତି।

Srilanka

Srilanka

Advertisment

ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟକୁ ୧୦ ୱିକେଟରେ ଜିତିଛି ଘରୋଇ ଟିମ ଶ୍ରୀଲଙ୍କା। କଲମ୍ବୋରେ ଖେଳା ଯାଇଥିବା ଟେଷ୍ଟରେ ଶ୍ରୀଲଙ୍କାର ବାମହାତୀ ସ୍ପିନର ପ୍ରଭାତ ଜୟସୂରିୟାଙ୍କ ଜଲୱା ଦେଖିବାକୁ ମିଳିଛି। ସେ ହଶମତୁଲ୍ଲା ଶାହିଦିଙ୍କ ଆଫଗାନିସ୍ତାନକୁ ଧୂଳି ଚଟାଇ ଦେଇଛନ୍ତି।

Advertisment

ଦ୍ୱିତୀୟ ଇନିଂସରେ ପ୍ରଭାତ ୫ ୱିକେଟ ଦଖଲ କରିଛନ୍ତି। ସେ ମୋଟ ୪୭ ଓଭର ବୋଲିଂ କରଥିବା ବେଳେ ୧୦୭ ରନ ଦେଇଛନ୍ତି। ସେହିପରି ପ୍ରଥମ ଇନିଂସରେ ମଧ୍ୟ ପ୍ରଭାତ ୩ଟି ୱିକେଟ ନେଇଥିଲେ। ଏହାର ଅର୍ଥ ସେ ମୋଟ ୭୨ ଓଭର ବୋଲିଂ କରି ମ୍ୟାଚ୍‌ରେ ୮ ୱିକେଟ ଦଖଲ କରିଛନ୍ତି।

ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଆଫଗାନିସ୍ତାନ ଦୃଢ଼ ସ୍ଥିତିରେ ରହିଥିଲା। ଦଳ ଶ୍ରୀଲଙ୍କାର ପ୍ରଥମ ଇନିଂସ ଠାରୁ ମାତ୍ର ୪୨ ରନ ପଛରେ ଥିବା ବେଳେ ହାତରେ ୯ ୱିକେଟ ରହିଥିଲା। ଇବ୍ରାହିମ ଜଦ୍ରାନ ୧୦୧ ଓ ରହମତ ଶାହ ତୃତୀୟ ଦିନର ଖେଳ ଶେଷ ବେଳକୁ କ୍ରିଜରେ ରହିଥିଲେ।

Advertisment

କିନ୍ତୁ ୪ର୍ଥ ଦିନରେ ଜୟସୂରିୟା କମାଲ କରିଥିଲେ। ଆଫଗାନିସ୍ତାନ ତା’ର ଶେଷ ୯ ୱିକେଟ ମାତ୍ର ୯୭ ରନରେ ହରାଇଥିଲା। ଦ୍ରୁତ ବୋଲର କସୁନ ରଜିଥା ଆଜି ୪ର୍ଥ ଦିନରେ ପ୍ରଥମେ ରହମତ ଶାହ ୫୪ଙ୍କୁ ଆଛଟ କରିଥିଲେ।

ଏହାପରେ ଜୟସୂରିୟା ଆଫଗାନ ବ୍ୟାଟରଙ୍କୁ ଆଉ ସେଟଲ ହେବାକୁ ଦେଇ ନଥିଲେ। ୨୫୯ ବଲର ସମ୍ମୁଖୀନ ହେବା ୧୧୪ ରନ କରିଥିବା ଇବ୍ରାହିମ ମଧ୍ୟ ଜୟସୂରିୟାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଶେଷ ଭାଗରେ ନସିର ଜମାଲ ଲଢ଼େଇ କରିଥିଲେ। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୪୧ ରନର ଇନିଂସ ଖେଳିଥିଲେ ମଧ୍ୟ ତାଙ୍କୁ ଆଫଗାନର ଆଉ କୌଣସି ବ୍ୟାଟର ସାଥ ଦେଇ ନଥିଲେ।

ଜୟସୂରିୟାଙ୍କ ବ୍ୟତୀତ ଦ୍ରୁତ ବୋଲର ଅସିତା ଫର୍ଣ୍ଣାଡୋ ୩ଟି ଓ ରଜିଥା ୨ଟି ସଫଳତା ପାଇଛନ୍ତି। ଏହି ୩ ସିଂହଳ ବୋଲରଙ୍କ କମାଲ ଯୋଗୁ ଆଫଗାନିସ୍ତାନ ତା’ର ଦ୍ୱିତୀୟ ଇନିଂସରେ ୨୯୬ ରନ କରି ଅଲଆଉଟ ହୋଇଯାଇଥିଲା।

ଫଳରେ ଶ୍ରୀଲଙ୍କାକୁ ବିଜୟ ପାଇଁ ୫୬ ରନର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ଦଳ ବିନା କୌଣସି ୱିକେଟ ହରାଇ ୭.୨ ଓଭରରେ ୫୬ ରନର ଟାର୍ଗେଟକୁ ହାସଲ କରି ନେଇଥିଲା। ନିଶାନ ମଧୁଶଙ୍କା ୪ଟି ଚୌକା ବଳରେ ୨୨ ରନ ଓ ଦିମୁଥ କରୁଣାରତ୍ନେ ଅପରାଜିତ ୩୨ ରନ କରି ଶ୍ରୀଲଙ୍କା ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ଦୁଇ ଦଳ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ଆଜି ଶେଷ ହୋଇଛି। ଆସନ୍ତା ୯ ତାରିଖରୁ ଦୁଇ ଦଳ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ।

Srilanka Test Match Afganistan ICC Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe