Advertisment

ପ୍ରଥମ ଟି-୨୦: ସୂର୍ଯ୍ୟ କୁମାର ଯାଦବ ହାରିଗଲେ ଟସ୍‌

ଦଳରେ ରିୟାନ ପରାଗ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ ଓ ମହମ୍ମଦ ସିରାଜ ରହିଛନ୍ତି।

author-image
Hemant Lenka
SKY

SKY

ନୂଆ କୋଚ୍‌ ଗୌତମ ଗମ୍ଭୀର ଓ ଟି-୨୦ର ନୂଆ ସ୍ଥାୟୀ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଆଜି ଭାରତୀୟ ଟିମ ତା’ର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ କରିବାକୁ ଯାଉଛି।

Advertisment

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌ ହାରି ଯାଇଛନ୍ତି। ଶ୍ରୀଲଙ୍କାର ଅଧିନାୟକ ଚରିଥ ଅସଲଙ୍କା ଟସ୍‌ ଜିତି ଘରୋଇ ପରିବେଶରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତୀୟ ଟିମ ଆଜି ପ୍ରଥମେ ବ୍ୟାଟିଂ କରିବ।

ଶ୍ରୀଲଙ୍କା ଆଜି ୫ ବୋଲର ଓ ୬ ବ୍ୟାଟରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି। ଭାରତ ପାଇଁ ଶିବମ ଦୁବେଳ ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର ଓ ଖଲୀଲ ଅହମଦ ଖେଳୁ ନାହାନ୍ତି। ଏହାର ଅର୍ଥ ଯଶସ୍ୱୀ ଜୈସୱାଲଙ୍କ ସହ ଶୁବମନ ଗିଲ୍‌ ଇନିଂସ ଆରମ୍ଭ କରିବେ।

Advertisment

୩ନଂରେ ନିଜେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଖେଳିବେ। ନଚେତ ଋଷଭ ପନ୍ତ ବିଶ୍ୱକପ ଭଳି ୩ନଂରେ ବ୍ୟାଟିଂ କରିପାରନ୍ତି। ଏହାବାଦ ଦଳରେ ରିୟାନ ପରାଗ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ ଓ ମହମ୍ମଦ ସିରାଜ ରହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମରେ ଅଧିନାୟକ ଅସଲଙ୍କାଙ୍କ ବ୍ୟତୀତ କୁଶଲ ମେଣ୍ଡିସ, ପଥୁମ ନିଶାଙ୍କା, କୁଶଲ ପରେରା, କାମିନ୍ଦୁ ମେଣ୍ଡିସ, ଦସୁନ ଶଣକା, ୱାନିନ୍ଦୁ ହସରଙ୍ଗା, ମହୀଶ ତୀକଶାନା, ମଥିସା ପଥିରାଣା, ଅସିଥା ଫର୍ଣ୍ଣାଣ୍ଡୋ ଓ ଦିଲଶାନ ମଧୁଶଙ୍କା ପ୍ରମୁଖ ରହିଛନ୍ତି। 

T20 Match T20 Cricket IndVsSri Suryakumar Yadav T20