Advertisment

ଏସିଆ କପ ଫାଇନାଲ: ଭାରତର ବୋଲିଂ, ବର୍ଷା ଯୋଗୁ ମ୍ୟାଚ୍‌ ଆରମ୍ଭରେ ବିଳମ୍ବ

ଭାରତ ସୁପର ୪ର ଶେଷ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ହାରି ଯାଇଥିଲା।

author-image
Hemant Lenka
asia Cup

asia Cup

ଏସିଆ କପ ଫାଇନାଲ ମ୍ୟାଚ୍‌ରେ ଟସ୍‌ ହାରି ଯାଇଛି ଟିମ ଇଣ୍ଡିଆ। କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଟସ୍‌ ଜିତି ଘରୋଇ ଟିମ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। କେବଳ ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ୍‌କୁ ଛାଡ଼ି ଦେଲେ, ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବାଜିମାତ କରିଛି। ତେଣୁ ଶ୍ରୀଲଙ୍କା ସେହି ଉଦ୍ଦେଶ୍ୟରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। 

Advertisment

ତେବେ ଠିକ ମ୍ୟାଚ୍‌ ପୂର୍ବରୁ ଶ୍ରୀଲଙ୍କାର କଲମ୍ବୋରେ ବର୍ଷା ଆରମ୍ଭ ହୋଇଯାଇଛି। ଏଥିଯୋଗୁ ଧାର୍ଯ୍ୟ ସମୟ ୩ଟାରେ ମ୍ୟାଚ୍‌ ଆରମ୍ଭ ହୋଇ ପାରିନାହିଁ। ବର୍ଷା ଏବେ ବି ଜାରି ରହିଥିବାରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫାଇନାଲ ମ୍ୟାଚ୍‌ ପାଇଁ ସଂରକ୍ଷଣ ଦିବସ ରହିଛି। ଯଦି ବର୍ଷା ଯୋଗୁ ମ୍ୟାଚ୍‌ର ରେଜଲ୍ଟ ବାହାରି ନ ପାରିଲା, ତା’ହେଲେ ଆସନ୍ତାକାଲି ମ୍ୟାଚ ଖେଳାଯିବ। 

ଭାରତ ସୁପର ୪ର ଶେଷ ମ୍ୟାଚ୍‌ରେ ବାଂଲାଦେଶ ଠାରୁ ହାରି ଯାଇଥିଲା। ଦଳ ଫାଇନାଲରେ ପ୍ରବେଶ କରି ସାରିଥିବାରୁ ଉକ୍ତ ମ୍ୟାଚ୍‌ରେ ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ୫ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା।

Advertisment

ହେଲେ ଆଜିର ଫାଇନାଲ ମ୍ୟାଚ୍‌କୁ ଏମାନେ ସମସ୍ତେ ଫେରିଛନ୍ତି। ସେହିପରି ଅକ୍ଷର ପଟେଲ ଆହତ ହୋଇଥିବାରୁ ତାଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ଆଜି ଫାଇନାଲ ଖେଳିବାର ସୁଯୋଗ ମିଳିଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଆହତ ଯୋଗୁ ସ୍ପିନ ବୋଲର ମହୀଶ ତିକଶାନାଙ୍କୁ ହରାଇଛି। ତାଙ୍କ ବଦଳରେ ଦୁଶାନ ହେମନ୍ତା ଆଜିର ମ୍ୟାଚ୍‌ ଖେଳୁଛନ୍ତି।

ଭାରତୀୟ ଟିମ: ଶୁବମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ।

ଶ୍ରୀଲଙ୍କା ଟିମ: କୁଶଲା ପେରରରା, ପଥୁନ ନିଶାଙ୍କା, କୁଶଲ ମେଣ୍ତିସ, ସଦୀରା ସମରାବିକ୍ରମା, ଚାରିଥା ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଦସୁନ ଶଣକା, ଦୁନିଥ ୱାଲାଲାଗେ, ଦୁଶାନ ହେମନ୍ତା, ମଥୀସା ପଥିରାଣା ଓ ପ୍ରମୋଦ ମଧୁଶାନ।

India Vs Sri Lanka Asia Cup Cricket Asia Cup 2023